Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୪ ଶ୍ରମ ସଂହିତା ରଦ୍ଦ କରି ୪୪ ଶ୍ରମ ଆଇନକୁ ପୁନଃସ୍ଥାପନା କରିବା ପାଇଁ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର
ଆଜିର ଖବର

୪ ଶ୍ରମ ସଂହିତା ରଦ୍ଦ କରି ୪୪ ଶ୍ରମ ଆଇନକୁ ପୁନଃସ୍ଥାପନା କରିବା ପାଇଁ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର

December 14, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
୪ ଶ୍ରମ ସଂହିତା ରଦ୍ଦ କରି ୪୪ ଶ୍ରମ ଆଇନକୁ ପୁନଃସ୍ଥାପନା କରିବା ପାଇଁ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର
୪ ଶ୍ରମ ସଂହିତା ରଦ୍ଦ କରି ୪୪ ଶ୍ରମ ଆଇନକୁ ପୁନଃସ୍ଥାପନା କରିବା ପାଇଁ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର

ଭୁବନେଶ୍ୱର: ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ମାଷ୍ଟର କେଣ୍ଟିନ ଠାରେ ଶ୍ରମିକ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଧାନସଭା ପର୍ଯ୍ୟନ୍ତ ଶୋଭାଯାତ୍ରା ଯାଇଥିଲା। ପୁଞ୍ଜିପତମାନଙ୍କ ସ୍ବାର୍ଥରେ ମୋଦି ସରକାର ନଭେମ୍ବର ୨୧ ତାରିଖରେ ଯେଉଁ ଶ୍ରମିକ ବିରୋଧୀ ୪ ଶ୍ରମ ସଂହିତା କାର୍ଯ୍ୟକାରୀ କରିଛନ୍ତି ତାହା ତୁରନ୍ତ ରଦ୍ଦ କରି ୪୪ ଟି ଶ୍ରମ ଆଇନକୁ ପୁନଃସ୍ଥାପନ କରି ଶ୍ରମିକଙ୍କ ହିତରେ ଆଇନକୁ କାର୍ଯ୍ୟକାରୀ କରିବା ଏବଂ ଓଡିଶାରେ ନାରୀ ନିର୍ଯାତନା ଶୀର୍ଷରେ, ବ୍ୟାପକ ବେକାରୀ, ଦାରିଦ୍ର୍ୟତା, ଅଭାବ ଅନାଟନ, ଅଭାବ ବିକ୍ରୀ ସହ ଦାଦନ ଶ୍ରମିକଙ୍କ ସମସ୍ୟା ବୃଦ୍ଧି ପାଉଛି। ଅପହଞ୍ଚ ଶିକ୍ଷା ଏବଂ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଶିକ୍ଷକ, ଅଙ୍ଗନବାଡି, ସ୍ବାସ୍ଥ୍ୟ କର୍ମୀ ଆଦି ନିୟମିତ କରିବା ଏବଂ ଦରମା ବୃଦ୍ଧି ଦାବି ନେଇ ବିଧାନସଭା ସମ୍ମୁଖରେ ଶୀତ କାକରରେ ଦୁଃଖ ଜଣାଇ ଅଧିକାର ମାଗିବାକୁ ଆସିଥିବା ଶ୍ରମଜୀବୀଙ୍କ ମଜୁରୀ ବୃଦ୍ଧି ନକରି କୋଟିପତି ବିଧାୟକମାନଙ୍କ ୩ ଗୁଣ ଦରମା ବୃଦ୍ଧିକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ବର୍ଦ୍ଧିତ ଦରମାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବି ରଖିଛନ୍ତି। ଶ୍ରମିକଙ୍କ ଅଧିକାର ସ୍ଥାପନ ପାଇଁ ୧୫ ଟି ସଂଘର୍ଷଶୀଳ ଶ୍ରମିକ ସଂଗଠନ ମାନଙ୍କ ମିଳିତ ମଞ୍ଚ ମଜଦୁର ଅଧିକାର ସଂଘର୍ଷ ଅଭିଯାନ (ମାସା) ପକ୍ଷରୁ ଦେଶବ୍ୟାପୀ ଶ୍ରମିକ ଅଧିକାର ଦିବସ ଭାବେ ଭୁବନେଶ୍ୱର ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ବିଭିନ୍ନ ସହରରେ ପାଳନ କରାଯାଇଛି ।ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ୧୩ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ଏହି ସ୍ମାରକପତ୍ରରେ ଶ୍ରମିକ ବର୍ଗ ଏବଂ ପରିଶ୍ରମୀ ଜନସାଧାରଣଙ୍କ ଅଧିକାରକୁ ପୁନଃସ୍ଥାପିତ କରିବା ପାଇଁ ଶ୍ରମିକ ବିରୋଧୀ ୪ ଶ୍ରମ ସଂହିତାକୁ ତୁରନ୍ତ ରଦ୍ଦ କରି ଦଶନ୍ଧି ଦଶନ୍ଧି ଧରି ଶ୍ରମିକ ସଂଘର୍ଷ ମାଧ୍ୟମରେ ହାସଲ ହୋଇଥିବା ସମସ୍ତ ଶ୍ରମ ଅଧିକାର, ଯେପରିକି ଚାକିରି ସୁରକ୍ଷା, ୟୁନିଅନ ଗଠନ ଅଧିକାର, କର୍ମକ୍ଷେତ୍ର ସୁରକ୍ଷା ଇତ୍ୟାଦିକୁ ପୁନଃସ୍ଥାପିତ କରିବା, ସଂଗଠନ ଏବଂ ଧର୍ମଘଟ କରିବା ଅପରାଧ ନୁହେଁ, ଏହା ଏକ ମୌଳିକ ଗଣତାନ୍ତ୍ରିକ ଅଧିକାର, ଟ୍ରେଡ୍ ୟୁନିଅନ ଗଠନ ଏବଂ ସାମୂହିକ ଭାବରେ ମୂଳଚାଲ କରିବାର ଅଧିକାର ହେଉଛି ଶ୍ରମିକଙ୍କ ସଂଘର୍ଷରୁ ଜନ୍ମିତ ଏକ ସାମ୍ବିଧାନିକ ଏବଂ ଶ୍ରେଣୀଗତ ଅଧିକାର। ତେଣୁ ଟ୍ରେଡ୍ ୟୁନିଅନଗୁଡ଼ିକୁ ସଂଗଠିତ କରିବାର ପୂର୍ଣ୍ଣ ସ୍ୱାଧୀନତା ସୁନିଶ୍ଚିତ କରିବା, ୟୁନିଅନ ନେତା ଏବଂ ଶ୍ରମିକମାନଙ୍କ ପ୍ରତି ସମସ୍ତ ପ୍ରକାରର ଦମନ ଓ ଆକ୍ରମଣ ବନ୍ଦ କରିବା, ଚୁକ୍ତିଭିତ୍ତିକ ଅସ୍ଥାୟୀ ଶ୍ରମିକ ପ୍ରଥାକୁ ଉଚ୍ଛେଦ କରାଯାଇ ସମସ୍ତଙ୍କୁ ସ୍ଥାୟୀ-ସୁରକ୍ଷିତ ନିଯୁକ୍ତି, ସମାନ କାମ ପାଇଁ ସମାନ ଦରମା, ମୁଦ୍ରାସ୍ଫୀତି ସହିତ ସଂଲଗ୍ନ କରି ମାସିକ ସର୍ବନିମ୍ନ ୩୦,୦୦୦ ଟଙ୍କା ଦରମା ସ୍ଥିର କରିବା ସହ ଲାଗୁ କରିବା, ସମସ୍ତ ବେକାର ଶ୍ରମିକଙ୍କୁ ବେକାରୀ ଭତ୍ତା, ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (MGNREGA)କୁ ସୁଦୃଢ଼ ​​କରିବା,ଦୈନିକ ସର୍ବନିମ୍ନ ମଜୁରୀ ୧୦୦୦ ଟଙ୍କା ଏବଂ ବର୍ଷକୁ ୩୦୦ ଦିନର କାମକୁ ସୁନିଶ୍ଚିତ କରିବା, ସମୟସୀମା ମଧ୍ୟରେ ମଜୁରୀ ଦେୟ ଏବଂ ସମ୍ପୂର୍ଣ୍ଣ ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା, ଆଠ ଘଣ୍ଟା କାର୍ଯ୍ୟ ଦିବସକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା, ଅଧିକ ସମୟ ପାଇଁ ଦୁଇଗୁଣ ମଜୁରୀ ପ୍ରଦାନ କରିବା କାରଣ ଜଣେ ଶ୍ରମିକର ଜୀବନ ପୁଞ୍ଜିବାଦୀ ଲାଭ ଅପେକ୍ଷା ଅଧିକ ମୂଲ୍ୟବାନ, ଡିଜିଟାଲ୍ ଦାସତ୍ୱର ସମାପ୍ତ କରିବା, ଫ୍ଳିପକାର୍ଟ, ସ୍ୱିଗି, ଜୋମାଟୋ, ଉବର, ଓଲା, ଆମାଜନ, ଆଇଟି/ଆଇଟିଇଇଏସ୍ କର୍ମୀ, ଅଙ୍ଗନୱାଡି, ଆଶା, ମଧ୍ୟାହ୍ନ ଭୋଜନ ଯୋଜନା କର୍ମୀ, ଘରୋଇ ମହିଳା କର୍ମଚାରୀ ଆଦିଙ୍କୁ ଆଇନଗତ ଶ୍ରମିକ ମାନ୍ୟତା, ସମସ୍ତଙ୍କ ସାମାଜିକ ସୁରକ୍ଷା, ନିୟମିତକରଣ ସମେତ ଶ୍ରମ ଆଇନର ସୁରକ୍ଷା ଏବଂ ଟ୍ରେଡ୍ ୟୁନିଅନର ପୂର୍ଣ୍ଣ ଅଧିକାର ପ୍ରଦାନ କରିବା, ପ୍ରବାସୀ ଶ୍ରମିକମାନଙ୍କୁ ସୁରକ୍ଷା ଏବଂ ସଶକ୍ତୀକରଣ, ଜାତୀୟ ଶ୍ରମ ପଞ୍ଜିକରଣ, ସମସ୍ତ ପ୍ରବାସୀ ଶ୍ରମିକଙ୍କ ପାଇଁ ଶ୍ରମ ଅଧିକାର, ରାଜ୍ୟ କିମ୍ବା ଅଞ୍ଚଳ ନିର୍ବିଶେଷରେ କର୍ମ ସ୍ଥଳୀ ନିକଟରେ ବାସସ୍ଥାନ, ରାସନ, ସ୍ୱାସ୍ଥ୍ୟସେବା, ପରିବହନର ଏବଂ ସାର୍ବଜନୀନ ପ୍ରବେଶର ସୁନିଶ୍ଚିତ କରିବା, ସମସ୍ତ ଶ୍ରମିକଙ୍କ ପାଇଁ ସାର୍ବଜନୀନ ସାମାଜିକ ସୁରକ୍ଷା, ମୁକ୍ତ ସାର୍ବଜନୀନ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା, ପେନସନ ଅଧିକାର ଏବଂ ସମ୍ମାନର ସହିତ ବଞ୍ଚିବାର ଅଧିକାରକୁ ସୁନିଶ୍ଚିତ କରିବା, ରେଳବାଇ, ବ୍ୟାଙ୍କ, ବୀମା ଠାରୁ ଆରମ୍ଭ କରି ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ପର୍ଯ୍ୟନ୍ତ ସମସ୍ତ ପ୍ରକାରର ସରକାରୀ ପ୍ରତିଷ୍ଠାନର ଘରୋଇକରଣ ତୁରନ୍ତ ବନ୍ଦ କରିବା, ସରକାରୀ ଉଦ୍ୟୋଗଗୁଡ଼ିକ ଉପରେ ଗଣତାନ୍ତ୍ରିକ ନିୟନ୍ତ୍ରଣ ପୁନଃସ୍ଥାପିତ କରିବା, ବିଭାଜନ ଓ ଘୃଣା ରାଜନୀତି ବନ୍ଦ‌ କରିବା ଆଦି ଦାବି ଉପସ୍ଥାପନ କରିଛନ୍ତି।

ଏଥିରେ ଖିଲାପ ହେଲେ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତିର ସାମ୍ନା କରିବାକୁ ପଡିବ ପୁଣିଥରେ ଚିକାଗୋ ସହରରେ ହେମାର୍କେଟ ଘଟଣାର ପୁନରାବୃତ୍ତି ହେବା ଅସମ୍ଭବ ନୁହେଁ ବୋଲି ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ ର ରାଜ୍ୟ ସଂପାଦକ ଶଙ୍କର ଇନକିଲାବ, ସଭାପତି ବିଚିତ୍ର ପାତ୍ର, ଓଡ଼ିଶା ମନରେଗା ଶ୍ରମିକ ୟୁନିଅନର ରାଜ୍ୟ ସଂପାଦିକା ପି ପାର୍ବତୀ, ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନର ନେତା ରାମଚନ୍ଦ୍ର ବାଡତ୍ୟା, ନଲୀନିକାନ୍ତ ତ୍ରୀପାଠୀ,ରାମରାଜ ଶର୍ମା, ବସ୍ତି ସୁରକ୍ଷା ମଞ୍ଚର ସଭାନେତ୍ରୀ ହେନା ବାରିକ, ବିପ୍ଳବୀ ସାଂସ୍କୃତିକ ମଞ୍ଚର ଶୋଭା ପାତ୍ର, ଗ୍ରାମୀଣ ମଜଦୁର ଯଶୋଦା ନାୟକ, ଶାନ୍ତି ନାୟକ ଆଦି ଶ୍ରମିକ ମାରଣ ନୀତିର ତୀବ୍ର ଭର୍ତ୍ସନା କରିଥିଲେ।

ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଶ୍ରମିକ ଅଧିକାର ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 26, 2026

ପ୍ରିଜିମ୍‍-ଏସଜି ପୋର୍ଟାଲର ଶୁଭାରମ୍ଭ

March 26, 2026

ଇମିଗ୍ରେସନ, ଭିସା, ବିଦେଶୀ ପଞ୍ଜୀକରଣ ଏବଂ ଟ୍ରାକିଂ ଯୋଜନା ଜାରି ରଖିବାକୁ କ୍ୟାବିନେଟ ମଞ୍ଜୁରି

March 26, 2026

ଆଜି ମାର୍ଚ୍ଚ ୨୬ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ବ୍ୟକ୍ତିମାନେ କଥାବାର୍ତ୍ତାରେ ସାବଧାନ ରୁହନ୍ତୁ

March 26, 2026
Latest News

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 26, 2026

ପ୍ରିଜିମ୍‍-ଏସଜି ପୋର୍ଟାଲର ଶୁଭାରମ୍ଭ

March 26, 2026

ଇମିଗ୍ରେସନ, ଭିସା, ବିଦେଶୀ ପଞ୍ଜୀକରଣ ଏବଂ ଟ୍ରାକିଂ ଯୋଜନା ଜାରି ରଖିବାକୁ କ୍ୟାବିନେଟ ମଞ୍ଜୁରି

March 26, 2026

ଆଜି ମାର୍ଚ୍ଚ ୨୬ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ବ୍ୟକ୍ତିମାନେ କଥାବାର୍ତ୍ତାରେ ସାବଧାନ ରୁହନ୍ତୁ

March 26, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଏଇ ରବିବାର ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ” 

March 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.