ନୂଆଦିଲ୍ଲୀ: କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଘୋଷଣା କରିଛନ୍ତି ଯେ, ସରକାର ସଂସଦର ଆଗାମୀ ଅଧିବେଶନରେ ନକଲି ସାର ଏବଂ କୀଟନାଶକ ମୁକାବିଲା ପାଇଁ ଏକ ବିଲ୍ ଆଗତ କରିବେ। ସେ ଭ୍ରାମକ ଲେବଲ୍ ସହିତ ନକଲି ସାର ଏବଂ କୀଟନାଶକ ବିକ୍ରି ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ଶ୍ରୀ ଚୌହାନ କହିଛନ୍ତି ଯେ, ଅସାଧୁ ବ୍ୟବସାୟୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ସେ କିଷାନ ଟ୍ରଷ୍ଟ ଦ୍ୱାରା ଆୟୋଜିତ ନୂଆଦିଲ୍ଲୀର ଚୌଧୁରୀ ଚରଣ ସିଂହ କିଷାନ ସମ୍ମାନ ସମାରୋହରେ ଏହି ମନ୍ତବ୍ୟ ଦେଇଛନ୍ତି।


