ଭଦ୍ରକ: ଭଦ୍ରକ ଗସ୍ତରେ ଯ।ଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କାର୍ଯ୍ୟକ୍ରମରେ ଶ୍ରୀ ସୂରଜ କହିଛନ୍ତି ଧାନ କିଣାରେ ସରକାରଙ୍କ ଆଭିମୁଖ୍ୟ କଟନି ଛଟନି ବନ୍ଦ କରିବା ଓ ଧାନ ବିକ୍ରି ସମୟରେ ଜଣେ ହେଲେ ଚାଷୀ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ସରକାର ଧ୍ୟାନ ଦେଉଛନ୍ତି ବୋଲି କହିଥିଲେ।
ଆସନ୍ତା ୨୦୨୬ ଜାନୁଆରୀ ୫ ତାରିଖରେ ଜିଲ୍ଲାରେ ଧାନମଣ୍ଡିର ଶୁଭାରମ୍ଭ ହେବ। ଏହା ପୂର୍ବରୁ ଏହି ସଚେତନତା ରଥ ଜିଲ୍ଲାର ସାତଟି ବ୍ଲକରେ ପରିକ୍ରମା କରି ଚାଷୀମାନଙ୍କୁ ଅବଗତ କରିବ। କାର୍ଯ୍ୟକ୍ରମରେ ବିଧାୟକ,ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ।


