Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଚତୁର୍ଥ ତଟବର୍ତ୍ତୀ ସୁରକ୍ଷା ସମୟ ସମିତି ସମ୍ପର୍କିତ ଉଚ୍ଚ ସ୍ତରୀୟ ବୈଠକ
ଆଜିର ଖବର

ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଚତୁର୍ଥ ତଟବର୍ତ୍ତୀ ସୁରକ୍ଷା ସମୟ ସମିତି ସମ୍ପର୍କିତ ଉଚ୍ଚ ସ୍ତରୀୟ ବୈଠକ

December 24, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଚତୁର୍ଥ ତଟବର୍ତ୍ତୀ ସୁରକ୍ଷା ସମୟ ସମିତି ସମ୍ପର୍କିତ ଉଚ୍ଚ ସ୍ତରୀୟ ବୈଠକ
ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଚତୁର୍ଥ ତଟବର୍ତ୍ତୀ ସୁରକ୍ଷା ସମୟ ସମିତି ସମ୍ପର୍କିତ ଉଚ୍ଚ ସ୍ତରୀୟ ବୈଠକ

ଭୁବନେଶ୍ଵର: ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଚତୁର୍ଥ ତଟବର୍ତ୍ତୀ ସୁରକ୍ଷା ସମୟ ସମିତି ସମ୍ପର୍କିତ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମବ୍ରାଞ୍ଚ) ବିନୟତୋଷ ମିଶ୍ର ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଉକ୍ତ ବୈଠକରେ ରାଜ୍ୟରେ ବହୁ ପ୍ରତିଷ୍ଠିତ ତୈଳ ଓ ଗ୍ୟାସ କମ୍ପାନିର ବରିଷ୍ଠ ପଦାଧିକାରୀଙ୍କ ସହ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଓଡ଼ିଶା ପୋଲିସ ଏବଂ ତୈଳ କମ୍ପାନୀଗୁଡ଼ିକ ମଧ୍ୟରେ ଉପଯୁକ୍ତ ସହଯୋଗ ଓ ସମନ୍ୱୟ ସମ୍ପର୍କରେ ବୈଠକରେ ମତପ୍ରକାଶ ପାଇଥିଲା।

ଓଡ଼ିଶାର ପାରାଦୀପ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପେଟ୍ରୋଲିୟମ ସଂରକ୍ଷଣ ଏବଂ ପରିବହନ ଭିତ୍ତିଭୂମି ସହ ବହୁ ଗୁରୁତ୍ଵପୂର୍ଣ୍ଣ ପ୍ରତିଷ୍ଠାନ ରହିଛି। ଏହା ବ୍ୟତୀତ ବିଭିନ୍ନ କମ୍ପାନୀର ପାଇପଲାଇନଗୁଡ଼ିକ ଓଡ଼ିଶାର ବିଭିନ୍ନ ଜିଲ୍ଲା ମଧ୍ୟ ଦେଇ ଗତି କରୁଥିବା ବେଳେ ଅନ୍ୟ ରାଜ୍ୟକୁ ମଧ୍ୟ ପେଟ୍ରୋଲିୟମ ଯୋଗାଣ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ତୈଳ କମ୍ପାନି ଗୁଡିକର ସୁରକ୍ଷା ଓ ପରିବହନ ବ୍ୟବସ୍ଥା ସଂକ୍ରାନ୍ତରେ ବୈଠକରେ ଆଲୋଚନା ହୋଇଥିଲା।

ବୈଠକରେ ତୈଳ କମ୍ପାନିଗୁଡିକର ମାର୍ଗଦର୍ଶୀକାକୁ ଅନୁପାଳନ କରିବା, କମ୍ପାନିର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା, ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ କଡା କର୍ଜୟାନୁଷ୍ଠାନ, ଅସାମାଜିକ ବ୍ୟକ୍ତିଙ୍କ ଦ୍ଵାରା ଡ୍ରୋନର ଅପବ୍ୟବହାର ରୋକିବାକୁ ବିହିତ ପଦକ୍ଷେପ, ତୈଳ ଚୋରି ରୋକିବା, ପାଇପଲାଇନ ଭାଙ୍ଗିବା, ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣ ପରିସ୍ଥିତି, ପେଟ୍ରୋଲିୟମ ଭିତ୍ତିଭୂମିର ବୈଷୟିକ ଦିଗ, ପାଇପଲାଇନ-ପାସ କରୁଥିବା ଗ୍ରାମଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମ, ପାଇପଲାଇନ ନିକଟରେ ଜବରଦଖଲ ଏବଂ ଅସୁରକ୍ଷିତ କାର୍ଯ୍ୟକଳାପ, ଚୋରି ଏବଂ ଅନ୍ୟାନ୍ୟ ସଙ୍ଗିନ ମାମଲାର ବୃତ୍ତିଗତ ତଦନ୍ତ, ପାଇପଲାଇନ ସମ୍ବନ୍ଧୀୟ ଅପରାଧଗୁଡ଼ିକୁ ପ୍ରାଥମିକତା ଦେବାକୁ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା।

ଏହି ଅବସରରେ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ମିଶ୍ର ତୈଳ କମ୍ପାନିଗୁଡିକର ସୁରକ୍ଷା ନିମନ୍ତେ ପୋଲିସ ପକ୍ଷରୁ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯିବ ବୋଲି ମତବ୍ୟକ୍ତ କରିଥିଲେ। ଏହା ସହ ଜିଲ୍ଲା ତଥା ସ୍ଥାନୀୟ ପୋଲିସ ସହିତ କମ୍ପାନିର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ରହିବା ଦିଗରେ ଗୁରୁତ୍ବାରୋପ କରିଥିଲେ। ପରସ୍ପର ମଧ୍ୟରେ ସୂଚନା ଆଦାନପ୍ରଦାନ ସହ ସ୍ଥାନୀୟ ଗୁଇନ୍ଦା ଏବଂ ପାଟ୍ରୋଲିଂ ବ୍ୟବସ୍ଥା ଉପରେ ସେ ପରାମର୍ଶ ଦେଇଥିଲେ। ରାଜ୍ୟ, ରେଞ୍ଜ ଏବଂ ଜିଲ୍ଲା ସ୍ତରରେ ତୈଳ କମ୍ପାନୀ ଅଧିକାରୀଙ୍କ ସହିତ ସମୟ ସମୟରେ ମିଳିତ ସମୀକ୍ଷା ବୈଠକ, ସନ୍ଦିଗ୍ଧ କାର୍ଯ୍ୟକଳାପର ସୂଚନା ଆଦାନପ୍ରଦାନ, ସମ୍ବେଦନଶୀଳ ସୂଚନା ପାଇଁ ସୁରକ୍ଷିତ ଯୋଗାଯୋଗ ଚ୍ୟାନେଲର ବ୍ୟବହାର ଆଦି ପ୍ରସଙ୍ଗରେ ମତବ୍ୟକ୍ତ କରିଥିଲେ।

ଏହି ବୈଠକରେ ନିର୍ଦ୍ଦେଶକ (ଗୁଇନ୍ଦା) ଆର. ପି. କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳ, ଡିଆଇଜି(କେନ୍ଦ୍ରାଞ୍ଚଳ) ସତ୍ୟଜିତ ନାଏକଙ୍କ ସମେତ IOCL (ସିଜିଏମ) କମଲ ଶୀଲ, (ସିଜିଏମ, ସିକ୍ୟୁରିଟି) ତରୁଣ କେ. ବିଶାଇ, (ସିଜିଏମ, ଅପରେସନ) ଆର.କେ ସାହୁଙ୍କ ସମେତ BPCL, HPCL ଏବଂ GAIL ପରି ପ୍ରମୁଖ କମ୍ପାନୀର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଉଚ୍ଚ ସ୍ତରୀୟ ବୈଠକ ରାଜ୍ୟ ପୋଲିସ ମୁଖ୍ୟାଳୟ ସୁରକ୍ଷା ସମୟ ସମିତି
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.