Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓମ୍ଫେଡ୍ କୁ ମିଳିଲା ଟ୍ରଷ୍ଟ ବ୍ରାଣ୍ଡ ଅଫ୍ ଦି ଓଡିଶା ଆଓ୍ୱାର୍ଡ
ଆଜିର ଖବର

ଓମ୍ଫେଡ୍ କୁ ମିଳିଲା ଟ୍ରଷ୍ଟ ବ୍ରାଣ୍ଡ ଅଫ୍ ଦି ଓଡିଶା ଆଓ୍ୱାର୍ଡ

December 13, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓମ୍ଫେଡ୍ କୁ ମିଳିଲା ଟ୍ରଷ୍ଟ ବ୍ରାଣ୍ଡ ଅଫ୍ ଦି ଓଡିଶା ଆଓ୍ୱାର୍ଡ
ଓମ୍ଫେଡ୍ କୁ ମିଳିଲା ଟ୍ରଷ୍ଟ ବ୍ରାଣ୍ଡ ଅଫ୍ ଦି ଓଡିଶା ଆଓ୍ୱାର୍ଡ

ଭୁବନେଶ୍ୱର: ଓଡିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ୍ (ଓମ୍ଫେଡ୍)କୁ ମିଳିଲା ଟ୍ରଷ୍ଟ ବ୍ରାଣ୍ଡ ଅଫ୍ ଦ ଓଡିଶା ସମ୍ମାନ। ନେଟଓ୍ୱାର୍କ ୧୮ ପକ୍ଷରୁ ଗତ କାଲି ଭୁବନେଶ୍ୱରଠାରେ ଆୟୋଜିତ ଆତ୍ମ ନିର୍ଭର ଓଡିଶା ଶୀର୍ଷକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ମାନ୍ୟବର ବାଣିଜ୍ୟ  ଓ ପରିହବନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଥିଲେ। ଓମ୍ଫେଡ୍ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ ଓ ଡେପୁଟି ମ୍ୟାନେଜର ଡାକ୍ତର ବିଶ୍ୱରଂଜନ ତ୍ରିପାଠୀ ମନ୍ତ୍ରୀଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ଏହି ପୁରସ୍କାର ପାଇବା ପରେ ଓମ୍ଫେଡ୍ କର୍ମଚାରୀଙ୍କ ମଧ୍ୟରେ ବେଶ ଉତ୍ସାହ ସୃଷ୍ଟି ହୋଇଛି। ଏହି ସ୍ୱୀକୃତି ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କ କଠୋର ପରିଶ୍ରମ ଏବଂ ଅଗଣିତ ଗ୍ରାହକଙ୍କର ଭଲ ପାଇବାର ପ୍ରତୀକ। ଓମ୍ଫେଡ ରାଜ୍ୟର କୋଟି କୋଟି ଲୋକଙ୍କ ନିକଟରେ ପହଞ୍ଚି ପାରିଥିବାରୁ ସେମାନଙ୍କ ନିକଟରେ ଆମେ କୃତଜ୍ଞ ବୋଲି ପୁରସ୍କାର ଗ୍ରହଣ କରିବା ଅବସରରେ କହିଛନ୍ତି ଓମ୍ଫେଡ୍ ସଭାପତି ଶ୍ରୀ ପ୍ରଧାନୀ।

କ୍ଷୀର କହିଲେ ଓମ୍ଫେଡ୍। ଏହା ଆଜି ଘରେ ଘରେ ପରିଚିତ। ଏହାର ଗୁଣବତ୍ତା ଏବଂ ବ୍ୟାପକତା ପାଇଁ ଓମ୍ଫେଡ୍ ଆଜି କେବଳ ଓଡିଶା ନୁହେଁ, ଓଡିଶା ବାହାରେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଶୁଦ୍ଧତା ଓ ଉତ୍ତମ ଗୁଣମାନର ଦୁଗ୍ଧ ହୋଇଥିରୁ ଲୋକମାନଙ୍କ ଭରସା ଓ ବିଶ୍ୱାସ ଜିତିପାରିଛି। କେବଳ ଦୁଗ୍ଧ ନୁହେଁ, ଓମ୍ଫେଡ୍ ର ବିଭିନ୍ନ ଉତ୍ପାଦ ଯଥା-ଘିଅ, ମିଠା ଓ ସାଧା ଦହି, ପେଡା, ଆଇସକ୍ରିମ୍, ଫ୍ଲେବର ମିଲ୍କ, ପନିର, ଦୁଗ୍ଧ ଗୁଣ୍ଡ ଇତ୍ୟାଦି ଘରେ ଘରେ ପରିଚିତ।

ଶୁଦ୍ଧତା ପାଇଁ ଆଜି ଓମ୍ଫେଡ୍ ଘିଅ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ଭୋଗ ହେଉଛି। ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷା ନିରୀକ୍ଷା ହେବା ସହ ଅଗଣିତ ଗ୍ରାହକଙ୍କୁ ସ୍ୱଚ୍ଛ ଓ ଶୁଦ୍ଧ ଦୁଗ୍ଧଜାତ ଦ୍ରବ୍ୟ ଯୋଗାଇ ଦେବାକୁ ଓମ୍ଫେଡ୍ ସଦାସର୍ବଦା ଉଦ୍ୟମ ଜାରି ରଖିଛି। ଗୁଣବତ୍ତାରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ଓମ୍ଫେଡର ପରିଚାଳନା ନିର୍ଦେଶକ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି। ଓମ୍ଫେଡ୍ ତାର ସ୍ୱଚ୍ଛ ଓ ଶୁଦ୍ଧତା ପାଇଁ ଆଜି ରାଜ୍ୟବାସୀଙ୍କର ବିଶ୍ୱାସ ଜିତି ପାରିଛି। ଏ ସମ୍ମାନ ଓ ଶ୍ରେୟ ଓମ୍ଫେଡ୍ ର ଲକ୍ଷ ଲକ୍ଷ ଚାଷୀ, ଅଗଣିତ ଗ୍ରାହକ ଏବଂ କଠୋର ପରିଶ୍ରମ କରୁଥିବା କର୍ମଚାରୀଙ୍କର ବୋଲି ସେ କହିଛନ୍ତି।

ଓମ୍‌ଫେଡ୍‌ ଟ୍ରଷ୍ଟ ବ୍ରାଣ୍ଡ ଅଫ୍ ଦି ଓଡିଶା
Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସ ଭବନରେ ପାଳନ ହେଲା ଜାନକୀ ପଟ୍ଟନାୟକଙ୍କ ଜନ୍ମ ଶତ ବାର୍ଷିକୀ

January 4, 2026

ଜାନୁଆରୀ ୧୨ ରେ ସମସ୍ତ ଶିକ୍ଷାନୁଷ୍ଠାନରେ ସାମୂହିକ ଭାବେ “ବନ୍ଦେ ମାତରମ୍” ଗାନ କରିବେ ଛାତ୍ରଛାତ୍ରୀ

January 4, 2026

ନୂଆଦିଲ୍ଲୀ ରେଳ ଷ୍ଟେସନରେ ବନ୍ଦେ ଭାରତ ସ୍ଲିପର ଟ୍ରେନ ନିରୀକ୍ଷଣ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

January 4, 2026

ଗୃହ ମନ୍ତ୍ରଣାଳୟର ସଂସଦୀୟ ପରାମର୍ଶ କମିଟି ବୈଠକରେ ଅଧ୍ୟକ୍ଷତା କଲେ ଅମିତ ଶାହ

January 4, 2026
Latest News

କଂଗ୍ରେସ ଭବନରେ ପାଳନ ହେଲା ଜାନକୀ ପଟ୍ଟନାୟକଙ୍କ ଜନ୍ମ ଶତ ବାର୍ଷିକୀ

January 4, 2026

ଜାନୁଆରୀ ୧୨ ରେ ସମସ୍ତ ଶିକ୍ଷାନୁଷ୍ଠାନରେ ସାମୂହିକ ଭାବେ “ବନ୍ଦେ ମାତରମ୍” ଗାନ କରିବେ ଛାତ୍ରଛାତ୍ରୀ

January 4, 2026

ନୂଆଦିଲ୍ଲୀ ରେଳ ଷ୍ଟେସନରେ ବନ୍ଦେ ଭାରତ ସ୍ଲିପର ଟ୍ରେନ ନିରୀକ୍ଷଣ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

January 4, 2026

ଗୃହ ମନ୍ତ୍ରଣାଳୟର ସଂସଦୀୟ ପରାମର୍ଶ କମିଟି ବୈଠକରେ ଅଧ୍ୟକ୍ଷତା କଲେ ଅମିତ ଶାହ

January 4, 2026

ଭଗବାନ ବୁଦ୍ଧଙ୍କ ପିପ୍ରାହାୱା ପବିତ୍ର ଅବଶେଷର ଭବ୍ୟ ଅନ୍ତର୍ଜାତୀୟ ପ୍ରଦର୍ଶନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

January 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.