ସୁଷମା ସ୍ବରାଜଙ୍କ ପରଲୋକରେ ଦୁଇଦିନିଆ ଶୋକ ଘୋଷଣା କଲେ ଦିଲ୍ଲୀ ସରକାର

Published: Aug 7, 2019, 9:37 am IST
67 ବର୍ଷରେ ସୁଷମା ସ୍ବରାଜଙ୍କ ପରଲୋକ, ଆଜି ଅପରାହ୍ନ 3ଟାରେ ହେବ ଶେଷକୃତ୍ୟ, ଦେଶବିଦେଶରୁ ଆସିବାରେ ଲାଗିଛି ଶୋକବାର୍ତ୍ତା

ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ହୋଇଛି । ସୁଷମା ସ୍ବରାଜଙ୍କ ତିରୋଧାନରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଦୁଇଦିନିଆ ଶୋକ ଘୋଷଣା କରାଯାଇଛି । ବୁଧବାର ଦିନ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟ୍ବିଟ୍‌ କରି ଏହି ବିଷୟ ସମ୍ପର୍କରେ ଘୋଷଣା କରିଛନ୍ତି । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କ ପରଲୋକରେ ଦୁଇଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିବା ସମ୍ପର୍କରେ ଘୋଷଣା କରିଛନ୍ତି । ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।

Related posts