Swamijee Public School: ଲଷ୍ମୀସାଗର କଟକ ରୋଡ଼ ସ୍ଥିତ ସ୍ୱାମୀଜୀ ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ ଗତକାଲି ସ୍ଥାନୀୟ ଏକାମ୍ର ହାଟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଛାତ୍ରଛାତ୍ରୀମାନେ ବିଭିନ୍ନ ରଂଗାରଂଗ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ଆକର୍ଷିତ କରିଥିଲେ। ସ୍କୁଲ ତରଫରୁ କରାଯାଇଥିବା ବିଭିନ୍ନ ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

ଏହି ଉପଲକ୍ଷେ ଆୟୋଜିତ ସଭା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲେଖକ ଓ ପ୍ରଶାସକ ଡ଼. ସଂଗ୍ରାମ କେଶରୀ ସାମନ୍ତରାୟ, ମୁଖ୍ୟବକ୍ତା ଭାବେ ପ୍ରସିଦ୍ଧ ଲେଖକ ଓ ସଂଳାପକାର ଡ଼. ରଜନୀ ରଞ୍ଜନ, ସଂମ୍ମାନୀୟ ଅତିଥି ଭାବେ ହାସ୍ୟ ଅଭିନେତା ଦେବୁ ବ୍ରହ୍ମା, ବ୍ୟଙ୍ଗ କବି ଡ଼. ରମାକାନ୍ତ ମହାପାତ୍ର, ଲେଖିକା ଶ୍ଵେତା ରାଉତ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ଛାତ୍ରଛାତ୍ରୀମାନେ କିପରି ନିଜର ସୁନ୍ଦର ଭବିଷ୍ୟତ ଗଢିପାରିବେ ସେ ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି ଉତ୍ସବର ସଭାପତିତ୍ୱ କରିଥିଲେ ବିଦ୍ୟାଳୟ ଅଧ୍ୟକ୍ଷ ସରୋଜ କୁମାର ରାଉତ। ଏ ସମସ୍ତ କାର୍ଯ୍ୟକ୍ରମକୁ ସମ୍ପାଦିକା ସନ୍ଧ୍ୟାରାଣୀ ପାଇକରାୟ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଦ୍ୱାରା ପରିଚାଳନା କରାଯାଇଥିଲା।


