Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେଭେନ୍ସା କଲିଜିଏଟ୍ ସ୍କୁଲରେ ଉଦ୍ଘାଟନ ହେଲା “ଡ.ଚନ୍ଦ୍ରଭାନୁ ଶତପଥୀ ଡିବେଟ୍ ଏଣ୍ଡ ନଲେଜ୍ ସେଣ୍ଟର”
ଆଜିର ଖବର

ରେଭେନ୍ସା କଲିଜିଏଟ୍ ସ୍କୁଲରେ ଉଦ୍ଘାଟନ ହେଲା “ଡ.ଚନ୍ଦ୍ରଭାନୁ ଶତପଥୀ ଡିବେଟ୍ ଏଣ୍ଡ ନଲେଜ୍ ସେଣ୍ଟର”

December 22, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରେଭେନ୍ସା କଲିଜିଏଟ୍ ସ୍କୁଲରେ ଉଦ୍ଘାଟନ ହେଲା "ଡ.ଚନ୍ଦ୍ରଭାନୁ ଶତପଥୀ ଡିବେଟ୍ ଏଣ୍ଡ ନଲେଜ୍ ସେଣ୍ଟର"
ରେଭେନ୍ସା କଲିଜିଏଟ୍ ସ୍କୁଲରେ ଉଦ୍ଘାଟନ ହେଲା "ଡ.ଚନ୍ଦ୍ରଭାନୁ ଶତପଥୀ ଡିବେଟ୍ ଏଣ୍ଡ ନଲେଜ୍ ସେଣ୍ଟର"

କଟକ: ରେଭେନ୍ସା କଲିଜିଏଟ୍ ସ୍କୁଲ ପରିସରରେ ପ୍ରାକ୍ତନ ଛାତ୍ର ତଥା ପୂଜ୍ୟ ବହୁଭାଷୀ ବିଦ୍ୱାନ ଡକ୍ଟର ଚନ୍ଦ୍ରଭାନୁ ଶତପଥୀଙ୍କ ନାମରେ ନାମିତ “ଡ.ଚନ୍ଦ୍ରଭାନୁ ଶତପଥୀ ଡିବେଟ୍ ଏଣ୍ଡ ନଲେଜ୍ ସେଣ୍ଟର” ନାମକ ଏକ ବଡ଼ କକ୍ଷ ଆଜି ଉନ୍ମୋଚନ କରାଯାଇଛି। ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସୌଜନ୍ୟରେ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ମଣିପୁର ଉଚ୍ଚନ୍ୟାୟାଳୟର ପୂର୍ବତନ ପ୍ରଧାନ ବିଚାରପତି ସମ୍ମାନନୀୟ ଲକ୍ଷ୍ମୀକାନ୍ତ ମହାପାତ୍ର, ଓଡ଼ିଶା ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ଏବଂ ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁଙ୍କ ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରଗତି ପଣ୍ଡାଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଏକ ମନୋରମ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଥିଲା।

ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ୱଳନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ବିଦ୍ୟାଳୟର ଛାତ୍ରମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ବରିଷ୍ଠ ଶିକ୍ଷକ ବିଶ୍ୱନାଥ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରାକ୍ତନ ଛାତ୍ର ଶୁଭାନ୍ଵେଶ ରଥ ପୂଜ୍ୟ ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀଙ୍କ ସମ୍ପର୍କରେ ତଥା ଏହି କକ୍ଷର ଆବଶ୍ୟକତା ବିଷୟରେ ବିବରଣୀ ପ୍ରଦାନ କରିଥିଲେ। ପ୍ରଧାନ ଶିକ୍ଷୟତ୍ରୀ ପ୍ରଗତି ପଣ୍ଡା ନିଜ ଭାଷଣରେ ଏହି ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ପୂଜ୍ୟ ସୁବକ୍ତା ଡକ୍ଟର ଚନ୍ଦ୍ରଭାନୁ ଶତପଥୀଙ୍କ ପ୍ରତିଭା ଦ୍ୱାରା ଅନୁପ୍ରାଣିତ ହୋଇ ଆଗାମୀ ଜୀବନରେ ସଫଳକାମ ହେବା ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ବାନ ଦେଇଥିଲେ।

ମଣିପୁର ଉଚ୍ଚନ୍ୟାୟାଳୟର ପୂର୍ବତନ ପ୍ରଧାନ ବିଚାରପତି ସମ୍ମାନନୀୟ ଲକ୍ଷ୍ମୀକାନ୍ତ ମହାପାତ୍ର ବର୍ତ୍ତମାନ ସମୟରେ ବହୁଭାଷୀ ଜ୍ଞାନୀ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ଶ୍ରୀ ଶତପଥୀଙ୍କ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ଓଡ଼ିଶା ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ ଏହି ଭବ୍ୟ କକ୍ଷଟିର ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଏହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣରେ ସହାୟକ ହେବ ବୋଲି କହିଥିଲେ।

ପ୍ରଧାନ ଶିକ୍ଷୟତ୍ରୀ ପ୍ରଗତି ପଣ୍ଡା ପୁଣି କହିଥିଲେ ଯେ, “ଡିବେଟ୍ ଏଣ୍ଡ ନଲେଜ୍ ସେଣ୍ଟର”ର ନାମ ସାର୍ଥକ ହେବ ଯଦି ଏଠାରେ ଏହି ଭଳି ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା, ସମ୍ମାନ ପ୍ରତିଯୋଗିତାର ଇତ୍ୟାଦି ନିୟମିତ ବ୍ୟବସ୍ଥା ହେବ। ଏହି ବିଦ୍ୟାଳୟର ଅନେକ ମହାମନୀଷୀ ଜନ୍ମ ନେଇଛନ୍ତି। ସେହି ମହାମନୀଷୀଙ୍କ ପଥ ଅନୁସରଣ କରି ଜୀବନରେ ସଫଳକାମ କରି ଏହି ବିଦ୍ୟାଳୟର ଗୌରବ ବୃଦ୍ଧି କରିବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।

ତତ୍‌ପରେ ଶୁଭାନ୍ଵେଶ ରଥ, ଶେଖ୍ ଗୋଲାମ ଅହମ୍ମଦ, ସରୋଜ ମହାନ୍ତି ଏବଂ ବିଶ୍ୱରଞ୍ଜନ ନାୟକ ଯେଉଁମାନଙ୍କ ପ୍ରଚେଷ୍ଟାରେ କକ୍ଷଟି ସୁସଜ୍ଜିତ ହୋଇପାରିଥିଲା, ସେମାନଙ୍କୁ ଗୁରୁଜୀ ସମ୍ମାନିତ କରିଥିଲେ। ପରେ ପୂଜ୍ୟ ଗୁରୁଜୀଙ୍କ ଦ୍ୱାରା ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଗୋଟିଏ ଚୋକୋଲଟେ ଓ ପାଣି ବୋତଲ ବଣ୍ଟନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ବିଶ୍ଵନାଥ ମିଶ୍ର, ଶୁଭାନ୍ଵେଶ ରଥ, ସରୋଜ ମହାନ୍ତି, ବିଶ୍ୱରଞ୍ଜନ ନାୟକ, ଶେଖ୍ ଗୋଲାମ ଅହମ୍ମଦ ଏବଂ ତୁଷାରକାନ୍ତି ସ୍ବାଇଁ।

ଡ.ଚନ୍ଦ୍ରଭାନୁ ଶତପଥୀ ଡିବେଟ୍ ଏଣ୍ଡ ନଲେଜ୍ ସେଣ୍ଟର ଡକ୍ଟର ଚନ୍ଦ୍ରଭାନୁ ଶତପଥୀ ରେଭେନ୍ସା କଲିଜିଏଟ୍ ସ୍କୁଲ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.