Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆରାବଳୀରେ କୌଣସି କୋହଳ ଦିଆଯାଇନି: ଭୂପିନ୍ଦର ସିଂହ
ଆଜିର ଖବର

ଆରାବଳୀରେ କୌଣସି କୋହଳ ଦିଆଯାଇନି: ଭୂପିନ୍ଦର ସିଂହ

December 21, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆରାବଳୀ
ଆରାବଳୀରେ କୌଣସି କୋହଳ ଦିଆଯାଇନି: ଭୂପିନ୍ଦର ସିଂହ

ନୂଆଦିଲ୍ଲୀ: କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଆଜି ଆରାବଳୀ ପର୍ବତମାଳାକୁ ନେଇ ଚାଲିଥିବା ବିତର୍କ ଏବଂ ଦ୍ୱନ୍ଦ୍ୱକୁ ସ୍ପଷ୍ଟ କରିଛନ୍ତି। ସେ  କହିଛନ୍ତି, ଆରାବଳୀ ପର୍ବତମାଳା ଅଞ୍ଚଳରେ କୌଣସି କୋହଳ ଗ୍ରହଣ କରାଯାଇ ନାହିଁ। ସରକାର ସୁପ୍ରିମକୋର୍ଟଙ୍କ ପରାମର୍ଶ ଓ ନିୟମକୁ ସମର୍ଥନ କରିଛନ୍ତି। କଠୋର ଖଣିଜ ଖନନ ଆଇନକୁ ବଳବତ୍ତର ରଖାଯାଇଥିବା ସେ ସୂଚନା ଦେଇଛନ୍ତି।

ଗଲା କିଛିଦିନ ହେଲା କିଛି ୟୁଟ୍ୟୁବ୍‍ ଚ୍ୟାନେଲରେ ପ୍ରକାଶ ପାଇଥିବା ବିବାଦୀୟ ରିପୋର୍ଟକୁ ତର୍ଜମା କରି ଶ୍ରୀ ସିଂହ ଏହା କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି ଯେ ଆରାବଳି ପର୍ବତମାଳାର ସୀମା ଚାରିଟି ଭାରତୀୟ ରାଜ୍ୟ: ଦିଲ୍ଲୀ, ରାଜସ୍ଥାନ, ହରିୟାଣା ଏବଂ ଗୁଜରାଟକୁ ବ୍ୟାପ୍ତ ରହିଛି। ଏହି ୪ ରାଜ୍ୟର ୩୯ ଜିଲ୍ଲାରେ ସମ୍ପୂର୍ଣ୍ଣ ଆରାବଳୀ ବିସ୍ତୃତ। ଆରାବଳୀ ସମ୍ପର୍କରେ ଆଇନଗତ ପ୍ରକ୍ରିୟା ନୂଆ ନୁହେଁ; ୧୯୮୫ ମସିହାରୁ ଆବେଦନଗୁଡ଼ିକ ବିଚାରାଧୀନ ରହିଥିବା ସେ ସୂଚନା ଦେଇଛନ୍ତି। ଏହି ଆବେଦନଗୁଡ଼ିକର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଆରାବଳୀ ଅଞ୍ଚଳରେ ଖଣିଜ ଖନନ ଉପରେ କଠୋର ଏବଂ ସ୍ପଷ୍ଟ ନିୟମାବଳୀ କାର୍ଯ୍ୟକାରୀ କରିବା, ଯାହାକୁ କେନ୍ଦ୍ର ସରକାର ପୂର୍ଣ୍ଣ ସମର୍ଥନ କରି ଆସିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଆରାବଳୀ  ପର୍ବତମାଳାର ସୁରକ୍ଷା ଲାଗି ସମାନ ପରିଭାଷା ନିରୂପଣ କରିବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ ରହିଛି। ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ବ୍ୟାଖ୍ୟା ଉପରେ ଆଧାରିତ ନିୟମାବଳୀର ଉଲ୍ଲଂଘନକୁ ରୋକିବା ପାଇଁ ସୁପ୍ରିମକୋର୍ଟ ସମସ୍ତ ଚାରିଟି ରାଜ୍ୟକୁ ଆରାବଳିର ଏକ ସମାନ ପରିଭାଷା ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦିଗରେ, ସରକାର ମଧ୍ୟ ଏକ ସ୍ପଷ୍ଟ ଏବଂ ବୈଜ୍ଞାନିକ ପରିଭାଷା ସ୍ଥାପନ କରିଛନ୍ତି। ଏହି ପରିଭାଷା ଅନୁସାରେ ପାହାଡ଼ର ମୂଳ ଅର୍ଥାତ୍‍ ଭୂତଳର ଉତ୍ପତ୍ତିଠାରୁ ୧୦୦ ମିଟର ଯାଏ ଖନନ ବାରଣ କରାଯାଇଛି।  କିନ୍ତୁ କିଛି ଲୋକ ମିଥ୍ୟା ପ୍ରଚାର କରୁଛନ୍ତି।

ସେ କହିଛନ୍ତି, ୧୦୦ ମିଟର ସୁରକ୍ଷା କ୍ଷେତ୍ର ପାହାଡ଼ ତଳ ଭାଗରୁ ଆରମ୍ଭ ହୁଏ, ଅର୍ଥାତ୍ ପାହାଡ଼ ତଳ ଭାଗରୁ ୧୦୦ ମିଟର ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳକୁ ସୁରକ୍ଷିତ ରଖାଯିବ। ସେଠାରେ କୌଣସି ଖନନ କିମ୍ବା କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ନାହିଁ। ସେ ପୁଣି କହିଛନ୍ତି ଆରାବଳୀ ପର୍ବତମାଳାର ଦୁଇଟି ପାହାଡ଼ ମଧ୍ୟରେ ଯଦି ଦୂରତା ୫୦୦ ମିଟର ଥାଏ ତେବେ ସମ୍ପୂର୍ଣ୍ଣ ଅଞ୍ଚଳକୁ  ଆରାବଳି ପର୍ବତମାଳାର ଅଂଶ ଭାବରେ ବିବେଚନା କରାଯିବ। ଏବଂ ଏହି ଅଞ୍ଚଳ ମଧ୍ୟ ସଂରକ୍ଷିତ ରହିବ।

କୋର୍ଟଙ୍କ ଦ୍ୱାରା ହୋଇଥିବା ନିର୍ଦ୍ଦାରଣ ୧୯୬୮ ମସିହାର ରିଚାର୍ଡ ମର୍ଫିଙ୍କ ଭୂତାତ୍ତ୍ୱିକ ସର୍ବେକ୍ଷଣ ଆଧାରରେ ପ୍ରସ୍ତୁତ କରାଯାଇଛି। ଏହି ଅନୁସାରେ ପର୍ବତମାଳାର ମାତ୍ର ୯୦ ପ୍ରତିଶତ ଅଞ୍ଚଳ ସଂରକ୍ଷିତ କ୍ଷେତ୍ର ଭାବେ ପରିଚିତ ହୋଇଛି। ପୁଣି ଦିଲ୍ଲୀରେ ଥିବା ଆରାବଳୀର ସମସ୍ତ ଅଞ୍ଚଳରେ ଖଣିଜ ଉତ୍ତୋଳନ ନିଷିଦ୍ଧ ରହିଛି। ନିର୍ଦ୍ଧାରିତ ନିୟମାବଳୀ ଅନୁସାରେ, ପର୍ବତମାଳାର ସମୁଦାୟ ୧ଲକ୍ଷ ୪୭ ହଜାର ବର୍ଗ କିଲୋମିଟର ମଧ୍ୟରୁ ମାତ୍ର ୨୧୭ ବର୍ଗ କିଲୋମିଟର ଅର୍ଥାତ୍‍ ୨% ଅଞ୍ଚଳରେ ଖଣିଜ ଉତ୍ତୋଳନ ହୋଇପାରିବ।  ଏଥିପାଇଁ ପୁଣି କଠୋର ନିୟମାବଳୀ ରହିଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆରାବଳୀର ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ସବୁଜ ଆରାବଳୀ ଆନ୍ଦୋଳନ କରାଯାଉଥିବା ସେ ସୂଚନା ଦେଇଛନ୍ତି।  ୪ ରାଜ୍ୟର ୩୯ ଡିଏଫ୍‍ଓଙ୍କ ସହ ବୈଠକ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

Aravali Hills Bhupendra Yadav
Share. Facebook Twitter LinkedIn Email WhatsApp Copy Link

Related Posts

ଭିବି- ଜୀ ରାମ ଜୀ ବିଲ୍, ୨୦୨୫କୁ ଅନୁମୋଦନ ପ୍ରଦାନ କଲେ ରାଷ୍ଟ୍ରପତି

December 21, 2025

୨୦୩୬ ସୁଦ୍ଧା ପ୍ରତ୍ୟେକ ଜିଲ୍ଲାରେ ବିଶ୍ୱସ୍ତରୀୟ ରୋଗ ନିର୍ଣ୍ଣୟ ଏବଂ ପରୀକ୍ଷଣ କେନ୍ଦ୍ର ସ୍ଥାପନ ହେବ: ଉପମୁଖ୍ୟମନ୍ତ୍ରୀ

December 21, 2025

ରାମ ମନ୍ଦିର ସ୍ଥାନଟି ସର୍ବଦା ବାବ୍ରୀ ମସଜିଦ ଭାବରେ ଜଣାଯିବ: ବଦରୁଦ୍ଦିନଙ୍କ ବିବାଦୀୟ ବୟାନ

December 21, 2025

ଏସିଆ କପ ଫାଇନାଲରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ: ପାକିସ୍ତାନ ହେଲା ନୂଆ ଚମ୍ପିୟାନ

December 21, 2025
Latest News

ଆରାବଳୀରେ କୌଣସି କୋହଳ ଦିଆଯାଇନି: ଭୂପିନ୍ଦର ସିଂହ

December 21, 2025

ଭିବି- ଜୀ ରାମ ଜୀ ବିଲ୍, ୨୦୨୫କୁ ଅନୁମୋଦନ ପ୍ରଦାନ କଲେ ରାଷ୍ଟ୍ରପତି

December 21, 2025

୨୦୩୬ ସୁଦ୍ଧା ପ୍ରତ୍ୟେକ ଜିଲ୍ଲାରେ ବିଶ୍ୱସ୍ତରୀୟ ରୋଗ ନିର୍ଣ୍ଣୟ ଏବଂ ପରୀକ୍ଷଣ କେନ୍ଦ୍ର ସ୍ଥାପନ ହେବ: ଉପମୁଖ୍ୟମନ୍ତ୍ରୀ

December 21, 2025

ରାମ ମନ୍ଦିର ସ୍ଥାନଟି ସର୍ବଦା ବାବ୍ରୀ ମସଜିଦ ଭାବରେ ଜଣାଯିବ: ବଦରୁଦ୍ଦିନଙ୍କ ବିବାଦୀୟ ବୟାନ

December 21, 2025

ଏସିଆ କପ ଫାଇନାଲରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ: ପାକିସ୍ତାନ ହେଲା ନୂଆ ଚମ୍ପିୟାନ

December 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.