Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବରରେ ଚାଲିବ ୫୦ଟି ଇଲେଟ୍ରିକ ବସ୍, ଦେଶରେ ୫୫୯୫ ଇଲେକଟ୍ରିକ ବସ ଚଳାଚଳକୁ କେନ୍ଦ୍ର ସରକାର ଦେଲେ ମଂଜୁରୀ
ଆଜିର ଖବର

ଭୁବନେଶ୍ବରରେ ଚାଲିବ ୫୦ଟି ଇଲେଟ୍ରିକ ବସ୍, ଦେଶରେ ୫୫୯୫ ଇଲେକଟ୍ରିକ ବସ ଚଳାଚଳକୁ କେନ୍ଦ୍ର ସରକାର ଦେଲେ ମଂଜୁରୀ

August 8, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭାରୀ ଉଦ୍ୟୋଗ ବିଭାଗ ପକ୍ଷରୁ ‘ଫେମ ଇଣ୍ଡିଆ ଯୋଜନା’ର ଦ୍ୱିତୀୟ ପର୍ଯ୍ୟାୟ ଅନ୍ତର୍ଗତ ସହର ଭିତରେ ଚାଲିବା ସହିତ ଗୋଟିଏ ସହରରୁ ଅନ୍ୟ ସହର ମଧ୍ୟରେ ଚଳାଚଳ କରିବା ଉଦ୍ଦେଶ୍ୟରେ ୫୫୯୫ଟି ବିଦ୍ୟୁତ ଚାଳିତ ବସକୁ ମଞ୍ଜୁର କରାଯାଇଛି । ୬୪ଟି ସହର, ରାଜ୍ୟ ସରକାରୀ ସଂସ୍ଥା ଏବଂ ରାଜ୍ୟ ପରିବହନ ଉପକ୍ରମ (ଏସଟିୟୁ) ଲାଗି ଏହି ବସଗୁଡ଼ିକୁ ମଞ୍ଜୁରି ଦିଆଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ୱଚ୍ଛ ଇନ୍ଧନ ବିଶିଷ୍ଟ ପରିବହନକୁ ଆହୁରି ଅଧିକ ବୃଦ୍ଧି କରିବା । ଏହି ଯୋଜନା ଅଧୀନରେ ଭୁବନେଶ୍ୱରକୁ ୫୦ଟି ବସ ମିଳିବ ବୋଲି ଜଣାପଡିଛି। କ୍ୟାପିଟାଲ ଓ ସ୍ମାର୍ଟ ସିଟି ବର୍ଗରେ ଭୁବନେଶ୍ୱରକୁଏହି ବସ୍ ମିଳିବ।

ଭାରୀ ଉଦ୍ୟୋଗ ବିଭାଗ ଦଶ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହର, ସ୍ମାର୍ଟସିଟି, ରାଜ୍ୟ ବା କେନ୍ଦ୍ରଶାସିତ ପ୍ରଦେଶର ରାଜଧାନୀ ଏବଂ ସ୍ୱତନ୍ତ୍ର ପାହ୍ୟା ବିଶିଷ୍ଟ ରାଜ୍ୟର ସହରଗୁଡ଼ିକଠାରୁ ଆଗ୍ରହ ଅଭିବ୍ୟକ୍ତି (ଇଓଆଇ) ଆମନ୍ତ୍ରଣ କରାଯାଇଥିଲା । ଯାହାଦ୍ୱାରା ପରିଚାଳନା ବ୍ୟୟ ଅଧାରରେ ଇଲେକ୍ଟ୍ରିକ ବସ ଚଳାଚଳ କିମ୍ବା ଉପଯୋଗ ଲାଗି ସେମାନେ ନିଜ ନିଜ ପ୍ରସ୍ତାବ ଆହ୍ବାନ କରାଯାଇଥିଲା। ୧୪,୯୮୮ ଇଲେଟ୍ରିକ ବସ୍ ଚଳାଚଳ କିମ୍ବା ଉପଯୋଗ ଲାଗି ୨୬ଟି ରାଜ୍ୟ ବା କେନ୍ଦ୍ରଶାସିତ ପ୍ରଦେଶରୁ ୮୬ଟି ପ୍ରସ୍ତାବ ମିଳିଥିଲା । ଇଓଆଇ ଅନୁଯାୟୀ ଏହି ପ୍ରସ୍ତାବ ଅନୁଧ୍ୟାନ କରିବା ପରେ ପ୍ରକଳ୍ପର କାର‌୍ୟ୍ୟାନ୍ୱୟନ ଏବଂ ମଞ୍ଜୁରି ସମିତି (ପିଆଇଏସି) ଠାରୁ ପରାମର୍ଶ ଗ୍ରହଣ କରାଯାଇଥିଲା। ଏହା ପରେ ଗୋଟିଏ ସହରରୁ ଅନ୍ୟ ସହର ପର‌୍ୟ୍ୟନ୍ତ ଚଳାଚଳ କରିବା ଉଦ୍ଦେଶ୍ୟରେ ୬୪ଟି ସହର ବା ରାଜ୍ୟ ପରିବହନ ନିଗମ ଲାଗି ୫୦୯୫ଟି ଇଲେଟ୍ରିକ୍ ବସ୍, ଗୋଟିଏ ସହର ଭିତରେ ଚଳାଚଳ ଲାଗି ୪୦୦ଟି ଇଲେଟ୍ରିକ୍ ବସ ଏବଂ ଅନ୍ତିମସ୍ଥାନ ପର‌୍ୟ୍ୟନ୍ତ ସଂଯୋଗ ନିମନ୍ତେ ଦିଲ୍ଲୀ ମେଟ୍ରୋରେଳ ନିଗମ (ଡିଏମଆରସି) ଲାଗି ୧୦୦ଟି ଇଲେଟ୍ରିକ ବସକୁ ମଞ୍ଜୁରି ଦେଇଛନ୍ତି ।

ଚଳାଚଳ ଖର୍ଚ୍ଚ ଆଧାରରେ ମଞ୍ଜୁରି ପ୍ରାପ୍ତ ଇଲେଟ୍ରିକ୍ ବସର ନିୟୋଜନ କିମ୍ବା ଉପଯୋଗ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଚୟନିତ ସହର ବା ରାଜ୍ୟ ପରିବହନ ଉପକ୍ରମ ଲାଗି କ୍ରୟ ପ୍ରକ୍ରିୟାକୁ ସମୟବଦ୍ଧ ଢଙ୍ଗରେ ଆରମ୍ଭ କରିବାର ଆବଶ୍ୟକତା ରହିଛି । ଏହି ବସଗୁଡିକ ଚୁକ୍ତି ଅବଧି ସମୟରେ ମୋଟ ପାଖାପାଖି ୧୨୦ କୋଟି ଲିଟର ଇନ୍ଧନ ସଂଚୟ କରିବ ବୋଲି ଅନୁମାନ କରାଯାଉଛି । ଏହି କାରଣରୁ ୨.୬ ମିଲିୟନ ଟନ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନକୁ ରୋକା ଯାଇପାରିବ ।

Share. Facebook Twitter LinkedIn Email WhatsApp Copy Link

Related Posts

“ମୋର ଓଜନ ହ୍ରାସ ପାଇଛି…”: IND vs PAK ମ୍ୟାଚ୍ ପୂର୍ବରୁ ନିଜ ସ୍ୱାସ୍ଥ୍ୟ ସୂଚନା ଦେଲେ ଅଭିଷେକ ଶର୍ମା

February 13, 2026

ଆଜି କେତେ କମିଲା ସୁନା ଦର: ଜାଣନ୍ତୁ ରୂପା ମୂଲ୍ୟ

February 13, 2026

ପାକିସ୍ତାନକୁ ଝଟକା: ରୁଷ ସହ ୧୦,୦୦୦ କୋଟିର ଚୁକ୍ତି, ୨୮୮ଟି କ୍ଷେପଣାସ୍ତ୍ର କିଣିବ ଭାରତ

February 13, 2026

ଭାରତ ବିରୋଧୀ ମୌଲାନା ମାମୁନାଲ୍ ହକ୍‌ଙ୍କ ପରାଜୟ: ତାରିକ ରହମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିନନ୍ଦନ

February 13, 2026
Latest News

“ମୋର ଓଜନ ହ୍ରାସ ପାଇଛି…”: IND vs PAK ମ୍ୟାଚ୍ ପୂର୍ବରୁ ନିଜ ସ୍ୱାସ୍ଥ୍ୟ ସୂଚନା ଦେଲେ ଅଭିଷେକ ଶର୍ମା

February 13, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ

February 13, 2026

ଆଜି କେତେ କମିଲା ସୁନା ଦର: ଜାଣନ୍ତୁ ରୂପା ମୂଲ୍ୟ

February 13, 2026

ପାକିସ୍ତାନକୁ ଝଟକା: ରୁଷ ସହ ୧୦,୦୦୦ କୋଟିର ଚୁକ୍ତି, ୨୮୮ଟି କ୍ଷେପଣାସ୍ତ୍ର କିଣିବ ଭାରତ

February 13, 2026

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ: ପୋଲିସର ତଦନ୍ତ ଆରମ୍ଭ

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.