ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ କଲା ବିଜୁ ଜନତା ଦଳ। ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଲେନିନ ମହାନ୍ତି ଏବଂ ମନ୍ମଥ ରାଉତରାୟଙ୍କ ସମେତ ବହୁ ନେତା କ୍ୟାପିଟାଲ ଥାନାରେ ଏଫଆଇଆର କରିଛନ୍ତି ।
ସର୍ବସାଧାରଣରେ ମୁଖ୍ୟମନ୍ତ୍ରୀ ଆଦିବାସୀ ଝିଅଙ୍କ ଉପରେ ଦେଇଥିବା ଅପମାନଜନକ ତଥା ଜାତିଆଣ ମନ୍ତବ୍ୟ ନେଇ ଅଭିଯୋଗ କରିଛି ଦଳ। ସାମ୍ବିଧାନିକ ପଦବୀରେ ଥିବା ଜଣେ ବ୍ୟକ୍ତିଙ୍କର ଏଭଳି ଅରୁଚିକର ମନ୍ତବ୍ୟ ଓଡ଼ିଶାର ଲୋକଙ୍କ ଭାବନାକୁ ଗଭୀର ଆଘାତ ଦେଇଛି, ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।


