Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡିସେମ୍ବର ୭ରେ ‘ଓସା’ ପକ୍ଷରୁ ଭୁବନେଶ୍ୱରରେ ‘ଓଡ଼ିଶା ସର୍ବସାଧାରଣ ପାଠାଗାର ସମ୍ମିଳନୀ-୨୦୨୫
ଆଜିର ଖବର

ଡିସେମ୍ବର ୭ରେ ‘ଓସା’ ପକ୍ଷରୁ ଭୁବନେଶ୍ୱରରେ ‘ଓଡ଼ିଶା ସର୍ବସାଧାରଣ ପାଠାଗାର ସମ୍ମିଳନୀ-୨୦୨୫

December 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଡିସେମ୍ବର ୭ରେ ‘ଓସା’
ଡିସେମ୍ବର ୭ରେ ‘ଓସା’ ପକ୍ଷରୁ ଭୁବନେଶ୍ୱରରେ ‘ଓଡ଼ିଶା ସର୍ବସାଧାରଣ ପାଠାଗାର ସମ୍ମିଳନୀ-୨୦୨୫’

ଭୁବନେଶ୍ୱର: ଆମେରିକାର ପ୍ରବାସୀ ଓଡ଼ିଆଙ୍କ ସଙ୍ଗଠନ ‘ଓଡ଼ିଶା ସୋସାଇଟି ଅଫ୍ ଦ ଆମେରିକାସ୍’ (ଓସା) ପକ୍ଷରୁ ଡିସେମ୍ବର ୭ ତାରିଖ, ରବିବାର ଦିନ ‘ଓଡ଼ିଶା ସର୍ବସାଧାରଣ ପାଠାଗାର ସମ୍ମିଳନୀ-୨୦୨୫’ ଅନୁଷ୍ଠିତ ହେବାକୁ ଯାଉଛି। ଭଞ୍ଜକଳା ମଣ୍ଡପଠାରେ ସକାଳ ୧୦ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ।

ଦିନେ ସବୁ ବୟସ ଓ ବର୍ଗର ଲୋକଙ୍କ ପାଇଁ ପାଠାଗାର ଜ୍ଞାନ ଆହରଣର ଏକ ପ୍ରମୁଖ ମାଧ୍ୟମ ଥିଲା। ଆଜିର ଡିଜିଟାଲ ଦୁନିଆ ସହ ତାଳ ଦେଇ ଓଡ଼ିଶାରେ ଆଧୁନିକ ପାଠାଗାରର ପରିଭାଷା ଏବଂ ଭିତ୍ତିଭୂମିକୁ ସୁଦୃଢ଼ କରିବାର ସମୟ ଆସିଛି। ଓଡ଼ିଶାର ପ୍ରତି ଗ୍ରାମପଞ୍ଚାୟତ ସ୍ତରରେ କିଭଳି ଅତ୍ୟାଧୁନିକ ସର୍ବସାଧାରଣ ପାଠାଗାର ପ୍ରତିଷ୍ଠା କରାଯାଇ ପାରିବ ଏହା ଉପରେ ‘ଓସା’ର ଓଡ଼ିଶା ଲାଇବ୍ରେରି ନେଟୱର୍କ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଛି।

‘ଓଡ଼ିଶା ସର୍ବସାଧାରଣ ପାଠାଗାର ସମ୍ମିଳନୀ-୨୦୨୫’ ଅବସରରେ ଏ ବିଷୟରେ ବ୍ୟାପକ ଆଲୋଚନା କରାଯିବ। ଏନେଇ ‘ଓସା’-ଓଡ଼ିଶା ସର୍ବସାଧାରଣ ପାଠାଗାର ଅଭିଯାନର ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର ମହାନ୍ତି ଏବଂ ସମ୍ମିଳନୀର ଆବାହକ ଶ୍ରୀ ନିଶିକାନ୍ତ ସାହୁ ଗୁରୁବାର ଦିନ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏହି ସମ୍ମିଳନୀରେ ମୋଟ ୪ଟି ଅଧିବେଶନ ହେବ। ଏଥିରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ସହିତ ବିଭିନ୍ନ ପାଠାଗାରର ପରିଚାଳକ, ଗଣମାଧ୍ୟମ ବ୍ୟକ୍ତିତ୍ୱ, ଲେଖକ, ଶିକ୍ଷାବିତ, ସାମାଜିକ କର୍ମୀ ଓ ବୁଦ୍ଧିଜୀବୀମାନେ ଯୋଗ ଦେବେ। ଓଡ଼ିଶାରେ ଅଗାମୀ ଦିନରେ ରାଜ୍ୟ ସରକାରଙ୍କ ନେତୃତ୍ୱରେ ଆଧୁନିକ ପାଠଗାର ଆନ୍ଦୋଳନ କିଭଳି ସମାଜର ସବୁ କ୍ଷେତ୍ରର ଲୋକଙ୍କୁ ସଶକ୍ତ କରିବାରେ ସହାୟକ ହୋଇପାରିବ ସେ ବିଷୟରେ ବିସ୍ତୃତ ଆଲୋଚନା କରାଯିବ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେବେ କର୍ଣ୍ଣାଟକର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଶ୍ରୀମତୀ ଉମା ମହାଦେବନ। କର୍ଣ୍ଣାଟକରେ ଗ୍ରାମପଞ୍ଚାୟତ ସ୍ତରରେ ସର୍ବସାଧାରଣ ପାଠାଗାର ପ୍ରତିଷ୍ଠା କିପରି ସାରା ଦେଶରେ ଏକ ମଡେଲ ହୋଇପାରିଛି ସେ ବିଷୟରେ ଆଲୋଚନା ହେବ। ତା’ ସହ ବିକଶିତ ଗାଁ ବିକଶିତ ଓଡ଼ିଶା ଏବଂ ଓଡ଼ିଆ ଅସ୍ମିତା ଅଧୀନରେ ସ୍ଥାୟୀ ସର୍ବସାଧାରଣ ପାଠାଗାର ସ୍ଥାପନ, ଓଡ଼ିଶା ସର୍ବସାଧାରଣ ପାଠାଗାର ଆଇନ-୨୦୦୧ ଏବଂ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗତ ଗ୍ରାମପଞ୍ଚାୟତ ଲାଇବ୍ରେରି ସର୍କୁଲାର ୨୦୧୮ର ଦ୍ରୁତ କାର୍ଯ୍ୟାନ୍ୱୟନ ଉପରେ ଆଲୋଚନା କରାଯିବ।

ଆଜିର ଦିନରେ ପାଠାଗାରର ରୂପରେଖ ସମ୍ପୂର୍ଣ୍ଣ ବଦଳିଛି। ବିଭିନ୍ନ ପ୍ରକାର ପୁସ୍ତକ ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍ ସଂଯୋଗ ଆଧୁନିକ ପାଠାଗାରଗୁଡ଼ିକୁ ଅଧିକ ନାଗରିକ-ଉପଯୋଗୀ କରିପାରିଛି। ଛାତ୍ରଛାତ୍ରୀଙ୍କ ପାଇଁ ଜ୍ଞାନ ଆହରଣ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ମନୋରଞ୍ଜନର କେନ୍ଦ୍ର ହେବା ସହ ଏହା ଯୁବପିଢ଼ିର ନିଯୁକ୍ତି-ଉପଯୋଗୀ ଦକ୍ଷତା ବୃଦ୍ଧି, ଲୋକଙ୍କର ଡିଜିଟାଲ ଏବଂ ଆର୍ଥିକ ସାକ୍ଷରତା ବିକାଶ ଆଦି ଦିଗରେ ସୁଯୋଗ ସୃଷ୍ଟି କରିବ। ଫଳରେ ଗ୍ରାମାଞ୍ଚଳରେ ପାଠାଗାରଗୁଡ଼ିକୁ ପ୍ରମୁଖ ସାଧନ କେନ୍ଦ୍ର ଭାବେ ବ୍ୟବହାର କରାଯାଇପାରିବ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପାଠାଗାର ଆଲୋଚନାରେ ପ୍ରତ୍ୟକ୍ଷ ଭାବେ ଯୋଡ଼ି ହେବା ପାଇଁ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ଓସା ପକ୍ଷରୁ ଅନୁରୋଧ କରାଯାଇଛି।

Odisha Society of America OSA ଓଡ଼ିଶା ସର୍ବସାଧାରଣ ପାଠାଗାର ସମ୍ମିଳନୀ ଓଡ଼ିଶା ସୋସାଇଟି ଅଫ୍ ଦ ଆମେରିକାସ୍
Share. Facebook Twitter LinkedIn Email WhatsApp Copy Link

Related Posts

ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ

February 23, 2026

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026
Latest News

ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ

February 23, 2026

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.