(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବ୍ରହ୍ମପୁର ରେଳବାଇ ପୋଲିସ୍ ଥାନା ଅର୍ନ୍ତଗତ ଖୋଡାସିଙ୍ଗି ନିକଟସ୍ଥ ରେଳ ଧାରଣାରୁ ଜଣେ ଅଜଣା ଯୁବକଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣକର ବୟସ ପାଖାପାଖି ୪୦ ବର୍ଷ ହେବ ଓ ତାଙ୍କର କୌଣସି ପରିଚୟ ମିଳିନଥିବା ଜଣାପଡ଼ିଛି। ନିକଟସ୍ଥ କିଛି ଲୋକଙ୍କୁ ପଚରା ଉଚୁରା କରି ପୋଲିସ ପଞ୍ଚନାମା କରି ରାସ୍ତା ପାର ହେବା ବେଳେ କୌଣସି ଏକ ଚଳନ୍ତା ଟ୍ରେନ ଧକ୍କାରେ ଉକ୍ତ ଯୁବକର ମୃତ୍ୟୁ ଘଟିଛି ବୋଲି ପୋଲିସ ନିକଟରୁ ପ୍ରକାଶ।
ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ପରିଚୟ ଜାଣିବା ପାଇଁ ଉକ୍ତ ଶବକୁ ପୋଲିସ ଶବ ସଂରକ୍ଷଣ ଗୃହରେ ରଖି ତଦନ୍ତ ଚଳାଇଛି।


