ପ୍ରଶାସନିକ ସ୍ତରରେ ବଡ ଧରଣର ଅଦଳ ବଦଳ, ଅସିତ ତ୍ରିପାଠୀଙ୍କୁ ନିଜ ବିଭାଗ ସହିତ କେବିକେ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ

Published: Aug 7, 2019, 10:09 pm IST
ପ୍ରଶାସନକ ସ୍ତରରେ ବଡ ଧରଣର ଅଦଳ ବଦଳ, ଅସିତ ତ୍ରିପାଠୀଙ୍କୁ ନିଜ ବିଭାଗ ସହିତ କେବିକେ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ

ସମୀକ୍ଷା ବ୍ୟୁରୋ

ଆଜି ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି । ଉନ୍ନୟନ କମିଶନର ଥିବା ୧୯୮୬ ବ୍ୟାଚ୍‍ ଆଇଏଏସ୍‍ ଅଫିସର ଅସୀତ କୁମାର ତ୍ରିପାଠୀଙ୍କୁ କେବିକେ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଶ୍ରୀ ତ୍ରିପାଠୀ ଏବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାରେ ଉନ୍ନୟନ କମିଶନର ସହିତ ଗୃହ ସଚିବ ଦାୟିତ୍ୱରେ ମଧ୍ୟ ଅଛନ୍ତି। ସେହିପରି ଅନ୍ୟ ଯେଉଁ ଅଧିକାରୀଙ୍କ ବଦଳି ହୋଇଛି ସେମାନେ ହେଲେ

1-ଅସୀତ କୁମାର ତ୍ରିପାଠୀ- ଗୃହ ସଚିବ ଉନ୍ନୟନ କମିଶନର ସହ କେବିକେ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ

2-ସୁଦର୍ଶନ ପାଲ ଠାକୁର- ମହାନିର୍ଦ୍ଦେଶକ, ଗୋପବନ୍ଧୁ ଏକାଡେମୀ ।

3-ସି.ଜେ.ଭେନୁଗୋପାଳ- ରାଜସ୍ୱ ବୋର୍ଡ ସଦସ୍ୟ

4-ନିତେନ ଚନ୍ଦ୍ରା -ସାଧାରଣ ପ୍ରଶାସନ ବିଭାଗର ଓଏସ୍‍ଡି

5-ଦେଓ ରଞ୍ଜନ କୁମାର ସିଂହ- ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ପ୍ରମୁଖ ଶାସନ ସଚିବ ସହ ଅତିରିକ୍ତ ଭାବେ ବିଜ୍ଞାନ ଓ କାରିଗରି ବିଦ୍ୟା ଦାୟିତ୍ବ

6-ରଞ୍ଜନା ଚୋପ୍ରା- ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ପ୍ରମୁଖ ସଚିବ

7-ସୁଶୀଲ କୁମାର ଲୋହାନୀ- ଅବକାରୀ ସଚିବ ସହିତ ଅତିରିକ୍ତ ଭାବେ ବାଣିଜ୍ୟ କର କମିଶନର ଦାୟିତ୍ୱ

8-ଭି ଭି ଯାଦବ- ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ସହିତ ସମବାୟ ବିଭାଗର ଅତିରିକ୍ତ ଦାୟିତ୍ୱ

9-ଅରୁଣ ବୋଥ୍ରା, ଆଇପିଏସ -ସେସୁର ମୁଖ୍ୟ କାର୍ଯ୍ୟନିର୍ବାହୀ ।

10-ଆର. ରଘୁ ପ୍ରସାଦ, ଆଇଏଫଏସ- ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ସଚିବ ।

11-ବିଶାଳ ଗଗନ- ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ

12-ଭାଷ୍କର ଜ୍ୟୋତି ଶର୍ମା -ଏସ୍‍ଏସ୍‍ଇପିଡିର କମିଶନର ତଥା ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି ।

13-ଡକ୍ଟର କ୍ରିଷନ କୁମାର- ପୂର୍ତ୍ତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି ।

14-ଅର୍ଚ୍ଚନା ପଟ୍ଟନାୟକ- ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ

15-ସଚିନ ରାମଚନ୍ଦ୍ର ଯାଦବଙ୍କୁ ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ।

16-ସାଦିକ ଆଲାମ- ସିଏମ୍‍ଜିର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ।

17-ସୁରେନ୍ଦ୍ର କୁମାର ମୀନା- ରାଜସ୍ବ ପର୍ଷଦର ସଚିବ ସହିତ ପୂର୍ତ୍ତ ବିଭାଗର ଉପସଚିବ ଭାବେ ଅତିରିକ୍ତ ଦାୟିତ୍ୱ ।

Related posts