ନୂଆଦିଲ୍ଲୀ: ଇଣ୍ଟେଲ୍ ସିଇଓ ଲିପ୍-ବୁ ଟାନ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଇଣ୍ଟେଲ୍ରେ ବୈଠକର ଫଟୋ ସେୟାର କରି ସେ କହିଛନ୍ତି ଯେ, “ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ମୁଁ ଗୌରବାନୀତ। ଆମେ ପ୍ରଯୁକ୍ତିବିଦ୍ୟା, କମ୍ପ୍ୟୁଟିଂ ଏବଂ ଭାରତର ଅପାର ସମ୍ଭାବନା ସହିତ ଜଡିତ ବିଭିନ୍ନ ବିଷୟ ଉପରେ ଏକ ବ୍ୟାପକ ଆଲୋଚନା କରିଛୁ।”
ସେ କହିଛନ୍ତି ଯେ, “ମୁଁ ଏକ ବ୍ୟାପକ ସେମିକଣ୍ଡକ୍ଟର ଡିଜାଇନ୍ ଏବଂ ଉତ୍ପାଦନ ନୀତି କାର୍ଯ୍ୟକାରୀ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରୁଛି ଏବଂ ଇଣ୍ଟେଲ୍ ଭାରତ ସେମିକଣ୍ଡକ୍ଟର ମିଶନକୁ ସମର୍ଥନ କରିବାକୁ ପ୍ରତିବଦ୍ଧ।”


