ଭୁବନେଶ୍ବର: ଏଇ ଡିସେମ୍ବର ମାସଟିରେ ପଡୁଛି ଏକ ବିରଳ ଯୋଗ। କାରଣ ହେଲା ଏହି ମାସରେ ଏକାଥରେ ତିନୋଟି ଏକାଦଶୀ ପଡୁଛି। ସାଧାରଣତଃ ଇଂରାଜୀ ମାସରେ ଗୋଟିଏ ମାସରେ ଗୋଟିଏ କିମ୍ବା ଦୁଇଟି ଏକାଦଶୀ ପଡିଥାଏ। ହେଲେ ଚଳିତ ଡିସେମ୍ବର ମାସରେ ଏକାଥରେ ତିନୋଟି ଏକାଦଶୀ ପଡୁଛି। ଆସନ୍ତୁ ଜାଣିବା କେଉଁ ଏକାଦଶୀ କେଉଁ ଦିନ ପଡୁଛି।
ଡିସେମ୍ବର 1 ତାରିଖ ସୋମବାର- ଏହି ଦିନ ଏକ ଏକାଦଶୀ ପଡିଛି, ଯାହା ମୋକ୍ଷଦା ଏକାଦଶୀ ଭାବରେ ପରିଚିତ। ଏହି ଏକାଦଶୀ କଲେ ମଣିଷର ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି।
ଡିସେମ୍ବର 15 ସୋମବାର- ଏହିଦିନ ମଧ୍ୟ ଏକ ଏକାଦଶୀ ରହିଛି, ଯାହାକୁ ସଫଳା ଏକାଦଶୀ ବୋଲି କୁହାଯାଏ। ଏହିଦିନ ଉପବାସ ରହି ଏହି ଏକାଦଶୀ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।
ଡିସେମ୍ବର 30 ମଙ୍ଗଳବାର– ଏହା ହେଉଛି ଏହି ମାସର ତଥା ବର୍ଷର ଶେଷ ଏକାଦଶୀ। ଏହି ଏକାଦଶୀ ହେଉଛି ପୁତ୍ରଦା ଏକାଦଶୀ। ଏହି ଏକାଦଶୀ ପାଳନର ବିଶେଷତ୍ବ ହେଲା ପୁତ୍ର ସନ୍ତାନ ପ୍ରାପ୍ତି ତଥା ପୁତ୍ରର ମଙ୍ଗଳ କାମନା।


