ମୁମ୍ବାଇ: ମହାରାଷ୍ଟ୍ରରେ ମ୍ୟୁନିସିପାଲ କର୍ପୋରେସନ ଏବଂ ନଗର ପଞ୍ଚାୟତ ପାଇଁ ଭୋଟ ଗଣତି ଚାଲିଛି। ଶନିବାର ୨୮୮ ସହରାଞ୍ଚଳ ସଂସ୍ଥା (୨୮୮ ପୌର ପରିଷଦ ଏବଂ ୪୨ ନଗର ପରିଷଦ) ରେ ଭୋଟ ଗ୍ରହଣ ହୋଇଛି। ଆଜି ଫଳାଫଳ ଘୋଷଣା କରାଯିବ। ଏହି ନିର୍ବାଚନ କେବଳ ସ୍ଥାନୀୟ ଶାସନ ପାଇଁ ସୀମିତ ନୁହେଁ, ବରଂ ଆଗାମୀ ପୌର ଏବଂ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଭିତ୍ତିଭୂମି ଭାବରେ ଦେଖାଯାଉଛି।
ମହାୟୁତି ୨୧୪ ଆସନରେ ଆଗୁଆ
ମହାରାଷ୍ଟ୍ରର ମ୍ୟୁନିସିପାଲ କର୍ପୋରେସନ ଏବଂ ନଗର ପଞ୍ଚାୟତ ନିର୍ବାଚନରେ ସମସ୍ତ ୨୮୮ ଆସନ ପାଇଁ ଟ୍ରେଣ୍ଡ ସାମ୍ନାକୁ ଆସିଛି। ଚୂଡ଼ାନ୍ତ ସଂଖ୍ୟା ଅନୁସାରେ ବିଜେପି ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଛି, ଯେତେବେଳେ ମହାୟୁତି ମେଣ୍ଟ ୨୦୦ ଅତିକ୍ରମ କରିଛି।
ବିଜେପି- ୧୩୦
ଶିବସେନା (ସିନ୍ଦେ ଦଳ)- ୫୧
NCP (ଅଜିତ ପାୱାର ଦଳ)- ୩୩
ଶିବସେନା (UBT)- ୯
କଂଗ୍ରେସ- ୩୫
NCP (SP) – ୮
ଅନ୍ୟମାନେ- ୨୨
ମେଣ୍ଟ ସ୍ଥିତି
ମହାୟୁତି- ୨୧୪
ମହାବିକାସ୍ ଅଘାଡି (MVA) – ୫୨


