(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଆସ୍କା ଥାନା ଅନ୍ତର୍ଗତ କଇଁଫୁଲିଆ ଛକରେ ଏକ ପିଚୁ ବୋଝେଇ ଟ୍ରକ ଧକ୍କାରେ ଜଣେ ସ୍କୁଟି ଚାଳକ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ନିକଟସ୍ଥ ମୁକୁନ୍ଦ ପୁର ଗ୍ରାମର ଶିବ ବିଶ୍ୱାଳ ଓ ସେ ନିଜ ଘରୁ କଲେଜ ଛକକୁ ଯିବା ବେଳେ ଉକ୍ତ ଟ୍ରକ୍ ସହ ଧକ୍କା ହୋଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଛି।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।


