Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାକୁ ରେଳ ବଜେଟ୍‌ ଆବଣ୍ଟନ 13ଗୁଣ ବୃଦ୍ଧି ପାଇଛି: ଅଶ୍ୱିନୀ ବୈଷ୍ଣବ
ଆଜିର ଖବର

ଓଡ଼ିଶାକୁ ରେଳ ବଜେଟ୍‌ ଆବଣ୍ଟନ 13ଗୁଣ ବୃଦ୍ଧି ପାଇଛି: ଅଶ୍ୱିନୀ ବୈଷ୍ଣବ

December 13, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶାକୁ ରେଳ ବଜେଟ୍‌ ଆବଣ୍ଟନ 13ଗୁଣ ବୃଦ୍ଧି ପାଇଛି: ଅଶ୍ୱିନୀ ବୈଷ୍ଣବ
ଓଡ଼ିଶାକୁ ରେଳ ବଜେଟ୍‌ ଆବଣ୍ଟନ 13ଗୁଣ ବୃଦ୍ଧି ପାଇଛି: ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: 2009ରୁ 2014 ମଧ୍ୟରେ ଓଡ଼ିଶାକୁ ମାତ୍ର 838 କୋଟି ଟଙ୍କାର ରେଳ ବଜେଟ୍‌ ଆବଣ୍ଟନ ହୋଇଥିଲା। ଅନ୍ୟପଟେ କେବଳ 2025-26 ଆର୍ଥିକ ବର୍ଷରେ ରାଜ୍ୟକୁ ଏହାର 13 ଗୁଣ ଅର୍ଥାତ୍‌  10,599 କୋଟି ଟଙ୍କାର ରେଳ ବଜେଟ୍‌ ଦିଆଯାଇଛି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି।  ଶ୍ରୀ ବୈଷ୍ଣବ କହିଛନ୍ତି, ନୂଆ ରେଳ ଟ୍ରାକ୍‌ ନିର୍ମାଣ ମଧ୍ୟ ବାର୍ଷିକ ହାରାହାରୀ ସାଢ଼େ ତିନି ଗୁଣ ବୃଦ୍ଧି ପାଇଛି। 2009-14 ମଧ୍ୟରେ 267 କିଲୋମିଟର ନୂଆ ରେଳ ଟ୍ରାକ୍‌ ନିର୍ମାଣ କରାଯାଇଥିଲା, ଅର୍ଥାତ୍‌ ବାର୍ଷିକ ହାରାହାରୀ 53.4 ରେଳ ଲାଇନ୍‌ ବିଛା ହେଉଥିଲା। ଏହା ତୁଳନାରେ 2014-25 ମଧ୍ୟରେ ବାର୍ଷିକ ହାରାହାରୀ 195.45 ନୂଆ ରେଳ ଲାଇନ୍‌ ନିର୍ମାଣ କରାଯାଇଥିବା ବେଳେ ଏହି ଅବଧି ମଧ୍ୟରେ ମୋଟ୍‌  2,150 କିମି ରେଳ ଲାଇନ୍‌ ବିଛା ହୋଇଛି ।

ଏପ୍ରିଲ 2025 ସୁଦ୍ଧା 19ଟି ନୂଆ ଲାଇନ ଏବଂ 30ଟି ଦୋହରୀକରଣ ପ୍ରକଳ୍ପ ସମେତ ଓଡ଼ିଶାରେ ସମ୍ପୂର୍ଣ୍ଣ ଏବଂ ଆଂଶିକ ଭାବେ 49ଟି ରେଳ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। ଏଥିପାଇଁ 67 ହଜାର 496 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏଥିମଧ୍ୟରୁ ମାର୍ଚ୍ଚ 2025 ସୁଦ୍ଧା 1429 କିଲୋମିଟର ରେଳ ମାର୍ଗ କାର୍ଯ୍ୟକ୍ଷମ ହୋଇସାରିଥିବା ବେଳେ 28,043 ଟଙ୍କା ଖର୍ଚ୍ଚ ହୋଇଛି। ଉକ୍ତ ଅବଧି ସୁଦ୍ଧା ମୋଟ୍‌ 11ଟି ରେଳ ଲାଇନ୍‌ କାମ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଛି। ଏହାବ୍ୟତୀତ 17ଟି ରେଳ ଲାଇନ୍‌ ପ୍ରକଳ୍ପ ନିର୍ମାଣାଧୀନ ରହିଛି। 2022-23ରୁ 2025-26 ମଧ୍ୟରେ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ଦେଇ ଯାଉଥିବା 76ଟି ରେଳ ପ୍ରକଳ୍ପ ପାଇଁ ସର୍ଭେ ହୋଇଛି । ଏଥିରେ 30ଟି ନୂଆ ଲାଇନ ଏବଂ 46ଟି ଦୋହରୀକରଣ ପ୍ରକଳ୍ପ ସାମିଲ ରହିଛି।

କେନ୍ଦ୍ର ରେଳ ମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି, ଓଡ଼ିଶା, ଝାରସୁଗୁଡା-ସମ୍ବଲପୁର-ଅନୁଗୁଳ ଏବଂ ଭୁବନେଶ୍ୱର-ପୁରୀ ସମେତ ସମସ୍ତ ବ୍ରଡଗଜ୍‌ ନେଟୱାର୍କକୁ ବିଦ୍ୟୁତୀକରଣ କରାଯାଇଛି। ଏହାବ୍ୟତୀତ, ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ଏବଂ ତାଳଚେର-ବିମଲାଗଡ଼ ସମେତ ସମସ୍ତ ନୂତନ ଲାଇନ / ରେଳ ଲାଇନ ଦୋହରୀକରଣ ପ୍ରକଳ୍ପକୁ ବିଦ୍ୟୁତୀକରଣ ସହିତ ମଞ୍ଜୁର ଏବଂ ନିର୍ମାଣ କରାଯାଉଛି। ଭାରତୀୟ ରେଳବାଇ ଅଧିକ ମାଲ୍‌ ପରିବହନ ଲାଗି ଦେଶରେ 120ଟି ଗତି-ଶକ୍ତି ବହୁମୁଖି କାର୍ଗୋ ଟର୍ମିନାଲ କାର୍ଯ୍ୟକ୍ଷମ କରିଥିବା ବେଳେ 133ଟି ସ୍ଥାନରେ ଏଭଳି ଟର୍ମିନାଲ ନିର୍ମାଣ ଜାରି ରଖିଛି । ଓଡ଼ିଶାର 10ଟି ସ୍ଥାନରେ ଗତିଶକ୍ତି ଟର୍ମିନାଲ କାର୍ଯ୍ୟକ୍ଷମ ହୋଇଛି। ଆହୁରି 7ଟି ସ୍ଥାନରେ ଗତିଶକ୍ତି ଟର୍ମିନାଲ ନିର୍ମାଣକୁ ଅନୁମୋଦନ କରାଯାଇଛି ।

ଶ୍ରୀ ବୈଷ୍ଣବ କହିଛନ୍ତି, ଭାରତୀୟ ରେଳବାଇ ଟ୍ରେନ ଚଳାଚଳରେ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛି। 2013-14ରେ ସୁରକ୍ଷା ସଂକ୍ରାନ୍ତ କାର୍ଯ୍ୟକଳାପ ପାଇଁ 39,463 କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଗତ ତିନି ବର୍ଷ ହେବ 1 ଲକ୍ଷ କୋଟିରୁ ଅଧିକ ଟଙ୍କା ଏଥିପାଇଁ ବ୍ୟୟବରାଦ କରାଯାଇଛି । 2025-26 ଆର୍ଥିକ ବର୍ଷରେ ସୁରକ୍ଷା ବ୍ୟୟ ବାବଦରେ 1,16,470 କୋଟି ଟଙ୍କା ବିନିଯୋଗ କରାଯିବ। କେନ୍ଦ୍ରୀକୃତ ପରିଚାଳନା ପଏଣ୍ଟ ସହିତ 6,656 ଷ୍ଟେସନରେ ଇଲେକ୍ଟ୍ରିକାଲ ଏବଂ ଇଲେକ୍ଟ୍ରୋନିକ୍ସ ଇଣ୍ଟରଲକିଂ ସିଷ୍ଟମ କାର୍ଯ୍ୟକ୍ଷମ କରାଯାଇଛି। ଭାରତୀୟ ରେଳବାଇର 15,512 ଆରକେଏମରେ କବଚ ପ୍ରଣାଳୀ କାର୍ଯ୍ୟକ୍ଷମ ହୋଇଛି। ଏହା ହେଉଛି ଏକ ସ୍ୱଦେଶୀ ପ୍ରଯୁକ୍ତି ଆଧାରିତ ପ୍ରଣାଳୀ ଯାହା ସର୍ବୋଚ୍ଚ ନିରାପତ୍ତା ସୁନିଶ୍ଚିତ କରିଥାଏ। ଏହି ପ୍ରଣାଳୀ ଲୋକୋ ପାଇଲଟମାନଙ୍କୁ ନିର୍ଦ୍ଦିଷ୍ଟ ବେଗରେ ଟ୍ରେନ ଚଳାଇବା ଏବଂ ସ୍ୱୟଂକ୍ରିୟ ଭାବେ ବ୍ରେକ୍‌ ପ୍ରୟୋଗ କରିବାର ସୁବିଧା ଦେଇଥାଏ। କୁହୁଡ଼ି ପ୍ରବଣ ଅଞ୍ଚଳରେ ଲୋକୋ ପାଇଲଟମାନଙ୍କୁ ଜିପିଏସ ଆଧାରିତ ଫଗ ସୁରକ୍ଷା ଡିଭାଇସ ପ୍ରଦାନ କରାଯାଇଛି। ବ୍ରଡଗଜ୍‌ ମାର୍ଗରେ ସବୁ ମାନବବିହୀନ ଲେଭଲ କ୍ରସିଂକୁ ଉଚ୍ଛେଦ କରାଯାଇଛି।

ଅଶ୍ୱିନୀ ବୈଷ୍ଣବ ଓଡିଶା ଗତି ଶକ୍ତି କାର୍ଗୋ ଟର୍ମିନାଲ୍ ରେଳ ବଜେଟ୍‌ ଆବଣ୍ଟନ
Share. Facebook Twitter LinkedIn Email WhatsApp Copy Link

Related Posts

କୋଲସେତୁ ୱିଣ୍ଡୋକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ

December 13, 2025

ଅମୃତ ଭାରତ ଷ୍ଟେସନ ଯୋଜନାରେ ଓଡ଼ିଶାର 59ଟି ଷ୍ଟେସନର ପୁନର୍ବିକାଶ ଜାରି: 5ଟିର କାମ ସମ୍ପୂର୍ଣ୍ଣ

December 13, 2025

ମୋବାଇଲ ଟେକ୍ନିସିଆନଙ୍କ ଆତ୍ମହତ୍ୟା

December 13, 2025

ମନ୍ତ୍ରୀ, ବିଧାୟକ ଓ ବିଭାଗୀୟ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ

December 13, 2025
Latest News

ଓଡ଼ିଶାକୁ ରେଳ ବଜେଟ୍‌ ଆବଣ୍ଟନ 13ଗୁଣ ବୃଦ୍ଧି ପାଇଛି: ଅଶ୍ୱିନୀ ବୈଷ୍ଣବ

December 13, 2025

କୋଲସେତୁ ୱିଣ୍ଡୋକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ

December 13, 2025

ଅମୃତ ଭାରତ ଷ୍ଟେସନ ଯୋଜନାରେ ଓଡ଼ିଶାର 59ଟି ଷ୍ଟେସନର ପୁନର୍ବିକାଶ ଜାରି: 5ଟିର କାମ ସମ୍ପୂର୍ଣ୍ଣ

December 13, 2025

ମୋବାଇଲ ଟେକ୍ନିସିଆନଙ୍କ ଆତ୍ମହତ୍ୟା

December 13, 2025

ମନ୍ତ୍ରୀ, ବିଧାୟକ ଓ ବିଭାଗୀୟ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ

December 13, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.