Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିପର୍ଯ୍ୟୟ ପ୍ରଶମନ ପଦକ୍ଷେପକୁ ସୁଦୃଢ଼ କରିବା ପାଇଁ ୫୦୭.୩୭ କୋଟି ମଞ୍ଜୁର କଲେ ଗୃହମନ୍ତ୍ରୀ
ଆଜିର ଖବର

ବିପର୍ଯ୍ୟୟ ପ୍ରଶମନ ପଦକ୍ଷେପକୁ ସୁଦୃଢ଼ କରିବା ପାଇଁ ୫୦୭.୩୭ କୋଟି ମଞ୍ଜୁର କଲେ ଗୃହମନ୍ତ୍ରୀ

December 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗୃହମନ୍ତ୍ରୀ
ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମବାୟ ମନ୍ତ୍ରୀମାନଙ୍କ ସହ ଅମିତ ଶାହଙ୍କ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ୨୦୨୧ରେ ଆରମ୍ଭ ହୋଇଥିବା ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପଞ୍ଚାୟତ ସ୍ତରକୁ ସମ୍ପ୍ରସାରିତ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି (ଏଚଏଲସି), ୨୦ଟି ରାଜ୍ୟର ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ଗୋଷ୍ଠୀ ଭିତ୍ତିକ ବିପର୍ଯ୍ୟୟ ବିପଦ ହ୍ରାସ ପଦକ୍ଷେପକୁ ସୁଦୃଢ଼ କରିବା ଲାଗି ଜାତୀୟ ପ୍ରକଳ୍ପ ପାଇଁ ୫୦୭.୩୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ସହଯୋଗରେ ଏହି ପଦକ୍ଷେପ ନିଆଯାଇଛି।

ମୋଦୀ ସରକାର ୨୦୨୧ ମସିହାରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଆରମ୍ଭ କରିଥିଲେ, ଯାହା ସମାଜକୁ ଯେକୌଣସି ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ସଶକ୍ତ କରିଥିଲା ଏବଂ ଆଜି ଏହି ପଦକ୍ଷେପ ପଞ୍ଚାୟତ ସ୍ତରକୁ ସମ୍ପ୍ରସାରିତ ହୋଇଛି। ଯେକୌଣସି ବିପତ୍ତିକୁ ଆତ୍ମବିଶ୍ୱାସର ସହ ମୁକାବିଲା କରିବା ଲାଗି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ସଶକ୍ତ କରିବା ଲାଗି ମୋଦୀ ସରକାର ସଂକଳ୍ପବଦ୍ଧ।

ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି, ବିପର୍ଯ୍ୟୟ ପରିଚାଳନା ପାଇଁ ଏକ ତଳ ସ୍ତରରୁ ଉପର ସ୍ତର ପର୍ଯ୍ୟନ୍ତ ଆଭିମୁଖ୍ୟ ମାଧ୍ୟମରେ, ବିପର୍ଯ୍ୟୟ ବିପଦ ହ୍ରାସ (ଡିଆରଆର୍) ଅଭ୍ୟାସକୁ ପ୍ରଶାସନିକ ଢାଞ୍ଚାରେ ଏକୀକୃତ କରିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପର୍ଯ୍ୟୟ-ପ୍ରତିରୋଧ ଭାରତର ଲକ୍ଷ୍ୟକୁ ସାକାର କରିବା ପାଇଁ, ଗୃହ ମନ୍ତ୍ରଣାଳୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସମସ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରୁଛି। ଏହି କାର୍ଯ୍ୟକ୍ରମ ୨୦ଟି ରାଜ୍ୟର ୮୧ଟି ବିପର୍ଯ୍ୟୟ ପ୍ରବଣ ଜିଲ୍ଲାକୁ ଅନ୍ତର୍ଭୁକ୍ତ କରିବ ଏବଂ ଅତିରିକ୍ତ ଭାବେ ୨୦ଟି ଗ୍ରାମ ପଞ୍ଚାୟତକୁ ସ୍ଥାନୀୟ ଡିଆରର ପାଇଁ ଅନୁକରଣୀୟ ମଡେଲ ଭାବେ ପ୍ରମୁଖ ବିପଦ ଉପରେ ଧ୍ୟାନ କେନ୍ଦ୍ରିତ କରି ବିକଶିତ କରିବ। ଏହି କାର୍ଯ୍ୟକ୍ରମ ଡିଆରଆରରେ ପଞ୍ଚାୟତିରାଜ ଅନୁଷ୍ଠାନକୁ ସଶକ୍ତିକରଣ ପଦକ୍ଷେପରେ ପଞ୍ଚାୟତିରାଜ ମନ୍ତ୍ରଣାଳୟ ତଥା ରାଜ୍ୟଗୁଡ଼ିକର ପ୍ରୟାସର ପରିପୂରକ ହେବ।

ମୋଟ ଅନୁମୋଦିତ ପ୍ରକଳ୍ପ ବ୍ୟୟ ଅଟକଳ ୫୦୭.୩୭ କୋଟି ଟଙ୍କା ମଧ୍ୟରୁ ୨୭୩.୩୮ କୋଟି ଟଙ୍କା ଏନଡିଏମ୍ଏଫ୍ ଅଧୀନରେ କେନ୍ଦ୍ରୀୟ ଅଂଶ ହେବ, ଯେଉଁଥିରେ ରାଜ୍ୟଗୁଡ଼ିକ ୩୦.୩୭ କୋଟି ଟଙ୍କାର ଅନୁରୂପ ଅଂଶ ପ୍ରଦାନ କରିବେ। ଏହାବ୍ୟତୀତ, ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦ୍ୱାରା ରାଜ୍ୟ ଭାଗର ଅନୁରୂପ ୧୫୧.୪୭ କୋଟି ଟଙ୍କା ସହିତ ରାଜ୍ୟର ଅଂଶ ବାବଦରେ ୫୨.୧୫ କୋଟି ଟଙ୍କା ପୂରଣ କରାଯିବ।

ପ୍ରକଳ୍ପ ଅଧୀନରେ ଜଡ଼ିତ କାର୍ଯ୍ୟକଳାପଗୁଡ଼ିକ ମଧ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନ ମାନଙ୍କ ଦ୍ୱାରା ଡିଆରଆର ବିକାଶ ଯୋଜନାରେ ସଂସ୍ଥାଗତ ସୁଦୃଢ଼ୀକରଣ ଏବଂ ନୀତିଗତ ଏକୀକରଣ, ଆଇଇସି ମାଧ୍ୟମରେ ଏସଡିଏମ୍ଏ, ଡିଡିଏମ୍ଏ ଏବଂ ପିଆରଆଇ ସଦସ୍ୟମାନଙ୍କ ପାଇଁ କ୍ଷମତା ନିର୍ମାଣ ଏବଂ ସଚେତନତା ସୃଷ୍ଟି ଏବଂ ସ୍ଥାନୀୟ ବିପର୍ଯ୍ୟୟ ପ୍ରଶମନ ପାଇଁ ପ୍ରଭାବଶାଳୀ ସମନ୍ୱୟ ଲାଗି ସହଯୋଗକୁ ପ୍ରୋତ୍ସାହିତ କରିବା ଅନ୍ତର୍ଭୁକ୍ତ।

ଏହି ଅତିରିକ୍ତ ସହାୟତା ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସଡିଆରଏଫ୍)ରେ କେନ୍ଦ୍ର ଦ୍ୱାରା ରାଜ୍ୟଗୁଡ଼ିକୁ ଜାରି କରାଯାଇଥିବା ପାଣ୍ଠିର ଅତିରିକ୍ତ ଅଟେ, ଯାହା ପୂର୍ବରୁ ରାଜ୍ୟମାନଙ୍କ ପାଖରେ ଉପଲବ୍ଧ ରହିଛି। ୨୦୨୫-୨୬ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଏସଡିଆରଏଫ୍ ଅଧୀନରେ ୨୮ଟି ରାଜ୍ୟକୁ ୧୬,୧୧୮.୦୦ କୋଟି ଟଙ୍କା ଏବଂ ଏନଡିଆରଏଫ୍ ଅଧୀନରେ ୧୮ଟି ରାଜ୍ୟକୁ ୨୮୫୪.୧୮ କୋଟି ଟଙ୍କା ପ୍ରଦାନ କରିଛନ୍ତି।

ଏହାବ୍ୟତୀତ, କେନ୍ଦ୍ର ସରକାରାଜ୍ୟ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଏମ୍ଏଫ୍)ରୁ ୨୧ଟି ରାଜ୍ୟକୁ ୫୨୭୩.୬୦ କୋଟି ଟଙ୍କା ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନଡିଏମ୍ଏଫ୍) ରୁ ୧୪ଟି ରାଜ୍ୟକୁ ୧୪୨୩.୦୬ କୋଟି ଟଙ୍କା ପ୍ରଦାନ କରିଛନ୍ତି।

ଅମିତ ଶାହ ବିପର୍ଯ୍ୟୟ ପ୍ରଶମନ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026

ଦେଶର ପ୍ରଥମ ନମୋ ଭାରତ ରାପିଡ୍ ରେଳ ଏବଂ ଦିଲ୍ଲୀ-ମେରଠ ନମୋ ଭାରତ କରିଡର ଲୋକାର୍ପଣ

February 22, 2026

ବାଂଲାଦେଶକୁ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ ଏସିଆ କପ୍ ଜିତିଲା ଭାରତ

February 22, 2026
Latest News

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026

ଦେଶର ପ୍ରଥମ ନମୋ ଭାରତ ରାପିଡ୍ ରେଳ ଏବଂ ଦିଲ୍ଲୀ-ମେରଠ ନମୋ ଭାରତ କରିଡର ଲୋକାର୍ପଣ

February 22, 2026

ବାଂଲାଦେଶକୁ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ ଏସିଆ କପ୍ ଜିତିଲା ଭାରତ

February 22, 2026

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.