Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କ୍ୟୁସିଆଇ ପକ୍ଷରୁ ‘ଗୁଣବତ୍ତା ସମର୍ପଣ ଭୁବନେଶ୍ବର’ କାର୍ଯ୍ୟକ୍ରମ ଆୟୋଜିତ
ଆଜିର ଖବର

କ୍ୟୁସିଆଇ ପକ୍ଷରୁ ‘ଗୁଣବତ୍ତା ସମର୍ପଣ ଭୁବନେଶ୍ବର’ କାର୍ଯ୍ୟକ୍ରମ ଆୟୋଜିତ

December 12, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
କ୍ୟୁସିଆଇ ପକ୍ଷରୁ ‘ଗୁଣବତ୍ତା ସମର୍ପଣ ଭୁବନେଶ୍ବର’ କାର୍ଯ୍ୟକ୍ରମ ଆୟୋଜିତ
କ୍ୟୁସିଆଇ ପକ୍ଷରୁ ‘ଗୁଣବତ୍ତା ସମର୍ପଣ ଭୁବନେଶ୍ବର’ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ଵର: ଭାରତୀୟ ଗୁଣବତ୍ତା ପରିଷଦ (କ୍ୟୁସିଆଇ) ପକ୍ଷରୁ ଗୁଣବତ୍ତା ସମର୍ପଣ, ଭୁବନେଶ୍ବର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହାର ଲକ୍ଷ୍ୟ ହେଉଛି ସ୍ବାସ୍ଥ୍ୟସେବା, ପରୀକ୍ଷାଗାର, ଶିକ୍ଷା ଓ ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ଗୁଣବତ୍ତା ଇକୋସିଷ୍ଟମର ପ୍ରସାର।

ଏହି କାର୍ଯ୍ୟକ୍ରମରେ ଗୁଣବତ୍ତା ପ୍ରସାର ଓ ପରମର୍ଶଦାତା ପରିଷଦ (କ୍ୟୁପିଏସି)ର ସଦସ୍ୟ, ରାଜ୍ୟର ବିଭିନ୍ନ ସରକାରୀ ପ୍ରତିନିଧି, ବିଭିନ୍ନ ହସପିଟାଲର ଶୀର୍ଷ ଅଧିକାରୀ, ପରୀକ୍ଷାଗାର ମୁଖ୍ୟ, ଲଘୁ, କ୍ଷୁଦ୍ର ଓ ମଧ୍ୟମ ସଂସ୍ଥା, ସ୍କୁଲ ପରିଚାଳକ, ଶିଳ୍ପ ସଂଘ ଓ ଗୁଣବତ୍ତା ଅଧିକାରୀମାନେ ଯୋଗ ଦେଇଥିଲେ । ବିକଶିତ ଭାରତ ୨୦୪୭ର ଜାତୀୟ ଲକ୍ଷ୍ୟ ହାସଲ ସହ ମେଳ ଖାଉଥିବା ଗୁଣବତ୍ତା ଭିତ୍ତିକ ଶାସନ ଓ ଲୋକ-କୈନ୍ଦ୍ରିକ ସେବା ପରିକଳ୍ପନା ଉପରେ ସେମାନେ ଆଲୋଚନା କରିଥିଲେ।

ଗୁଣବତ୍ତା ସମର୍ପଣ କାର୍ଯ୍ୟକ୍ରମରେ କ୍ୟୁସିଆଇ ଅଧିନସ୍ଥ ବୋର୍ଡ ଯେପରିକି ଏନଏବିଏଲ, ଏନଏବିଏଚ, ଏନଏବିଇଟି ଓ ଏନଡିଆଇଇ ପକ୍ଷରୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିଲା। ଏସବୁ ଆଲୋଚନା ମାଧ୍ୟମରେ ସ୍ୱାସ୍ଥ୍ୟସେବା ଉତ୍କର୍ଷତା, ପରୀକ୍ଷାଗାର ଦକ୍ଷତା, ସ୍କୁଲ ମାନ୍ୟତା, ପ୍ରତିଯୋଗିତାକ୍ଷମ ଏମଏସଏମଇ ଏବଂ ତୃଣମୂଳ ସ୍ତରରେ ଗୁଣାତ୍ମକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଭଳି କ୍ଷେତ୍ରଗତ ପ୍ରାଥମିକତା ଉପରେ ଆଲୋକପାତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରାଜ୍ୟ ଏବଂ ସ୍ଥାନୀୟ ଇକୋସିଷ୍ଟମ ସହିତ ସହଭାଗୀତା ପାଇଁ କ୍ୟୁସିଆଇର ପ୍ରତିବଦ୍ଧତାକୁ ଗୁରୁତ୍ୱ ଦିଏ ଯାହା ଦ୍ୱାରା ଅନ୍ତର୍ଜାତୀୟ ସ୍ତରରେ ମାନଦଣ୍ଡିତ ଗୁଣାତ୍ମକ ଢାଞ୍ଚା, ସଂସ୍ଥାଗତ କ୍ଷମତା ନିର୍ମାଣ ଏବଂ ସରକାରୀ ଏବଂ ଘରୋଇ କ୍ଷେତ୍ରରେ ଉତ୍କର୍ଷତାର ସଂସ୍କୃତିକୁ ସ୍ଥାପନ କରାଯାଇପାରିବ।

ଓଡ଼ିଶାର ଗୁଣବତ୍ତା ରୁପାନ୍ତରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି କ୍ୟୁପିଏସି ସଦସ୍ୟମାନଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ହସ୍ପିଟାଲ, ସ୍ବାସ୍ଥ୍ୟ ପରୀକ୍ଷାଗାର, ସ୍କୁଲ, ଶିଳ୍ପ ସଂଘ ଓ ଏମଏସଏମବାଇର ଶୀର୍ଷ କର୍ମକର୍ତ୍ତାମାନେ ସେମାନଙ୍କ କ୍ଷେତ୍ରରେ ରହିଥିବା ଗୁଣାତ୍ମକ ଅନ୍ତର ଏବଂ ସେ ପ୍ରଦାନ ଓ ସଂସ୍ଥାଗତ କାର୍ଯ୍ୟଦକ୍ଷତାରେ ଉନ୍ନତି ଲାଗି ବିଭିନ୍ନ ଉପାୟ ସମ୍ପର୍କରେ ଆଲୋକପାତ କରିଥିଲେ।

ଏକ ଜନଭାଗିଦାରୀ ଆନ୍ଦୋଳନ ରୂପେ ବିଭିନ୍ନ ଗୁଣବତ୍ତା ପଦକ୍ଷେପ ସହ ସିଧାସଳଖ ଯୋଡ଼ିହେବାକୁ ଗୁଣବତ୍ତା ସମର୍ପଣ ଜନସାଧାରଣ ଓ ସାମାଜିକ ସଂସ୍ଥାମାନଙ୍କୁ ଅନୁରୋଧ କରିଥିଲା। ନାଗରିକ, ବିଭିନ୍ନ ସଂଗଠନ ଓ ସେବା ପ୍ରଦାନକାରୀମାନଙ୍କୁ ଏହି କାର୍ଯ୍ୟକ୍ରମ ଏକ ମଞ୍ଚ ପ୍ରଦାନ କରିଥିଲା ଯେପରିକି ସେମାନେ ଗୁଣବତ୍ତା କ୍ଷେତ୍ରରେ ରହୁଥିବା ଅନ୍ତର ସଂପର୍କରେ ଆଲୋଚନା କରିପାରିବେ, ନିଜର ଅଭିଜ୍ଞତା ବାଣ୍ଟି ପାରିବେ ଓ ମିଳିତଭାବେ ତୃଣମୂଳ ସ୍ତରରେ ଗୁଣବତ୍ତାକୁ ସୁଦୃଢ଼ କରୁଥିବା ସମାଧାନ ବିକଶିତ କରିପାରିବେ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ କ୍ୟୁସିଆଇର ମହାସଚିବ ଶ୍ରୀ ଚକ୍ରବର୍ତ୍ତୀ ଟି. କାନ୍ନନ କହିଛନ୍ତି ଯେ, “ ଆମ ରାଜ୍ୟଗୁଡ଼ିକର ବିଭିନ୍ନ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ମାନ୍ୟତା ଭିତ୍ତିଭୂମି ନିର୍ମାଣ ପାଇଁ କ୍ୱାଲିଟି କାଉନସିଲ୍ କାର୍ଯ୍ୟ କରୁଛି। ଗୁଣବତ୍ତା ସମର୍ପଣ ମାଧ୍ୟମରେ, ଆମେ ବିଶ୍ୱସ୍ତରୀୟ ଓ ଦକ୍ଷ ଗୁଣବତ୍ତା ପେସାଦାର ବିକାଶ କ୍ଷେତ୍ରରେ ରାଜ୍ୟକୁ ସମର୍ଥନ କରିବାକୁ ଲକ୍ଷ୍ୟ ରଖିଛୁ। ଆମେ ବିକଶିତ ଭାରତ ଆଡକୁ ଅଗ୍ରସର ହେବା ସହିତ ସୁଲଭ ମୂଲ୍ୟରେ ଗୁଣବତ୍ତା ଉପଲବ୍ଧ କରିବା ଉପରେ ଧ୍ୟାନ ଦେଉଛୁ, ଉତ୍କର୍ଷତାକୁ ଉଚ୍ଚ କରିବା ପାଇଁ ବ୍ୟବସ୍ଥାଗୁଡ଼ିକୁ ସୁଦୃଢ଼ କରୁଛୁ।”

ନିଜର ଅଭିଭାଷଣରେ ଡକ୍ଟର ଦିପକ ମିତ୍ର, ଅଧ୍ୟକ୍ଷ, କ୍ୟୁପିଏସି ଏବଂ ସନ୍ ଡାଏଗ୍ନୋଷ୍ଟିକ୍ ସେଣ୍ଟର କହିଛନ୍ତି ଯେ ଓଡ଼ିଶାର ସ୍ବାସ୍ଥ୍ୟସେବା ଓ ରୋଗନିଦାନ କ୍ଷେତ୍ର ଦ୍ରୁତ ଗତିରେ ଅଭିବୃଦ୍ଧି ହାସଲ କରୁଛି । ତେବେ ଗୁଣବତ୍ତା ଏହି ଅଭିବୃଦ୍ଧିର କେନ୍ଦ୍ରରେ ରହିବା ଆବଶ୍ୟକ । ଗୁଣବତ୍ତା ସମର୍ପଣ କାର୍ଯ୍ୟକ୍ରମଟି ମିଳିତ କାର୍ଯ୍ୟକୁ ଉତ୍ସାହିତ କରେ, ପରୀକ୍ଷାଗାର, ହସ୍ପିଟାଲ ଏବଂ ଗୁଣବତ୍ତା ପେସାଦାରମାନଙ୍କୁ ଏକାଠି କରି ଦୈନନ୍ଦିନ ଜୀବନକୁ ସିଧାସଳଖ ପ୍ରଭାବିତ କରୁଥିବା ବ୍ୟବସ୍ଥାଗୁଡ଼ିକୁ ସୁଦୃଢ଼ କରିଥାଏ  ବୋଲି ସେ କହିଥିଲେ ।

ଏହି ଅବସରରେ ଅଂଶଗ୍ରହଣକାରୀ ଓ କ୍ୟୁପିଏସି ସଦସ୍ୟମାନେ ଗୁରୁତ୍ୱାରୋପ କରିଥିଲେ ଯେ, ଗୁଣବତ୍ତା ସମର୍ପଣ ତୃଣମୂଳ ସ୍ତରରେ ଗୁଣବତ୍ତା ବ୍ୟବସ୍ଥା କାର୍ଯ୍ୟକାରୀ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବ । ଏହା ସୁନିଶ୍ଚିତ କରିବ ଯେ ରାଜ୍ୟର ହସପିଟାଲ, ସ୍ବାସ୍ଥ୍ୟ ପରୀକ୍ଷାଗାର, ସ୍କୁଲ, ଓ ଏମଏସଏମଇଗୁଡ଼ିକ ଭରସାଯୋଗ୍ୟ, ନିରାପଦ ଓ ନାଗରିକ କେନ୍ଦ୍ରିକ ସେବା ଯୋଗାଇବା ଲାଗି ଉତ୍ତମଭାବେ ସକ୍ଷମ ହୋଇପାରିବେ ।  ଏହି ପଦକ୍ଷେପ ଦ୍ୱାରା ଏକ ଆଧୁନିକ, ସମନ୍ୱିତ ଏବଂ ବିଶ୍ୱସ୍ତରୀୟ ସମନ୍ୱିତ ଗୁଣାତ୍ମକ ଭିତ୍ତିଭୂମି ନିର୍ମାଣ ଦିଗରେ ଓଡ଼ିଶାର ପ୍ରୟାସକୁ ଆହୁରି ପ୍ରେରଣା ମିଳିବ ବୋଲି ଆଶା କରାଯାଉଛି । ଏହା ମଧ୍ୟ ୨୦୪୭ ସୁଦ୍ଧା ଏକ ସମୃଦ୍ଧ, ସ୍ଥିର ଏବଂ ବିକଶିତ ଭାରତ ସୃଷ୍ଟି କରିବାର ସହଭାଗୀ ଜାତୀୟ ମିଶନକୁ ମଜବୁତ କରିବ।

କ୍ୟୁସିଆଇ ବିଷୟରେ

ଭାରତର ଗୁଣବତ୍ତା ପରିଷଦ (କ୍ୟୁସିଆଇ) ହେଉଛି ଭାରତ ସରକାରଙ୍କ ଦ୍ୱାରା ଅର୍ଥନୀତିର ସମସ୍ତ କ୍ଷେତ୍ରରେ ଗୁଣବତ୍ତା ମାନଦଣ୍ଡ ପ୍ରତିଷ୍ଠା ଏବଂ ପ୍ରୋତ୍ସାହିତ କରିବା ପାଇଁ ପ୍ରତିଷ୍ଠିତ ଏକ ପ୍ରମୁଖ ସ୍ୱୟଂଶାସିତ ସଂସ୍ଥା। ଏହା ନିଜ ଅଧିନସ୍ଥ ବିଭିନ୍ନ ପରିଷଦ ଓ ବିଭାଗ ମାଧ୍ୟମରେ ବିଭିନ୍ନ ସେବା, ଉତ୍ପାଦ ଓ ପ୍ରକ୍ରିୟାର ସ୍ବାଧୀନ ତୃତୀୟପକ୍ଷ ଗୁଣବତ୍ତା ମୂଲ୍ୟାଙ୍କନ  କରିଥାଏ । ଏହା ସହ  ପ୍ରତ୍ୟେକ ନାଗରିକଙ୍କ ଜୀବନକୁ ସ୍ପର୍ଶ କରୁଥିବା ଗୁଣବତ୍ତାର ସଂସ୍କୃତିକୁ ପ୍ରୋତ୍ସାହିତ କରିଥାଏ। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ ଏହାର ଶୀର୍ଷ ସଂସ୍ଥା ଭାବରେ କାର୍ଯ୍ୟ କରେ।

Share. Facebook Twitter LinkedIn Email WhatsApp Copy Link

Related Posts

ସ୍କୁଟି ମୋଟରସାଇକେଲ ମୁହାଁମୁହିଁ ଧକ୍କା: ଦୁଇ ମୃତ, ତିନି ଗୁରୁତର

January 1, 2026

ନିଯୁକ୍ତି ନାମରେ ଠକେଇ: ୩ ଅଭିଯୁକ୍ତ କୋର୍ଟ ଚାଲାଣ

January 1, 2026

BCCIର ସମ୍ଭାବ୍ୟ 2026 କେନ୍ଦ୍ରୀୟ ଚୁକ୍ତି: ରୋହିତ, ବିରାଟଙ୍କୁ ଲାଗିପାରେ ଝଟକା

January 1, 2026

ବିମାନ ଉଡ଼ାଣ ପୂର୍ବରୁ ମଦ୍ୟପାନ କରିବା ମହଙ୍ଗା ପଡିଲା; ଏୟାର ଇଣ୍ଡିଆର ପାଇଲଟ୍ ଅଟକ

January 1, 2026
Latest News

ସ୍କୁଟି ମୋଟରସାଇକେଲ ମୁହାଁମୁହିଁ ଧକ୍କା: ଦୁଇ ମୃତ, ତିନି ଗୁରୁତର

January 1, 2026

ନିଯୁକ୍ତି ନାମରେ ଠକେଇ: ୩ ଅଭିଯୁକ୍ତ କୋର୍ଟ ଚାଲାଣ

January 1, 2026

BCCIର ସମ୍ଭାବ୍ୟ 2026 କେନ୍ଦ୍ରୀୟ ଚୁକ୍ତି: ରୋହିତ, ବିରାଟଙ୍କୁ ଲାଗିପାରେ ଝଟକା

January 1, 2026

ବିମାନ ଉଡ଼ାଣ ପୂର୍ବରୁ ମଦ୍ୟପାନ କରିବା ମହଙ୍ଗା ପଡିଲା; ଏୟାର ଇଣ୍ଡିଆର ପାଇଲଟ୍ ଅଟକ

January 1, 2026

ଫେବୃଆରୀ ୧ରୁ ମହଙ୍ଗା ହେବ ସିଗାରେଟ୍ ପିଇବା: ଉତ୍ପାଦ ଶୁଳ୍କ ବୃଦ୍ଧି କଲେ ସରକାର 

January 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.