Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମନ୍ତ୍ରୀ, ବିଧାୟକ ଓ ବିଭାଗୀୟ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ
ଆଜିର ଖବର

ମନ୍ତ୍ରୀ, ବିଧାୟକ ଓ ବିଭାଗୀୟ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ

December 13, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ମନ୍ତ୍ରୀ, ବିଧାୟକ ଓ ବିଭାଗୀୟ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ
ମନ୍ତ୍ରୀ, ବିଧାୟକ ଓ ବିଭାଗୀୟ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆହ୍ୱାନରେ ତିନିଦିନ ଧରି ଭୁବନେଶ୍ୱରର ଗାନ୍ଧିମାର୍ଗଠାରେ ଚାଲିଥିବା ଅହୋରାତ୍ର ଗଣଧାରଣାକୁ ଆଜି ସ୍ଥଗିତ କରାଯାଇଛି। ମନ୍ତ୍ରୀ, ବିଧାୟକ ଏବଂ ବିଭାଗୀୟ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ସ୍ଥଗିତ ରଖାଗଲା ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ କହିଛନ୍ତି।
ସୂଚନାଥାଉକି, ସରକାର ସବୁ ବର୍ଗର ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନଙ୍କ ସମସ୍ୟାକୁ ବିଚାରକୁ ନେବା ସଙ୍ଗେ ସଙ୍ଗେ ଏହାର ଏକ ସ୍ଥାୟୀ ସମାଧାନ ପାଇଁ ଯେଉଁ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ତାହା ଖୁବ୍‌ଶିଘ୍ର ବସି ସମସ୍ତ ବର୍ଗର ଶିକ୍ଷକମାନଙ୍କର ସମସ୍ୟା ସମାଧାନ କରିବ ବୋଲି ମାନ୍ୟବର ମନ୍ତ୍ରୀ, ବିଧାୟକ ଓ ଅଧିକାରୀମାନେ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି।
ଶିକ୍ଷକ କର୍ମଚାରୀମାନଙ୍କର ପ୍ରମୁଖ ଦାବି ମଧ୍ୟରେ ଅନୁଦାନଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପ୍ରଦାନ କରିବା, ୨୦୦୪ ମସିହାଠାରୁ ଅଦ୍ୟାବଧି ଅବସର ନେଇଥିବା ଏବଂ ଆଗାମୀ ଦିନରେ ଅବସର ନେବାକୁ ଥିବା ଶିକ୍ଷକ କର୍ମଚାରୀମାନଙ୍କୁ ବ୍ୟବସ୍ଥା ଅନୁସାରେ ପେନସନ୍ ଓ ଅବସରକାଳୀନ ସୁବିଧା, ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ପାଳନ କରି ସମସ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କୁ ନ୍ୟାୟ ପ୍ରଦାନ କରିବା, ସମସ୍ତ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ସରକାରୀକରଣ, ନୂତନ ପେନସନ୍ ବ୍ୟବସ୍ଥାକୁ ବାତିଲ କରି ପୂର୍ବ ପ୍ରଚଳିତ ପୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ କରିବା, ୨୦୧୩ ମସିହା ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନୋସନାଲ୍ ଇନ୍‌କ୍ରିମେଣ୍ଟ ଦେବା ସହିତ ବରିଷ୍ଠତା ପ୍ରଦାନ କରିବା, ଗ୍ରେଡ଼ପେ ରେ ଥିବା ଅସଙ୍ଗତି ଦୂରୀକରଣ, ଅବସର ବୟସସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା, ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆଦି ବିଷୟ ସ୍ଥାନିତ କରାଯାଇଥିଲା।
ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏକାମ୍ର ବିଧାୟକ ବାବୁ ସିଂ ଓ ପାଲଲହଡ଼ାର ମାନ୍ୟବର ବିଧାୟକ ଅଶୋକ ମହାନ୍ତି ସଭାସ୍ଥଳକୁ ଆସି ଶିକ୍ଷକମାନଙ୍କ ଉଦ୍ଦେଶ୍ୟରେ ସରକାରଙ୍କ ଆଭିମୁଖ୍ୟ ପ୍ରତିପାଦନ କରିଥିଲେ। ବିଧାୟକ ବାବୁ ସିଂ ଗତକାଲି ଏବଂ ଆଜି ବିଭାଗୀୟ ସଚିବ, ବିଭାଗୀୟ ମନ୍ତ୍ରୀ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ଅଶେକ ତ୍ରିପାଠୀଙ୍କର ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଚାରି ଜଣିଆ କମିଟି ୧୫ ଦିନ ମଧ୍ୟରେ ଅନୁଦାନ, ପେନସନ୍‌, ଅବସର ବୟସ ସୀମା ୬୨ କୁ ବୃଦ୍ଧି ଆଦି ଦିଆଯାଇଥିବା ସମସ୍ୟା ଗୁଡ଼ିକର ସମାଧାନ ସହିତ ନୀତି ନିଷ୍ପତ୍ତି ନିର୍ଦ୍ଧାରଣ ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ପାଲଲହଡ଼ାର ମାନ୍ୟବର ବିଧାୟକ ଅଶୋକ ମହାନ୍ତି ଶିକ୍ଷକ ଆନ୍ଦୋଳନ ସହିତ ସେ ମହୋଦୟ ଜଡ଼ିତ ଥିବା କଥା ପ୍ରକାଶ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ସହୃଦୟତାର ସହିତ ଏକ ସୁସ୍ଥ ନୀତିଗତ ଆଇନ ଆଧାରିତ ନିଷ୍ପତ୍ତି ଏହି ଚାରିଜଣିଆ କମିଟି ମାଧ୍ୟମରେ ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିଦ୍ୟାନନ୍ଦ ଗଣ୍ଡଙ୍କ ତରଫରୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଏହି କମିଟି ଯେଉଁ ନିଷ୍ପତ୍ତି ନେବ ତାହାକୁ ମିଳିତ ସମନ୍ୱୟ ସମିତିର ନେତୃତ୍ୱମାନଙ୍କ ସହିତ ଶିକ୍ଷା ସଚିବ ଓ ଉଭୟ ବିଧାୟକ ଉପସ୍ଥିତ ରହି ଏହାର ଯୁକ୍ତ ଓ ବିଯୁକ୍ତ ଦିଗ ଅନୁଧ୍ୟାନ ସହିତ ସହମତି ପ୍ରକାଶ କଲେ ତାହା ସରକାରଙ୍କ ଦ୍ୱାରା ଗ୍ରହଣୀୟ ହେବ ବୋଲି ଦୃଢ଼ ପ୍ରତିଶ୍ରୁତି ପ୍ରଦାନ କରିବା ସହିତ ଧାରଣାରେ ବସିଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନଙ୍କୁ ସରକାରଙ୍କ ଉପରେ ଭରଷା ରଖି ଆନ୍ଦୋଳନ ସ୍ଥଗିତ କରିବା ପାଇଁ ନିବେଦନ କରିଥିଲେ।
ସମସ୍ୟା ସମାଧାନ ନିମନ୍ତେ ଗଠନ ହୋଇଥିବା ଉଚ୍ଚସ୍ତରୀୟ କମିଟି ଖୁବ୍‌ଶୀଘ୍ର ଏହାର ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବ ଏବଂ ଶିକ୍ଷକ କର୍ମଚାରୀଙ୍କର ସମସ୍ୟା ଗୁଡ଼ିକର ସ୍ଥାୟୀ ସମାଧାନ ନିମନ୍ତେ ସରକାର ନିଷ୍ପତ୍ତି ନେବେ ବୋଲି ମାନ୍ୟବର ମନ୍ତ୍ରୀଗଣ ଦୃଢ଼ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଓ ବିଧାୟକଙ୍କ ଅନୁରୋଧ କ୍ରମେ ତିନିଦିନ ଧରି ଚାଲିଥିବା ଅହୋରାତ୍ର ଗଣଧାରଣାକୁ ସ୍ଥଗିତ କରାଗଲା ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶଙ୍କ ସମେତ ସମନ୍ୱୟ ସମିତିର ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଅଜୟ କୁମାର ପତି, ଗରୁଡ଼ ଚନ୍ଦ୍ର ସାହୁ, ରଞ୍ଜନ କୁମାର ପଣ୍ଡା, ଏମ୍‌.ଏ.କାସିମ୍ ବେଗ୍‌, ପ୍ରଶାନ୍ତ କୁମାର ପତି, ସୁରେଶ ଚନ୍ଦ୍ର ଦାସ, ରାଜା ଓସିମ୍‌, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା, ଗଦାଧର ଶତପଥି, ରମାକାନ୍ତ ଲେଙ୍କା ଏବଂ ମଧୁସୂଦନ ଦେ ପ୍ରମୁଖ ଜଣାଇଛନ୍ତି।
ଆନ୍ଦୋଳନ ସ୍ଥଗିତ ସମନ୍ୱୟ ସମିତି
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବ ବର୍ଷ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶାର ଅର୍ଥନୀତି କ୍ଷେତ୍ରରେ ମଧ୍ୟମ ଧରଣର ଅଭିବୃଦ୍ଧି

April 1, 2026

ଆଜିଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା 

April 1, 2026

ଆଜି ଏପ୍ରିଲ ୧ ତାରିଖ ବୁଧବାର ଦିନ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଅସୁବିଧା, କରନ୍ତୁ ପ୍ରତିକାର

April 1, 2026

ସଂସଦରେ ଉଠିଲା ପିତୃତ୍ୱ ଛୁଟି ପ୍ରସଙ୍ଗ: ଆଉ ଏକ ସାମାଜିକ ଅଧିକାର ଦାବି କଲେ ରାଘବ ଚଢା

March 31, 2026
Latest News

ପୂର୍ବ ବର୍ଷ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶାର ଅର୍ଥନୀତି କ୍ଷେତ୍ରରେ ମଧ୍ୟମ ଧରଣର ଅଭିବୃଦ୍ଧି

April 1, 2026

ଆଜିଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା 

April 1, 2026

ଆଜି ଏପ୍ରିଲ ୧ ତାରିଖ ବୁଧବାର ଦିନ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଅସୁବିଧା, କରନ୍ତୁ ପ୍ରତିକାର

April 1, 2026

ସଂସଦରେ ଉଠିଲା ପିତୃତ୍ୱ ଛୁଟି ପ୍ରସଙ୍ଗ: ଆଉ ଏକ ସାମାଜିକ ଅଧିକାର ଦାବି କଲେ ରାଘବ ଚଢା

March 31, 2026

ବାଲୁଗାଁ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରକୃତି ଶିବିର

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.