କୋରାପୁଟ: କୋରାପୁଟ ପରବ ପଡ଼ିଆରେ ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ ୨୦୨୫ ଅନୁଷ୍ଠିତ ହେଉଛି। ଶନିବାର ଦ୍ୱିତିୟ ସନ୍ଧ୍ୟାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାର ମାନଙ୍କ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଉଛି। ଗତକାଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ମଶାଲ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ମହାପାତ୍ର ପଲ୍ଲୀଶ୍ରୀ ମେଳାର ମଧ୍ୟ ଉଦଘାଟନ କରିବା ସହ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତି ଓ କଳାକାରମାନଙ୍କୁ ସମ୍ମାନିତ କରିଥିଲେ। ପରବର ପ୍ରଥମ ରାତିରେ ଦୂରୂଆ ସମ୍ପ୍ରଦାୟର ଢେମାଶା, ଓଡ଼ିଶୀ, ମସ୍ତିପୁଟର କାଠି ନାଚ, ଢ଼େମଶା ନୃତ୍ୟ, ସାନ୍ତାଳୀ ଏବଂ ବିଶିଷ୍ଟ କଣ୍ଠଶିଳ୍ପୀ ଉମାକାନ୍ତ ବାରିକଙ୍କ ସଙ୍ଗୀତ ପରିବେଷଣ ଦର୍ଶକଙ୍କ ମନୋରଞ୍ଜନ କରିଥିଲା।


