Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»Zee Sarthak Bhagyarekha: ଜୀ ସାର୍ଥକର ମେଗା ଧାରାବାହିକ ‘ଭାଗ୍ୟରେଖା’ରେ ଆସିଲା ବିବାହ ଋତୁ
ଆଜିର ଖବର

Zee Sarthak Bhagyarekha: ଜୀ ସାର୍ଥକର ମେଗା ଧାରାବାହିକ ‘ଭାଗ୍ୟରେଖା’ରେ ଆସିଲା ବିବାହ ଋତୁ

December 4, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Zee Sarthak Bhagyarekha
Zee Sarthak Bhagyarekha: ଜୀ ସାର୍ଥକର ମେଗା ଧାରାବାହିକ ‘ଭାଗ୍ୟରେଖା’ରେ ଆସିଲା ବିବାହ ଋତୁ

Zee Sarthak Bhagyarekha: ଓଡିଶାର ଘରେ ଘରେ ପରିଚିତ ଜୀ ସାର୍ଥକ ଓଡ଼ିଆ ଘରର ପରମ୍ପରା ଓ ରୀତିନୀତିକୁ ଆଖିରେ ରଖି ଭେଟି ଦେଉଥିବା ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ ପାଇଁ ଓଡ଼ିଶାରେ ଏକ ନମ୍ବର ହୋଇ ପାରିଛି। ନୂଆ ଓ ଭିନ୍ନ ରୁଚିର କାହାଣୀ ପରଷୁ ଥିବାରୁ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି ଜୀ ସାର୍ଥକ। ଦର୍ଶକଙ୍କର ଅତି ପ୍ରିୟ ମେଗା ଧାରାବାହିକ ‘ଭାଗ୍ୟରେଖା’ ଏବେ ୫୦୦ ଅଧ୍ୟାୟ ଅତିକ୍ରମ କରି ସାରିଛି ଯାହା ପ୍ରତି ସୋମବାର ରୁ ଶନିବାର ରାତି ୯ଟାରେ ଓଡିଆ ଦର୍ଶକଙ୍କ ଭଲପାଇବା ପାଇଛି । ଆଗକୁ ଏହି ଧାରାବାହିକର କାହାଣୀରେ ଆସିବାକୁ ହେବାକୁ ଯାଉଛି ଆହୁରି ରୋମାଞ୍ଚକର ମୋଡ଼।

ସୌଭାଗ୍ୟ ଓ କାଜଲ ଙ୍କ ନିର୍ବନ୍ଧ ଦିନ ସୌଭାଗ୍ୟ ସ୍ମୃତି କୁ ଭୁଲ ବୁଝି ବହୁତ କିଛି କହି ଦେଇଛନ୍ତି, ଯାହାର ଫଳ ସ୍ୱରୂପ ସ୍ମୃତି ଘର ଛାଡି ଚାଲି ଯିବାର ନିଷ୍ପତ୍ତି ନେଇଛନ୍ତି । ସ୍ମୃତି ଘରୁ ବାହାରକୁ ଯିବା ପରେ, ଅମିତ ତାଙ୍କୁ ଅପହରଣ କରି ଏକ ମନ୍ଦିରରେ ବିବାହ କରିବାକୁ ବାଧ୍ୟ କରେ। ହେଲେ ଠିକ୍ ସମୟରେ ସୌଭାଗ୍ୟ ପହଞ୍ଚି ସ୍ମୃତିଙ୍କୁ ଉଦ୍ଧାର କରନ୍ତି ଓ ସେହି ସ୍ଥାନରୁ ଖସିଯିବା ସମୟରେ, ଦୁହେଁ ରାତିସାରା ଅନ୍ୟ ଏକ ମନ୍ଦିରରେ ଲୁଚି ରହନ୍ତି।

ଭୋର ସମୟରେ ଗାଁ ଲୋକମାନେ ସେମାନଙ୍କୁ ପାଇଥାନ୍ତି ଏବଂ ସେମାନେ ଘରୁ ଲୁଚି ପଳାଇଯାଇଥିବା ଭାବି ମନ୍ଦିରର ସମ୍ମାନ ଓ ପବିତ୍ରତା ରକ୍ଷା ପାଇଁ ସେମାନଙ୍କୁ ସେହି ମନ୍ଦିରରେ ବିବାହ କରିବାକୁ ବାଧ୍ୟ କରନ୍ତି। ଗାଁ ଲୋକ ଧମକ ଦିଅନ୍ତି କି ଯଦି ସେମାନେ ଏବେ ବାହା ନ ହୁଅନ୍ତି, ତେବେ ସେମାନଙ୍କୁ ହତ୍ୟା କରାଯିବ। କୌଣସି ବିକଳ୍ପ ନ ପାଇ, ସେମାନେ ବାଧ୍ୟ ହୋଇ ବିବାହ କରନ୍ତି ।

ହେଲେ ସୁପରଷ୍ଟାର ସୌଭାଗ୍ୟ ଏବଂ ସରଳ ଗ୍ରାମୀଣ ଝିଅ ସ୍ମୃତି ଘରକୁ ଫେରିବେ ତ ? ସୌଭାଗ୍ୟ କଣ ସ୍ମୃତି କୁ ସ୍ତ୍ରୀ ରୂପେ ଗ୍ରହଣ କରିବେ ? ସେମାନଙ୍କ ପରିବାର ସମାଜ ର ସାମ୍ନା କରିପାରିବେ ତ ?ସେମାନଙ୍କର ଅପ୍ରତ୍ୟାଶିତ ବିବାହକୁ ପରିବାର ଗ୍ରହଣ କରିବେ ତ ? ଏମିତି ଅନେକ ପ୍ରଶ୍ନ ର ଉତ୍ତର ଜାଣିବା ପାଇଁ ହେଲେ ଆଗକୁ ନିୟମିତ ଦେଖିବାକୁ ହେବ ଜୀ ସାର୍ଥକରେ ‘ଭାଗ୍ୟରେଖା’ ।

‘ଭାଗ୍ୟରେଖା’ କାହାଣୀ ହେଉଛି ନୂତନ ପିଢିର ରାଗରୁଷା, ମାନ ଅଭିମାନ, ଷଡଯନ୍ତ୍ର ଓ ଭଲପାଇବା ନେଇ ଆଧାରିତ ଧାରାବାହିକ। ତେଣୁ କାହାଣୀରେ ଆସୁଥିବା ନୂଆ ନୂଆ ରୋମାଞ୍ଚ ଆମ ଦର୍ଶକଙ୍କୁ ଏକ ନୂତନ ଅନୁଭବ ଦେବ ବୋଲି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ଶ୍ରୀ ରାହୁଲ ରାଓ କହିଛନ୍ତି ।

Zee Sarthak Bhagyarekha
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ନବନିଯୁକ୍ତ କର୍ମଚାରୀଙ୍କ ମାର୍ଗଦର୍ଶନ କଲେ ପିଆଇବି ଏଡିଜି

January 13, 2026

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’ର ଶୁଭାରମ୍ଭ

January 13, 2026

ଆସନ୍ତା ୧୯ରୁ ସୋଆରେ ଦୁଇ ଦିନିଆ ପ୍ରଥମ ପୁଷ୍ପ ଉତ୍ସବ

January 13, 2026

କେନ୍ଦୁଝରରେ ଖୋଲିବ ‘ନ୍ୟାସନାଲ ସ୍କୁଲ ଅଫ ଡ୍ରାମା’ର ରାଜ୍ୟ ଶାଖା: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

January 13, 2026
Latest News

ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ନବନିଯୁକ୍ତ କର୍ମଚାରୀଙ୍କ ମାର୍ଗଦର୍ଶନ କଲେ ପିଆଇବି ଏଡିଜି

January 13, 2026

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’ର ଶୁଭାରମ୍ଭ

January 13, 2026

ଆସନ୍ତା ୧୯ରୁ ସୋଆରେ ଦୁଇ ଦିନିଆ ପ୍ରଥମ ପୁଷ୍ପ ଉତ୍ସବ

January 13, 2026

ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ୍ ୨୦୨୬କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

January 13, 2026

କେନ୍ଦୁଝରରେ ଖୋଲିବ ‘ନ୍ୟାସନାଲ ସ୍କୁଲ ଅଫ ଡ୍ରାମା’ର ରାଜ୍ୟ ଶାଖା: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

January 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.