ତାଇଓ୍ବାନ୍‌ରେ 6.4 ତୀବ୍ରତାର ଭୂକମ୍ପ

Published: Aug 8, 2019, 11:25 am IST

ଗୁରୁବାର ସକାଳେ ତାଇଓ୍ବାନ୍‌ରେ 6.4 ତୀବ୍ରତାର ଏକ  ଭୂମିକମ୍ପ ଅନୁଷ୍ଠିତ ହୋଇଛି । ଗୁରୁବାର ଭୋର 5.28 ମିନିଟ୍‌ ସମୟରେ ଏହି ଭୂମିକମ୍ପ ଅନୁଷ୍ଠିତ ହୋଇଛି । ଏହି ଭୂମିକମ୍ପରେ କୌଣସି ଜନଜୀବନ ହାନି ହୋଇନଥିବା ବେଳେ ବିଭିନ୍ନ କୋଠା ଗୁଡିକ ଥରିଥିବାରୁ ଲୋକମାନେ ଭୟରେ ସଡକ ଉପରକୁ ପଳାଇ ଆସିଥିଲେ । ସମୁଦ୍ରରେ ସୃଷ୍ଟି ହୋଇଥିବା ଏହି ଭୂକମ୍ପ କାରଣରୁ ପୂର୍ବ ତାଇଓ୍ବାନ୍‌ର ୟିଲାନ୍‌ ସହରରେ ଏହି ଭୂକମ୍ପ ଅନୁଷ୍ଠିତ ହୋଇଥିଲା । ୟିଲାନ୍‌ରୁ 30 କିମି ଦୂର ପରିସୀମା ମଧ୍ୟରେ ଏହି ଭୂକମ୍ପର ପ୍ରଭାବ ପ୍ରାୟ 10 ସେକେଣ୍ଡ ଅନୁଭୂତ ହୋଇଥିଲା ।

Related posts