Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»Jio Launches New Year Offers: ୫ଜି, ଓଟିଟି ଏବଂ ଏଆଇ କୁ ନେଇ ଜିଓ ଘୋଷଣା କଲା ନୂଆ ଅଫର
ଆଜିର ଖବର

Jio Launches New Year Offers: ୫ଜି, ଓଟିଟି ଏବଂ ଏଆଇ କୁ ନେଇ ଜିଓ ଘୋଷଣା କଲା ନୂଆ ଅଫର

December 16, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Jio Launches New Year Offers
Jio Launches New Year Offers: ୫ଜି, ଓଟିଟି ଏବଂ ଏଆଇ କୁ ନେଇ ଜିଓ ଘୋଷଣା କଲା ନୂଆ ଅଫର

Jio Launches New Year Offers: ରିଲାଏନ୍ସ ଜିଓ ୨୦୨୬ ନୂତନ ବର୍ଷ ପାଳନ ଅବସରରେ ଏହାର ହାପି ନ୍ୟୁ ଇୟର ୨୦୨୬ ଅଫର ସମୂହର ଶୁଭାରମ୍ଭ ଘୋଷଣା କରିଛି। ଏହି ଅଫରଗୁଡ଼ିକ ମାଧ୍ୟମରେ, ଜିଓ ସୁଲଭ ମୂଲ୍ୟରେ ଉନ୍ନତ ଡିଜିଟାଲ୍ ସେବା ପ୍ରଦାନ କରିବା ପାଇଁ ଏହାର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ ​​କରିଛି। ଦୀର୍ଘ ବୈଧତା, ଅସୀମିତ ୫ଜି ଏବଂ ପ୍ରିମିୟମ୍ ଓଟିଟି କଣ୍ଟେଣ୍ଟ ସହିତ ଏହି ପ୍ଲାନ ଗୁଡ଼ିକ ଦେଶବ୍ୟାପୀ କୋଟି କୋଟି ଗ୍ରାହକଙ୍କୁ ଉତ୍ତମ ଯୋଗାଯୋଗ ସଂଯୋଗ ଏବଂ ମନୋରଞ୍ଜନ ଅନୁଭୂତି ପ୍ରଦାନ କରିବା ଲକ୍ଷ୍ୟରେ ପ୍ରସ୍ତୁତ କରାଯାଇଛି।

ହାପି ନ୍ୟୁ ଇୟର ୨୦୨୬ ଅଫର ମାଧ୍ୟମରେ, ଜିଓ କନେକ୍ଟିଭିଟି, ମନୋରଞ୍ଜନ ଏବଂ ଏଆଇକୁ ଏକତ୍ରିତ କରି ଏକ ସାମଗ୍ରିକ ଡିଜିଟାଲ୍ ଇକୋସିଷ୍ଟମକୁ ସୁଦୃଢ଼ ​​କରିବା ଦିଗରେ ପଦକ୍ଷେପ ନେଇଛି। କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି ଯେ ଏହା ଆଗାମୀ ଦିନରେ ଗ୍ରାହକମାନଙ୍କୁ ସୁଲଭ ମୂଲ୍ୟରେ ବିଶ୍ୱସ୍ତରୀୟ ଡିଜିଟାଲ୍ ସେବା ଉପଲବ୍ଧ କରାଇବା ଉପରେ ଧ୍ୟାନ ଦେବା ଜାରି ରଖିବ।

୩୫୯୯ ଟଙ୍କା ମୂଲ୍ୟର ହିରୋ ବାର୍ଷିକ ରିଚାର୍ଜ: ସାରା ବର୍ଷ ନିରବଛିନ୍ନ ସଂଯୋଗ:

୨୦୨୬ ର ହାପି ନ୍ୟୁ ଇୟର ଅଫରର ଅଂଶ ଭାବରେ, ଜିଓ ୩୫୯୯ ଟଙ୍କା ମୂଲ୍ୟର ହିରୋ ବାର୍ଷିକ ରିଚାର୍ଜ ପ୍ଲାନ ଶୁଭାରମ୍ଭ କରିଛି। ଏହି ପ୍ଲାନ ୩୬୫ ଦିନର ବୈଧତା ସହିତ ଅସୀମିତ ୫ଜି, ପ୍ରତିଦିନ ୨.୫ ଜିବି ହାଇ-ସ୍ପିଡ୍ ଡାଟା, ଅସୀମିତ ଭଏସ୍ କଲ୍ ଏବଂ ପ୍ରତିଦିନ ୧୦୦ ଏସଏମଏସ ସୁବିଧା ପ୍ରଦାନ କରୁଛି। ଏହି ପ୍ଲାନରେ ୧୮ ମାସର ଗୁଗୁଲ ଜେମିନି ପ୍ରୋ (ଏକ୍ଟକ୍ଟଶକ୍ଷର ଏରଜ୍ଞସଦ୍ଭସ ଚକ୍ସକ୍ଟ) ପ୍ଲାନ୍ ମଧ୍ୟ ଅନ୍ତର୍ଭୁକ୍ତ ରହିଛି, ଯାହାର ଆନୁମାନିକ ବଜାର ମୂଲ୍ୟ ୩୫,୧୦୦ ଟଙ୍କା ଆକଳନ କରାଯାଇଛି।

୫୦୦ ଟଙ୍କା ମୂଲ୍ୟର ସୁପର ସେଲିବ୍ରେସନ୍ ମାସିକ ପ୍ଲାନ: ଓଟିଟି ଏବଂ ଡାଟାର ପ୍ରକୃଷ୍ଟ ସମିଶ୍ରଣ:

ଜିଓର ୫୦୦ ଟଙ୍କିଆ ସୁପର ସେଲିବ୍ରେସନ୍ ମାସିକ ପ୍ଲାନ ୨୮ ଦିନର ବୈଧତା ସହିତ ଅସୀମିତ ୫ଜି, ପ୍ରତିଦିନ ୨ଜିବି ହାଇ ସ୍ପିଡ଼ ଡାଟା ଏବଂ ଅସୀମିତ କଲିଂ ସୁବିଧା ପ୍ରଦାନ କରୁଛି । ଏହି ପ୍ଲାନର ସ୍ୱତନ୍ତ୍ରତା ହେଉଛି ଏଥିରେ ୟୁଟ୍ୟୁବ ପ୍ରିମିୟମ, ଜିଓ ହଟଷ୍ଟାର, ଆମାଜନ ପ୍ରାଇମ ଭିଡିଓ ମୋବାଇଲ ସଂସ୍କରଣ, ସୋନି ଲିଭ, ଜି-ଫାଇଭ ଏବଂ ୧୮ ମାସର ଗୁଗୁଲ ଜେମିନି ପ୍ରୋପ୍ଲାନ୍ ସମେତ ୧୫ ରୁ ଅଧିକ ଲୋକପ୍ରିୟ ଓଟିଟି ପ୍ଲାଟଫର୍ମର ଆକ୍ସେସ୍ ଅନ୍ତର୍ଭୁକ୍ତ ରହିଛି।

୧୦୩ ଟଙ୍କା ମୂଲ୍ୟର ଫ୍ଲେକ୍ସି ପ୍ୟାକ୍: ଗ୍ରାହକମାନଙ୍କୁ ନିଜ ପସନ୍ଦ ବାଛିବାର ସ୍ୱାଧୀନତା:

୧୦୩ ଟଙ୍କିଆ ଫ୍ଲେକ୍ସି ପ୍ୟାକ୍ କମ୍ ମୂଲ୍ୟରେ ଅଧିକ ବିକଳ୍ପ ପ୍ରଦାନ କରିବାର ଜିଓର ରଣନୀତିକୁ ପ୍ରତିଫଳିତ କରୁଛି। ଏହି ପ୍ୟାକ୍ ୨୮ ଦିନ ପାଇଁ ୫ଜିବି ଡାଟା ପ୍ରଦାନ କରିବା ସହିତ ହିନ୍ଦୀ, ଆନ୍ତର୍ଜାତୀୟ କିମ୍ବା ଆଞ୍ଚଳିକ ମନୋରଞ୍ଜନ ପ୍ୟାକ୍ ମଧ୍ୟରୁ କୌଣସି ଗୋଟିଏ ବାଛିବାର ବିକଳ୍ପ ମଧ୍ୟ ପ୍ରଦାନ କରୁଛି। ଉପଭୋକ୍ତାମାନେ ସେମାନଙ୍କ ଭାଷା ଏବଂ ଆଗ୍ରହ ଆଧାରରେ ଓଟିଟି ସେବାଗୁଡ଼ିକର ଆନନ୍ଦ ନେଇପାରିବେ।

Jio Launches New Year Offers New Year Offers Reliance Ji ଜିଓ ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଫେବୃୟାରୀ ୩ ତାରିଖ ମଙ୍ଗଳବାରରେ ଆପଣଙ୍କ ଭାଗ୍ୟରେ କଣ ଅଛି ଜାଣିବା ପାଇଁ ପଢନ୍ତୁ

February 3, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଆଜି ରୂପା ମୂଲ୍ୟ ୧୭,୦୦୦ କୁ ହ୍ରାସ

February 2, 2026
Latest News

ଆଜି ଫେବୃୟାରୀ ୩ ତାରିଖ ମଙ୍ଗଳବାରରେ ଆପଣଙ୍କ ଭାଗ୍ୟରେ କଣ ଅଛି ଜାଣିବା ପାଇଁ ପଢନ୍ତୁ

February 3, 2026

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.