ନୂଆଦିଲ୍ଲୀ: ଆଜି ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗର ଉପକଣ୍ଠରେ ଥିବା ଏକ ବାର୍ ରେ ପଶି ଅଜ୍ଞାତ ବନ୍ଧୁକଧାରୀମାନେ ଗୁଳି ଚଳାଇଛନ୍ତି। ଏହି ଆକ୍ରମଣରେ ୯ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦ ଜଣ ଆହତ ହୋଇଛନ୍ତି। ପୋଲିସ କହିଛି ଯେ, ଏହା ଚଳିତ ମାସରେ ଦେଶରେ ଦ୍ୱିତୀୟ ଏପରି ବଡ଼ ଗୁଳିକାଣ୍ଡ।
ଜୋହାନ୍ସବର୍ଗରୁ ପ୍ରାୟ ୪୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଥିବା ବେକର୍ସଡାଲ୍ ଅଞ୍ଚଳରେ ଏହି ଘଟଣା ଘଟିଛି। ଆକ୍ରମଣ ପ୍ରାୟ ରାତି ୧ ଟାରେ ହୋଇଥିଲା। ପୋଲିସ ପ୍ରଥମେ ମୃତ୍ୟୁ ସଂଖ୍ୟା ୧୦ ବୋଲି ରିପୋର୍ଟ କରିଥିଲା, କିନ୍ତୁ ପରେ ଏହାକୁ ୯ ରେ ସଂଶୋଧିତ କରିଛି।


