Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜସୁନାଖଳା ମହୋତ୍ସବ “କାଉଁରୀ–୨୦୨୫” ର ଉଦଯାପନୀ ସନ୍ଧ୍ୟା
ଆଜିର ଖବର

ରାଜସୁନାଖଳା ମହୋତ୍ସବ “କାଉଁରୀ–୨୦୨୫” ର ଉଦଯାପନୀ ସନ୍ଧ୍ୟା

December 12, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜସୁନାଖଳା ମହୋତ୍ସବ “କାଉଁରୀ–୨୦୨୫” ର ଉଦଯାପନୀ ସନ୍ଧ୍ୟା
ରାଜସୁନାଖଳା ମହୋତ୍ସବ “କାଉଁରୀ–୨୦୨୫” ର ଉଦଯାପନୀ ସନ୍ଧ୍ୟା

ରଣପୁର: ରାଜସୁନାଖଳା ମହୋତ୍ସବ କାଉଁରୀ–୨୦୨୫ ର ପଞ୍ଚମ ଦିନ ଉଦଯାପନୀ ସନ୍ଧ୍ୟା ଆଜି ଅତ୍ୟନ୍ତ ଆକର୍ଷଣୀୟ ପରିବେଶରେ ପାଳିତ ହୋଇ ଉଦଯାପିତ ହୋଇଯାଇଛି। ଗାଁର ସାମୂହିକ ଐତିହ୍ୟ, ସଂସ୍କୃତି ଓ ଲୋକ ସଂସ୍କାରକୁ ମଧୁର ପରିଚୟ କରାଇଥିବା ଏହି ମହୋତ୍ସବରେ ଅନେକ ପ୍ରତିଷ୍ଠିତ ଅତିଥିଙ୍କ ଉପସ୍ଥିତି ଦ୍ୱାରା ଆଜିର ଆୟୋଜନ ଅଧିକ ଗମ୍ଭୀରତାର ସହ ପ୍ରଭାବମୟ ହୋଇଥିଲା।

ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମ ପତି ଯୋଗ ଦେଇ ମହୋତ୍ସବର ସଂଗଠିତ ଆୟୋଜନ ଓ ସ୍ଥାନୀୟ ଲୋକଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟ ବକ୍ତା ଭାବେ ପୁରୀ ସାଂସଦ ଡ଼. ସମ୍ବିତ ପାତ୍ର ଯୋଗ ଦେଇଥିଲେ।  ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଏବଂ ବିଶିଷ୍ଟ ସମାଜ ସେବୀ ଶିବାରାମ ମହାପାତ୍ର ଅତିଥି ଭାବେ ଉପସ୍ଥିତ ରହି ମଞ୍ଚର ଶୋଭା ବର୍ଦ୍ଧିତ କରିଥିଲେ।

ଅତିଥିମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ମହୋତ୍ସବ କମିଟିର ସଭାପତି ତଥା ସୁନାଖଳା ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ଅତିଥିମାନଙ୍କୁ ସ୍ଵାଗତ ଜଣାଇଥିଲେ। ସମ୍ପାଦକ ଜୟେନ୍ଦ୍ର ବେହେରା ମହୋତ୍ସବର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବିଷୟରେ ଆଲୋକପାତ କରିବା ଉଦ୍ଦେଶ୍ୟରେ ବିବରଣୀ ପାଠ କରିଥିଲେ।

ଆଜିର ସନ୍ଧ୍ୟାର ବିଶେଷ ଆକର୍ଷଣ ଥିଲା ମହାମହିମ ରାଜ୍ୟପାଳ ଓ ଉପସ୍ଥିତ ଅତିଥି ମାନଙ୍କ କରକମଳରେ “କାଉଁରୀ” ପୁସ୍ତକର ଉନ୍ମୋଚନ କରାଯାଇଥିଲା। ଏହି ପୁସ୍ତକ ପ୍ରକାଶନ ପୁସ୍ତକ ଉନ୍ମୋଚନର ଉପଦେଷ୍ଟା ଦେବୀ ପ୍ରସାଦ ସାମନ୍ତରାୟ ଓ ସମ୍ପାଦକ ତଥା ବରିଷ୍ଠ ଅଧ୍ୟାପକ ଭାଗିରଥି ପାଢ଼ୀଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିଲା।  ଏହି କାଉଁରୀ ପୁସ୍ତକଟି ମହୋତ୍ସବ ତଥା ସ୍ଥାନୀୟ ଅଞ୍ଚଳର ଦାୟିତ୍ୱ, ଐତିହ୍ୟ ଓ ସାମାଜିକ ସଂବେଦନାକୁ ସୁନ୍ଦରଭାବରେ ଧାରଣ କରିଥିବା ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ସଭାକାର୍ଯ୍ୟ ପରେ ବିଭିନ୍ନ ସମାଜସେବୀ, ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ପଞ୍ଚମ ଦିନର ରଙ୍ଗିନ ସନ୍ଧ୍ୟାରେ ଲୋକନୃତ୍ୟ, ସ୍ଥାନୀୟ ନୃତ୍ୟ ଓ ମେଲୋଡି କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ମୁଗ୍ଧ କରିଥିଲା।  ଏହି ମହୋତ୍ସବ କମିଟିର ସମସ୍ତ ସଦସ୍ୟ, ସ୍ଥାନୀୟ ଲୋକଙ୍କ ସହଯୋଗରେ ସଫଳତାର ସହ ଦୀର୍ଘ ପାଞ୍ଚ ଦିନ ଧରି ପାଳିତ ହୋଇଥିଲା।

ଉଦଯାପନୀ ସନ୍ଧ୍ୟା କାଉଁରୀ-୨୦୨୫ ରାଜସୁନାଖଳା ମହୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି

March 13, 2026

ଓଡ଼ିଶା ଆସିଲା କତାରରେ ମୃତ୍ୟୁବରଣ କରିଥିବା ଓଡ଼ିଆ ଶ୍ରମିକଙ୍କ ମୃତ ଶରୀର

March 13, 2026

ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ଉଦଯାପିତ

March 13, 2026

ଓଡିଶାର ଗ୍ରାମାଞ୍ଚଳରେ ମୋବାଇଲ୍ ସଂଯୋଗକୁ ସୁଦୃଢ଼ ​​କରିବା ପାଇଁ ୨୨୨୯ କୋଟିର ଆବଣ୍ଟନ

March 13, 2026
Latest News

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି

March 13, 2026

ଓଡ଼ିଶା ଆସିଲା କତାରରେ ମୃତ୍ୟୁବରଣ କରିଥିବା ଓଡ଼ିଆ ଶ୍ରମିକଙ୍କ ମୃତ ଶରୀର

March 13, 2026

ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ଉଦଯାପିତ

March 13, 2026

ଓଡିଶାର ଗ୍ରାମାଞ୍ଚଳରେ ମୋବାଇଲ୍ ସଂଯୋଗକୁ ସୁଦୃଢ଼ ​​କରିବା ପାଇଁ ୨୨୨୯ କୋଟିର ଆବଣ୍ଟନ

March 13, 2026

ପଶ୍ଚିମ ଏସିଆ ଘଟଣାକ୍ରମ ସମ୍ପର୍କରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.