Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗତ ବର୍ଷର ସଫଳତାକୁ ଆଧାର କରି ଆହୁରି ଭବ୍ୟ ହେବ ରଣପୁର ମହୋତ୍ସବ
ଆଜିର ଖବର

ଗତ ବର୍ଷର ସଫଳତାକୁ ଆଧାର କରି ଆହୁରି ଭବ୍ୟ ହେବ ରଣପୁର ମହୋତ୍ସବ

December 7, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗତ ବର୍ଷର ସଫଳତାକୁ ଆଧାର କରି ଆହୁରି ଭବ୍ୟ ହେବ ରଣପୁର ମହୋତ୍ସବ
ଗତ ବର୍ଷର ସଫଳତାକୁ ଆଧାର କରି ଆହୁରି ଭବ୍ୟ ହେବ ରଣପୁର ମହୋତ୍ସବ

ରଣପୁର : ରଣପୁରରେ ମହୋତ୍ସବ-୨୦୨୬କୁ ସଫଳ କରିବା ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତା କରାଯାଇଥିବା ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ, ସାମାଜିକ ପ୍ରତିନିଧି ଓ ସଂସ୍କୃତି ପ୍ରେମୀମାନେ ଯୋଗ ଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ପ୍ରିୟବ୍ରତ ପ୍ରହରାଜ, ବିଡିଓ ମନୋଜ କୁମାର ନାୟକ, ତହସିଲଦାର ଆର୍ଯ୍ୟ କୁମାର ସର୍ବଦାମନ, ବିପିନ ବିହାରୀ ପାଢ଼ୀ, ବ୍ଲକ ଚେୟାରମ୍ୟାନ ନିର୍ମଳା ବେହେରା, ରଣପୁର ଏନଏସି ଚେୟାରମ୍ୟାନ ରଙ୍ଗୀନ ମହାନ୍ତି, ବରିଷ୍ଠ ବିଜେପି ନେତା ପରେଶ ମିଶ୍ର, ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ଜେନା, ଏବଂ ଅବସରପ୍ରାପ୍ତ ଶିକ୍ଷକ ତଥା କୋଷାଧକ୍ଷ ପ୍ରଶାନ୍ତ କୁମାର ମିଶ୍ର ସହ ମହୋତ୍ସବ କମିଟି ସମ୍ପାଦକ ସ୍ୱରାଜ ମହାନ୍ତି ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

ସାମ୍ବାଦିକ, ଶିକ୍ଷକ, ସମାଜସେବୀ, ଅଗ୍ନିଶମ ବିଭାଗ, ବନ ବିଭାଗ, ବିଦ୍ୟୁତ ବିଭାଗ, ମେଡିକାଲ ବିଭାଗ ଓ ଯୁବ ଗୋଷ୍ଠୀ ପ୍ରତିନିଧିମାନେ ମଧ୍ୟ ବୈଠକରେ ସକ୍ରିୟ ଭାବେ ମତ ପ୍ରକାଶ କରିଥିଲେ।

ବୈଠକରେ ସାମ୍ବାଦିକ ବ୍ରଜ ରଣସିଂହ ରଣପୁରର ରାଜାମାତା ସ୍ୱର୍ଗତ ରାଣୀ ବସନ୍ତ ମଞ୍ଜରୀ ଦେବୀଙ୍କ ସ୍ମୃତିରେ ମହୋତ୍ସବ ସାର୍ଟିଫିକେଟ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ରଖିଥିଲେ, ଯାହାକୁ ସଭାରେ ସ୍ୱାଗତ କରାଯାଇଛି। ରଣପୁର ଅଞ୍ଚଳର ବିଭିନ୍ନ ଐତିହ୍ୟ ଓ ପରମ୍ପରାକୁ ନେଇ ଏକ ପ୍ରସ୍ତୁତ କରାଗଲେ ମହୋତ୍ସବକୁ ଆସୁଥିବା ଦର୍ଶକମାନେ ରଣପୁରର ପରମ୍ପରା ଓ ସଂସ୍କୃତି ବିଷୟରେ ଅବଗତ ହୋଇ ପାରନ୍ତେ ବୋଲି ଶିକ୍ଷକ ବିରୁପାକ୍ଷ ମହାପାତ୍ର ଓ ସାମାଜିକ କର୍ମୀ ସୁରେଶ ମହାରଣା ମତ ପ୍ରକାଶ କରିଥିଲେ।

ଗତ ବର୍ଷ ମହୋତ୍ସବ ଶାନ୍ତି ଓ ଶୃଙ୍ଖଳା ସହ କାର୍ଯ୍ୟସାଧନ ହୋଇଥିଲା ବୋଲି ସମସ୍ତେ ସନ୍ତୋଷ ପ୍ରକାଶ କରିଥିଲେ ଓ ଏବେ ବର୍ଷ ତାହାକୁ ଆହୁରି ସଫଳ ଓ ବ୍ୟବସ୍ଥିତ ଭାବେ କରିବାପାଇଁ ସମସ୍ତେ ଏକତ୍ର ହେବାର ଆହ୍ୱାନ ଦେଇଛନ୍ତି। ରଣପୁର ମହୋତ୍ସବର ପ୍ରସ୍ତୁତିକାର୍ଯ୍ୟ ବ୍ୟାପକ ଉତ୍ସାହ ଓ ସମ୍ମିଳିତ ପ୍ରୟାସର ମାଧ୍ୟମରେ ଆଗକୁ ବଢ଼ୁଛି।

ରଣପୁର ମହୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026

ଓଡ଼ିଶା ଲଳିତ କଳା ଏକାଡେମୀର ୬୬ତମ ପ୍ରତିଷ୍ଠା ଦିବସ ପାଳିତ

March 16, 2026

ସାଂସଦ ନିଶୁଳ୍କ ସ୍ବାସ୍ଥ୍ୟ ଶିବିରକୁ ଉଦ୍ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ

March 16, 2026
Latest News

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026

କଟକ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ସଂଖ୍ୟା ବଢିବା ଆଶଙ୍କା

March 16, 2026

ଆଫଗାନିସ୍ତାନ ଉପରେ ପାକିସ୍ତାନୀର ବିମାନ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

March 16, 2026

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.