Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାନୁଆରି ୨୦୨୬ ସତ୍ର ପାଇଁ ‘ଇଗ୍ନୋ’ରେ ନାମଲେଖା ଆରମ୍ଭ
ଆଜିର ଖବର

ଜାନୁଆରି ୨୦୨୬ ସତ୍ର ପାଇଁ ‘ଇଗ୍ନୋ’ରେ ନାମଲେଖା ଆରମ୍ଭ

December 19, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଇଗ୍ନୋ ଆଞ୍ଚଳିକ କେନ୍ଦ୍ର
ଇଗ୍ନୋ ଆଞ୍ଚଳିକ କେନ୍ଦ୍ରରେ ସି୨ସି ଏବଂ ଆଇ୨ଓ ୨.୦ କାର୍ଯ୍ୟକ୍ରମର ଉଦ୍ଘାଟନ 

ଭୁବନେଶ୍ୱର: ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ପକ୍ଷରୁ ଜାନୁଆରୀ–୨୦୨୬ ଶିକ୍ଷା ସତ୍ର ପାଇଁ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗ୍ରହୀ ଛାତ୍ରଛାତ୍ରୀମାନେ ଆସନ୍ତା ୩୧ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ନାମ ଲେଖାଇ ପାରିବେ।

ବିଭିନ୍ନ କାରଣରୁ ଅଧାରୁ ପାଠଛାଡ଼ିଥିବା କିମ୍ବା ଉଚ୍ଚ ଶିକ୍ଷାର ସୁଯୋଗରୁ ବଞ୍ଚିତ ଯେକୌଣସି ବୟସର ବ୍ୟକ୍ତିଙ୍କ ପାଇଁ ଇଗ୍ନୋ ଏହି ସୁବର୍ଣ୍ଣ ସୁଯୋଗ ପ୍ରଦାନ କରୁଛି। ଇଗ୍ନୋର ସମସ୍ତ ବିଭାଗରେ ଅଣ୍ଡର ଗ୍ରାଜୁଏଟ (ସ୍ନାତକ), ପୋଷ୍ଟ ଗ୍ରାଜୁଏଟ (ସ୍ନାତକୋତ୍ତର), ପିଜି ଡିପ୍ଲୋମା (ସ୍ନାତକୋତ୍ତର ଡିପ୍ଲୋମା) ଏବଂ ସାର୍ଟିଫିକେଟ ପ୍ରୋଗ୍ରାମରେ ନାମଲେଖା ସୁବିଧା ଉପଲବ୍ଧ ରହିଛି।

ଅଣ୍ଡର ଗ୍ରାଜୁଏଟ (ସ୍ନାତକ) ପ୍ରୋଗ୍ରାମ ଅନ୍ତର୍ଗତ କଳା (ସାଧାରଣ), ବିଜ୍ଞାନ (ସାଧାରଣ) ଓ ବାଣିଜ୍ୟ (ସାଧାରଣ) ବିଭାଗରେ ନାମ ଲେଖାଉଥିବା, ଅନୁସୂଚିତ ଜାତି ଓ ଜନଜାତି ଆବେଦକଙ୍କ ପାଇଁ ନାମଲେଖା ଦେୟ ଏବଂ ପୁନଃପଞ୍ଜୀକରଣ ଦେୟରେ ୫୦ ପ୍ରତିଶତ ଛାଡ଼ କରାଯାଇଛି। ଯଦି କୌଣସି ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଅନ୍ୟ ସୂତ୍ରରୁ ରିହାତିର ସୁବିଧା ପାଉଥିବେ,  ତେବେ ସେମାନେ ଇଗ୍ନୋ ପକ୍ଷରୁ ଦିଆଯାଉଥିବା ଏହି ରିହାତି ପାଇବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ।

ଆଗ୍ରହୀ ଛାତ୍ରଛାତ୍ରୀମାନେ ଇଗ୍ନୋ ୱେବସାଇଟ www.ignou.ac.in କିମ୍ବା http://ignouadmission.samarth.edu.in ମାଧ୍ୟମରେ ଯୋଗାଯୋଗ କରିପାରିବେ। ଏହା ସହିତ ଆଞ୍ଚଳିକ କେନ୍ଦ୍ର, ଭୁବନେଶ୍ୱର ସହ ଇ-ମେଲ rcbhubaneswar@ignou.ac.in  ଏବଂ admissionrc21@ignou.ac.in ମାଧ୍ୟମରେ ମଧ୍ୟ ଯୋଡ଼ି ହୋଇପାରିବେ।

ଯୋଗାଯୋଗ ପାଇଁ ଦୂରଭାଷ ନମ୍ବର ୦୬୭୪–୨୯୭୧୦୭୧ କିମ୍ବା ୦୬୭୪–୨୩୦୧୩୪୮ ମାଧ୍ୟମରେ ମଧ୍ୟ ସମ୍ପର୍କ କରିପାରିବେ। ଏ ସମ୍ପର୍କରେ ଇଗ୍ନୋ, ଭୁବନେଶ୍ୱରର ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡ଼. ମନୋଜ କୁମାର ଦାଶ ସୂଚନା ଦେଇଛନ୍ତି।

ଇଗ୍ନୋ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ନାମଲେଖା ଆରମ୍ଭ
Share. Facebook Twitter LinkedIn Email WhatsApp Copy Link

Related Posts

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026
Latest News

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.