ଧାରା 370 ଉଚ୍ଛେଦ : କାଶ୍ମୀରରେ 100 ରୁ ଅଧିକଙ୍କୁ ଗିରଫ

Published: Aug 7, 2019, 2:42 pm IST

ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ବେଳେ ବର୍ତ୍ତମାନ ସୁଦ୍ଧା 100 ଜଣରୁ ଅଧିକଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଅନେକ ରାଜନେତା ଏବଂ ସାମାଜିକ କର୍ମୀ ରହିଥିବା ପ୍ରକାଶ । ସୁରକ୍ଷା କାରଣରୁ ଏବଂ କାଶ୍ମୀର ଉପତ୍ୟାକାରେ ଶାନ୍ତି ସ୍ଥାପନ କରିବା ନିମନ୍ତେ ଏହି ଗିରଫଦାରୀ କରାଯାଇଥିବା ନେଇ ଜନୈକ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଅଧିକ ରାଜନେତା ରହିଥିଲେ ମଧ୍ୟ ସମ୍ପୂର୍ଣ୍ଣ ସୂଚନା ମିଳିପାରି ନାହିଁ । ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଳା ଏବଂ ମେହବୁବା ମୁଫ୍‌ତିଙ୍କୁ ଗିରଫ କରାଯାଇଥିବା ବେଳେ ବିଛିନ୍ନତାବାଦୀ ନେତା ସଜ୍ଜାଦ ଲୋନ୍‌ ଏବଂ ଇମ୍ରାନ୍‌ ଅନ୍‌ସାରୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଗିରଫ କରାଯାଇଥିବା ନେତା ମାନଙ୍କୁ ଗୁପକାରର ହରି ନିବାସରେ ରଖାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଧାରା 370 ଉଚ୍ଛେଦ ପରେ ଜମ୍ମୁ କାଶ୍ମୀର ଏବଂ ଲଦାଖକୁ ଦୁଇଟି ପୃଥକ କେନ୍ଦ୍ରଶାସିତ ଅଞ୍ଚଳ ଭାବରେ ଘୋଷଣା କରାଯାଇଛି ।

Related posts