ଭୁବନେଶ୍ଵର: ଓଡ଼ିଆ ଚଳଚ୍ଚିତ୍ରର ମାନ ବଢିବା ସହିତ ଦର୍ଶକଙ୍କର ଭଲ ପାଇବା ବହୁଳ ମାତ୍ରାରେ ବଢ଼ିବାରେ ଲାଗିଛି। ଓଡିଶା ମାଟିର ମୌଳିକ କାହାଣୀକୁ ନେଇ ଗୋଟିଏ ପରେ ଗୋଟିଏ ଚଳଚ୍ଚିତ୍ର ହିଟ୍ ହେବାରେ ଲାଗିଛି। ପରୀ ମଧ୍ୟ ଓଡିଶା ମାଟିର ସତ କାହାଣୀ ଆଧାରିତ ଚଳଚ୍ଚିତ୍ର ଯାହା ଆସନ୍ତା ଜାନୁଆରୀ ରେ ମୁକ୍ତିଲାଭ କରିବାକୁ ଯାଉଛି। ତେଣୁ ପରୀ ଚଳଚ୍ଚିତ୍ରର ଟିମ୍ ଏବେ ଓଡିଶାର ବିଭିନ୍ନ ସ୍ଥାନରେ ଆରମ୍ଭ କରିଛି ପ୍ରଚାର।
ଯାଜପୁର ସଦର ମହୋତ୍ସବରେ ପରୀ ଟିମ୍ ପହଞ୍ଚି ଧୂମ୍ ଧାମ୍ ରେ ପ୍ରଚାର ଆରମ୍ଭ କରିଛି। ନିର୍ଦ୍ଦେଶକ ତ୍ରିପତି କୁମାର ସାହୁ, ପ୍ରଯୋଜକ ସଞ୍ଜୟ ମହାନ୍ତି, କ୍ରି୍ଏଟିଭ ହେଡ଼ ତଥା ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ, ଅଭିନେତ୍ରୀ ଅନୁରାଧା ପାଣିଗ୍ରାହୀ, ଅଭିନେତା ନୀଳମଣି ସାହୁ, ବିଶାଲ ସାହୁ, ନିରଞ୍ଜନ ଆଚାର୍ଯ୍ୟ, ଶିଶୁ କଳାକାର ପରୀ ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି ମଞ୍ଚ ସମ୍ମୁଖରେ ଥିବା ହଜାର ହଜାର ଦର୍ଶକଙ୍କୁ ପରୀ ସଂପର୍କରେ ସୂଚନା ଦେବା ସହ ପରୀର ସଂଳାପ ରେ ଦର୍ଶକମାନଙ୍କୁ ଭାବବିହ୍ବଳ କରିଥିଲେ। ପରୀ କେବଳ ଏକ ଚଳଚ୍ଚିତ୍ର ନୁହେଁ ସମାଜ ସଚେତନତା ପାଇଁ ଏକ ବାର୍ତ୍ତାବହ ଅଭିଯାନ ବୋଲି ନିର୍ଦ୍ଦେଶକ ତ୍ରିପତି କୁମାର ସାହୁ କହିଥିଲେ।
ତେବେ ମୁକ୍ତିଲାଭ ଦିନକୁ ଦର୍ଶକଙ୍କ ମନରେ ଉତ୍କଣ୍ଠା ଦେଖିବାକୁ ମିଳିଥିଲା।


