Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତାକାଲି ବଉଳ ଅମବାସ୍ୟା, ପୂଜା କରାଯିବ ଗଇଁଠା ଖିରୀ, ଜଗନ୍ନାଥଙ୍କ ପାଖରେ ଲାଗି ହେବ ବଉଳ
ଆଜିର ଖବର

ଆସନ୍ତାକାଲି ବଉଳ ଅମବାସ୍ୟା, ପୂଜା କରାଯିବ ଗଇଁଠା ଖିରୀ, ଜଗନ୍ନାଥଙ୍କ ପାଖରେ ଲାଗି ହେବ ବଉଳ

December 18, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆସନ୍ତାକାଲି ବଉଳ ଅମବାସ୍ୟା
ଆସନ୍ତାକାଲି ବଉଳ ଅମବାସ୍ୟା, ପୂଜା କରାଯିବ ଗଇଁଠା ଖିରୀ, ଜଗନ୍ନାଥଙ୍କ ପାଖରେ ଲାଗି ହେବ ବଉଳ

ଭୁବନେଶ୍ବର: ଓଡ଼ିଶାର ପାରମ୍ପରିକ କୃଷି ପର୍ବ ମଧ୍ୟରୁ ଏକ ବକୁଳ ଅମାବାସ୍ୟା। ଏହା ସାରା ରାଜ୍ୟରେ ଭକ୍ତି ଏବଂ ସାଂସ୍କୃତିକ ଉତ୍ସାହ ସହିତ ପାଳିତ ହୋଇଆସୁଛି। ଏହି ଦିନଟି ବକୁଳ, ବଉଳ ବା ଆମ୍ବ ଫୁଲ ପୂଜା ପାଇଁ ଉତ୍ସର୍ଗୀକୃତ, ଯାହା ଏକ ସମୃଦ୍ଧ କୃଷି ଋତୁ ଏବଂ ପ୍ରଚୁର ଆମ୍ବ ଅମଳର ଆଶାର ପ୍ରତୀକ। ଆସନ୍ତାକାଲି ଶୁକ୍ରବାରରେ ଏହି ପର୍ବ ପଡୁଛି।

ପୌଷ ଅମାବାସ୍ୟାକୁ ସାଧାରଣତଃ ବଉଳ ଅମାବାସ୍ୟା କୁହାଯାଇଥାଏ। ପଡୁଥିବା ଏହି ପର୍ବ ଚାଷୀ ଏବଂ ଫଳ ଚାଷୀମାନଙ୍କ ପାଇଁ ବିଶେଷ ମହତ୍ତ୍ୱ ରଖେ। ମୁଖ୍ୟତଃ ଗଛରେ ପ୍ରଚୁର ଆମ୍ବ ଆସିବା ପାଇଁ ଏହି ପର୍ବ ପାଳନ ହୋଇଥାଏ। ପୌଷ ଅମବାସ୍ୟା ବେଳକୁ ସାଧାରଣତଃ ଆମ୍ବଗଛରେ ବଉଳ ଆସିଥାଏ। ଏହାକୁ ଦେଖି ଚାଷୀର ମନ ଆନ୍ଦରେ ନାଚି ଉଠେ। ଏଥର ପ୍ରଚୁର ଆମ୍ବ ଆସିବା ପାଇଁ ଏହି ପୌଷ ଅମାବାସ୍ୟାରେ ବଉଳକୁ ପୂଜା କରାଯାଇଥାଏ।

ଏହି ଦିନ ଘରେ ସ୍ବତନ୍ତ୍ର ଭାବେ ଗଇଁଠା ପିଠା ବା ଖିର ଗଇଁଠା ପୂଜା କରାଯାଇଥାଏ। ଗଇଁଠା ହେଉଛି ଚାଉଳ ଚୁନାରୁ ପ୍ରସ୍ତୁତ ଏକ ପ୍ରକାରର ଗୋଲଗୋଲ ପିଠା ଯାହାକୁ ପହଁରା କାଠିରେ ଖୋସା ଯାଇ ଆମ୍ବଗଛରେ ପୂଜା କରି ବନ୍ଧାଯାଇଥାଏ। ଏହି ଦିନ ଚାଷୀମାନେ ନିଜ ସମୟ ଅନୁସାରେ ପୂଜା କରୁଥିବା ବେଳେ କେତେକ ସ୍ଥାନରେ ଗ୍ରାମବାସୀ ଏକାବେଳେ ଘରୁ ବାହାରି ଆମ୍ବ ଗଛରେ ଏହି ପୂଜା କରିଥାନ୍ତି।

ସେହିପରି ଏହି ବଉଳ ଅମାବାସ୍ୟା ଦିନ ପ୍ରଭୃ ଜଗନ୍ନାଥଙ୍କୁ ମଧ୍ୟ ବଉଳ ଅର୍ପଣ କରାଯାଇଥାଏ। ବିଶ୍ବାସ ରହିଛି ପ୍ରଭୃ ଜଗନ୍ନାଥଙ୍କ ଆର୍ଶିବା ମିଳିଲେ ଗଛରେ ପ୍ରଚୁର ଆମ୍ବ ଫଳିଥାଏ। ସେଥିପାଇଁ ବଉଳ ଅମାବାସ୍ୟାରେ ତିନିଠାକୁରଙ୍କୁ ବଉଳ ଅର୍ପଣ ସହ ଗଇଁଠା ଖିରୀ ଭୋଗ କରାଯାଇଥାଏ।

Bakula Amabasya ଗଇଁଠା ଗଇଁଠା ଖିରୀ ଜଗନ୍ନାଥ ବଉଳ ବଉଳ ଅମବାସ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ଚ଼ିଲିକା ନୌକା ପ୍ରତିଯୋଗିତାର ଅନ୍ତିମ ଦିନରେ ଯୋଗଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

January 8, 2026

‘ପଙ୍ଖୁଡ଼ି ପୋର୍ଟାଲ୍’ ଶୁଭାରମ୍ଭ: ମହିଳା ଓ ଶିଶୁ ବିକାଶ ପାଇଁ ଡିଜିଟାଲ୍ ମାଇଲଷ୍ଟୋନ

January 8, 2026

ସଡ଼କ ସୁରକ୍ଷାର ସନ୍ଦେଶ ସହ କବିତାର ଝରଣା: ରଣପୁର ମହୋତ୍ସବର ଚତୁର୍ଥ ଦିବସ

January 8, 2026

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ମୂଲ୍ୟବାନ ସାମଗ୍ରୀ ଫେରାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

January 8, 2026
Latest News

ଚ଼ିଲିକା ନୌକା ପ୍ରତିଯୋଗିତାର ଅନ୍ତିମ ଦିନରେ ଯୋଗଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

January 8, 2026

‘ପଙ୍ଖୁଡ଼ି ପୋର୍ଟାଲ୍’ ଶୁଭାରମ୍ଭ: ମହିଳା ଓ ଶିଶୁ ବିକାଶ ପାଇଁ ଡିଜିଟାଲ୍ ମାଇଲଷ୍ଟୋନ

January 8, 2026

ଭାରତୀୟ ଏଆଇ ଷ୍ଟାର୍ଟଅପ ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୋଲଟେବୁଲ ବୈଠକ

January 8, 2026

ସଡ଼କ ସୁରକ୍ଷାର ସନ୍ଦେଶ ସହ କବିତାର ଝରଣା: ରଣପୁର ମହୋତ୍ସବର ଚତୁର୍ଥ ଦିବସ

January 8, 2026

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ମୂଲ୍ୟବାନ ସାମଗ୍ରୀ ଫେରାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

January 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.