Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ଜିଲ୍ଲାରେ ଡିସେମ୍ବର ୧୯ ରୁ ୨୩ ଯାଏଁ ପାଳିତ ହେବ ସୁଶାସନ ସପ୍ତାହ
ଆଜିର ଖବର

ଖୋର୍ଦ୍ଧା ଜିଲ୍ଲାରେ ଡିସେମ୍ବର ୧୯ ରୁ ୨୩ ଯାଏଁ ପାଳିତ ହେବ ସୁଶାସନ ସପ୍ତାହ

December 11, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଖୋର୍ଦ୍ଧା
ଖୋର୍ଦ୍ଧା ଜିଲ୍ଲାରେ ଡିସେମ୍ବର ୧୯ ରୁ ୨୩ ଯାଏଁ ପାଳିତ ହେବ ସୁଶାସନ ସପ୍ତାହ

ଖୋର୍ଦ୍ଧା: ଆଜି ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଆସନ୍ତା ୧୯ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ସୁଶାସନ ସପ୍ତାହ ଓ ଡିସେମ୍ବର ୨୫ ତାରିଖରେ ସୁଶାସନ ଦିବସ ପାଳନ ନିମିତ୍ତ ଆଭାସିରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଆଭାସି ବୈଠକରେ ଜିଲ୍ଲାର ସମସ୍ତ ବି ଡି ଓ, ତହସିଲଦାର, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ଯୋଡ଼ି ହୋଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା ପ୍ରକାଶ କରିଥିଲେ ଯେ, ଜିଲ୍ଲାସ୍ତରୀୟ ସୁଶାସନ ଦିବସ ଡିସେମ୍ବର ୨୫ ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପାଳନ କରାଯିବ।  ଏହି ସୁଶାସନ ସପ୍ତାହ ପାଳନ ଉପଲକ୍ଷେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ମିଶନ ମୋଡ୍ ରେ ଜନତାଙ୍କ ଅଭିଯୋଗ ଗୁଡ଼ିକୁ ସମାଧାନ କରାଯିବ।

ଆସନ୍ତା ଡ଼ିସେମ୍ବର ୨୨ ତାରିଖରେ ଜିଲ୍ଲାର ସମସ୍ତ ବ୍ଲକରେ ପଲ୍ଲୀରେ ପ୍ରଶାସନ କ୍ୟାମ୍ପ କରାଯାଇ ଲୋକମାନଙ୍କର ଆପତ୍ତି ଅଭିଯୋଗ ଗୁଡ଼ିକର ଶୁଣାଣି କରାଯିବ। ଡିସେମ୍ବର ୧୯,୨୦,୨୧,୨୩ ତାରିଖରେ ଜିଲ୍ଲାର ସମସ୍ତ ବି ଡି ଓ, ତହସିଲଦାର, ଖୋର୍ଦ୍ଧା ପୌର ପରିଷଦ ନିର୍ବାହୀ ଅଧିକାରୀ, ବାଣପୁର, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ସହକାରୀ ନିର୍ଦେଶକ, ଉଦ୍ୟାନ କୃଷି, ଉପନିର୍ଦେଶକ, ମତ୍ସ୍ୟ ବିଭାଗ, ଜିଲ୍ଲା ପଶୁ ସମ୍ପଦ ବିଭାଗ,ଟି ପି ସି ଓ ଡି ଏଲ ତଥା ବିଦ୍ୟୁତ୍ ବିଭାଗ, ଜିଲ୍ଲା ଶିକ୍ଷା ଅଧିକାରୀ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ , ଆଦି ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ ବିଭାଗ ଗୁଡ଼ିକ ୪ ଦିନ ଯାକ ଲଗାତର ଜନଶୁଣାଣି ଶିବିର ଆୟୋଜନ କରାଇ ସର୍ବାଧିକ ଅଭିଯୋଗ ଗୁଡ଼ିକୁ ସମାଧାନ କରି ଦୈନନ୍ଦିନ ଅଭିଯୋଗ ଫଇସଲା ରିପୋର୍ଟ ଓ ହିତାଧିକାରୀ ଏବଂ ଅଭିଯୋଗ ପ୍ରକୋଷ୍ଠରେ ଲାଭାକୃତ ହୋଇଥିବା ଜନସାଧାରଣଙ୍କ ଚାକ୍ଷୁଷ ବା ଦୃଷ୍ଟିଗତ ଫଟୋ ଓ ଯୋଜନା ସଂପର୍କୀତ ସଫଳ କାହାଣୀ ଜିଲ୍ଲା ପ୍ରଶାସନକୁ ପଠାଇବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଉକ୍ତ ବୈଠକରେ ନୋଡାଲ ଅଧିକାରୀ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ,କଷ୍ଟୁରିବାଳା ଜେନା, ଡେପୁଟି କଲେକ୍ଟର, ନ୍ୟାୟିକ, ଅନନ୍ୟା ସୃଷ୍ଟି ଶତପଥୀ, ଡେପୁଟୀ କଲେକ୍ଟର, ଜରୁରୀ ଶ୍ରୀତପା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

ଖୋର୍ଦ୍ଧା ଜିଲ୍ଲା ସୁଶାସନ ସପ୍ତାହ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଠାରୁ ପାକିସ୍ତାନର ଲଜ୍ଜାଜନକ ପରାଜୟ ପରେ ଶାହିଦ ଆଫ୍ରିଦି କ୍ଷୁବ୍ଧ: ଜ୍ୱାଇଁ ଶାହିନଙ୍କୁ କଲେ ଭର୍ତ୍ସନା

February 16, 2026

କମିଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ ରହିଛି ଆଜିର ଦର?

February 16, 2026

ଆଜି ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

February 16, 2026

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପରିବହନ ପ୍ରକଳ୍ପର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ

February 16, 2026
Latest News

ଭାରତ ଠାରୁ ପାକିସ୍ତାନର ଲଜ୍ଜାଜନକ ପରାଜୟ ପରେ ଶାହିଦ ଆଫ୍ରିଦି କ୍ଷୁବ୍ଧ: ଜ୍ୱାଇଁ ଶାହିନଙ୍କୁ କଲେ ଭର୍ତ୍ସନା

February 16, 2026

କମିଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ ରହିଛି ଆଜିର ଦର?

February 16, 2026

ମ୍ୟାଚ୍ କେହି “ଜିତାଇ” ନାହାଁନ୍ତି, ବରଂ….: ପାକିସ୍ତାନକୁ ପରାସ୍ତ କରିବା ପରେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବଡ଼ ବିବୃତ୍ତି

February 16, 2026

ଆଜି ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

February 16, 2026

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପରିବହନ ପ୍ରକଳ୍ପର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ

February 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.