Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୩ରୁ ୨୪ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ବିଶାଖାପାଟଣାରେ ପେସା ମହୋତ୍ସବର ଭବ୍ୟ ଆୟୋଜନ
ଆଜିର ଖବର

୨୩ରୁ ୨୪ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ବିଶାଖାପାଟଣାରେ ପେସା ମହୋତ୍ସବର ଭବ୍ୟ ଆୟୋଜନ

December 22, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପେସା ମହୋତ୍ସବ
ଆଜିଠାରୁ ବିଶାଖାପାଟଣାରେ ପେସା ମହୋତ୍ସବର ଭବ୍ୟ ଆୟୋଜନ

ନୂଆଦିଲ୍ଲୀ: ପଞ୍ଚାୟତ (ଅନୁସୂଚିତ ଅଞ୍ଚଳକୁ ସମ୍ପ୍ରସାରଣ) ଆଇନ-୧୯୯୬ ପ୍ରଣୟନର ବାର୍ଷିକୀ ଉପଲକ୍ଷେ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଡିସେମ୍ବର ୨୩ ଓ ୨୪, ୨୦୨୫ରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ଦୁଇଦିନିଆ ‘ପେସା ମହୋତ୍ସବ : ଉତ୍ସବ ଲୋକ ସଂସ୍କୃତି କା’ ଆୟୋଜନ କରାଯାଉଛି। ପେସା ଆଇନର ବାର୍ଷିକୀ ପାଳନ ପାଇଁ ଡିସେମ୍ବର ୨୪ରେ “ପେସା ଦିବସ” ମଧ୍ୟ ପାଳନ କରାଯିବ। ଆନ୍ଧ୍ରପ୍ରଦେଶ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ଏବଂ ପଞ୍ଚାୟତିରାଜ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ କୋନିଡାଲା ପବନ କଲ୍ୟାଣ ଏହି ମହୋତ୍ସବକୁ ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟର ସଚିବ ବିବେକ ଭରଦ୍ୱାଜ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ପଞ୍ଚାୟତ ପ୍ରତିନିଧି, ଖେଳାଳୀ ଏବଂ ସାଂସ୍କୃତିକ କଳାକାରଙ୍କ ସମେତ ସମସ୍ତ ୧୦ଟି ପେସା ରାଜ୍ୟରୁ ପ୍ରାୟ ୨୦୦୦ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଯୋଗଦେବାର ଆଶା କରାଯାଉଛି।

୨୪ ଡିସେମ୍ବର ୨୦୨୫ରେ ପେସା ସମ୍ପର୍କରେ କେତେକ ଗୁରୁତ୍ବପୂର୍ଣ୍ଣ ଜାତୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ। ଏସବୁ ମଧ୍ୟରେ ରହିଛି ପେସା ସମ୍ପର୍କରେ ସୂଚନା ପ୍ରଦାନ ଓ ତଦାରଖ ପାଇଁ ପେସା ପୋର୍ଟାଲ, ବିଭିନ୍ନ ରାଜ୍ୟରେ ପେସାର କାର୍ଯ୍ୟାନ୍ବୟନର ସ୍ଥିତି ତଦାରଖ ପାଇଁ ପେସା ଇଣ୍ଡିକେଟର, ତୃଣମୂଳ ସ୍ତରରେ ସଚେତନତା ବୃଦ୍ଧି ଓ କ୍ଷମତା ନିର୍ମାଣ ପାଇଁ ଜନଜାତୀୟ ଭାଷାରେ  ପେସା ତାଲିମ ପାଠ୍ୟକ୍ରମ। ଏହା ସହିତ ହିମାଚଳ ପ୍ରଦେଶର କିନୌର ଜିଲ୍ଲା ଉପରେ ଏକ ଇ-ପୁସ୍ତିକା ଉନ୍ମୋଚନ ହେବ, ଯେଉଁଥିରେ ଏହି ଜିଲ୍ଲାର ପାରମ୍ପରିକ ଜ୍ଞାନ, ସଂସ୍କୃତି ଓ ପରମ୍ପରା ସଂପର୍କରେ ଉଲ୍ଲେଖ ରହିବ। ଏହି ଉତ୍ସବର ଅଂଶ ସ୍ୱରୂପ, ଆନ୍ଧ୍ର ପ୍ରଦେଶର ପେସା ଗ୍ରାମ ପଞ୍ଚାୟତଗୁଡ଼ିକରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହେବ, ଯେଉଁଠାରେ ଅଂଶଗ୍ରହଣକାରୀ ରାଜ୍ୟଗୁଡ଼ିକର ନିର୍ବାଚିତ ପ୍ରତିନିଧିମାନେ ଦଶଟି ଚିହ୍ନଟ ପେସା ବିଷୟବସ୍ତୁ ଉପରେ ଆଲୋଚନା କରିବେ। ଏହା ସହିତ, ଡିସେମ୍ବର ୨୪ ତାରିଖରେ ସମସ୍ତ ଦଶଟି ପେସା ରାଜ୍ୟରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହେବ, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା, ପ୍ରାକୃତିକ ସମ୍ବଳ ସଂରକ୍ଷଣ କରିବା, ପାରମ୍ପରିକ ପ୍ରଥା, ଜୀବିକା ଓ ସାମାଜିକ ନ୍ୟାୟକୁ ସୁରକ୍ଷା ଦେବା।

ଏହି ମହୋତ୍ସବ ଅବସରରେ ଅନେକ ପ୍ରକାରର କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଯାହାକି ଭାରତୀୟ ଜନଜାତି ପରମ୍ପରାର ବିବିଧତା ଓ ଗତିଶୀଳତାକୁ ଦର୍ଶାଇବ। ମୁଖ୍ୟ ସମାରୋହ ବିଶାଖାପାଟଣା ବନ୍ଦର ପ୍ରାଧିକରଣ କ୍ୟାମ୍ପସ ମଧ୍ୟରେ ଅନୁଷ୍ଠିତ ହେବ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମଗୁଡ଼ିକ ବିଶାଖାପାଟଣାର ରାମକୃଷ୍ଣ ବେଳାଭୂମି, ଇଣ୍ଡୋର ଷ୍ଟାଡିୟମ, କ୍ରିକେଟ ଷ୍ଟାଡିୟମ ଓ କଳାବାଣୀ ଅଡିଟୋରିୟମରେ ଅନୁଷ୍ଠିତ ହେବ।

ପେସା ଆଇନ, ୧୯୯୬ ସଂପର୍କରେ

ଭାରତୀୟ ସମ୍ବିଧାନର ଧାରା ୨୪୩ଏମ(୪)(ଖ) ଅନୁଯାୟୀ, ସଂସଦ “ପଞ୍ଚାୟତ (ଅନୁସୂଚିତ ଅଞ୍ଚଳକୁ ସମ୍ପ୍ରସାରଣ) ଆଇନ, ୧୯୯୬” (ପେସା ଆଇନ) ପ୍ରଣୟନ କରିଥିଲା। ଏହି ଆଇନ ଦ୍ୱାରା କେତେକ ବ୍ୟତିକ୍ରମ ଏବଂ ସଂଶୋଧନ ସହିତ ସମ୍ବିଧାନର ୯ମ ଭାଗର ବ୍ୟବସ୍ଥାଗୁଡ଼ିକୁ ଅନୁସୂଚିତ ଅଞ୍ଚଳଗୁଡ଼ିକୁ ବିସ୍ତାର କରାଯାଇପାରିବ। ଅନୁସୂଚିତ ଅଞ୍ଚଳଗୁଡ଼ିକ ହେଉଛି ସେହି ଅଞ୍ଚଳ ଯେଉଁଗୁଡ଼ିକ ମାନ୍ୟବର ରାଷ୍ଟ୍ରପତିଙ୍କ ଦ୍ୱାରା ଘୋଷଣା ହୋଇଥାଏ। ସମ୍ବିଧାନର ଧାରା ୨୪୪(୧) ଏବଂ ପଞ୍ଚମ ଅନୁସୂଚୀରେ ଏହି କ୍ଷେତ୍ରଗୁଡ଼ିକ ସହିତ ଜଡିତ ବ୍ୟବସ୍ଥା ରହିଛି। ଯେହେତୁ ଏହି ଅଞ୍ଚଳଗୁଡ଼ିକ ସମ୍ବିଧାନର ପଞ୍ଚମ ଅନୁସୂଚୀରେ ଉଲ୍ଲେଖ କରାଯାଇଛି, ସେଗୁଡ଼ିକୁ ପଞ୍ଚମ ଅନୁସୂଚୀ କ୍ଷେତ୍ର ମଧ୍ୟ କୁହାଯାଏ। ବର୍ତ୍ତମାନ, ପଞ୍ଚମ ଅନୁସୂଚୀ ଅଧୀନରେ ଥିବା ଅଞ୍ଚଳଗୁଡ଼ିକୁ ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ଗୁଜରାଟ, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ରାଜସ୍ଥାନ ଏବଂ ତେଲେଙ୍ଗାନା ସମେତ ୧୦ଟି ରାଜ୍ୟରେ ଅଧିସୂଚିତ କରାଯାଇଛି।

ପଞ୍ଚାୟତ ଆଇନ-୧୯୯୬ ପେସା ମହୋତ୍ସବ ବିଶାଖାପାଟଣା ସ୍ୱତନ୍ତ୍ର ଗ୍ରାମସଭା
Share. Facebook Twitter LinkedIn Email WhatsApp Copy Link

Related Posts

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026
Latest News

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026

U19 ବିଶ୍ୱକପ୍ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ: କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.