ଭୁବନେଶ୍ଵର: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ଶନିବାର ଭୁବନେଶ୍ୱରଠାରେ ପୂର୍ବୋଦୟ ଅନ୍ତର୍ଜାତୀୟ ସମ୍ମିଳନୀର ତୃତୀୟ ସଂସ୍କରଣ ଉଦଘାଟନ କରିଛନ୍ତି। ଆର୍ଥିକ କରିଡର ଜରିଆରେ ଭାରତର ପୂର୍ବ ସୀମା ଏବଂ ଦକ୍ଷିଣପୂର୍ବ ଏସିଆକୁ ଯୋଡିବା ଉଦ୍ଦେଶ୍ୟରେ ଏହି ସମ୍ମିଳନୀ ଆୟୋଜନ କରାଯାଇଛି।
ରାଜ୍ୟପାଳ କହିଛନ୍ତି ଯେ, ବିଭିନ୍ନ କ୍ଷେତ୍ରରେ ପୂର୍ବୋଦୟର ଅପାର ସମ୍ଭାବନା ରହିଛି। ବିସ୍ତିର୍ଣ୍ଣ ଉପକୂଳ ସହିତ ପ୍ରଚୁର ଖଣିଜ ସମ୍ପଦ ଏହି କ୍ଷେତ୍ରର ଶିଳ୍ପ ବିକାଶକୁ ତ୍ୱରାନ୍ବିତ କରିବ। ପୂର୍ବୋଦୟ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନରେ ସହାୟକ ହେବ। ସମ୍ମିଳନୀରେ ବହୁ ବିଶେଷଜ୍ଞ ଯୋଗଦେଇ ବିଚାର ବିମର୍ଶ କରିଛନ୍ତି।


