Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ମହୋତ୍ସବ ଅଷ୍ଟମ ସନ୍ଧ୍ୟା ସମାରୋହ
ଆଜିର ଖବର

ଖୋର୍ଦ୍ଧା ମହୋତ୍ସବ ଅଷ୍ଟମ ସନ୍ଧ୍ୟା ସମାରୋହ

December 24, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଖୋର୍ଦ୍ଧା ମହୋତ୍ସବ ଅଷ୍ଟମ ସନ୍ଧ୍ୟା ସମାରୋହ
ଖୋର୍ଦ୍ଧା ମହୋତ୍ସବ ଅଷ୍ଟମ ସନ୍ଧ୍ୟା ସମାରୋହ

ଖୋର୍ଦ୍ଧା: ମଙ୍ଗଳବାର ସନ୍ଧ୍ୟାରେ ଖୋର୍ଦ୍ଧା ମହୋତ୍ସବର ରଜତ ଜୟନ୍ତୀ ଉଦଯାପନୀ ସମାରୋହ ଅଷ୍ଟମ ସାନ୍ଧ୍ୟ କାର୍ଯ୍ୟ କ୍ରମରେ ଉଦ୍ଘାଟକ ଭାବେ ଓଡ଼ିଶାର ମନ୍ତ୍ରୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଓଡ଼ିଶା ସରକାର ସୁରେଶ ଚନ୍ଦ୍ର ପୂଜାରୀ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସମାରୋହକୁ ଉଦ୍ଘାଟନ କରିଥିଲେ। ଶ୍ରୀ ପୂଜାରୀ ନିଜ ଉଦବୋଧନରେ କହିଥିଲେ ଯେ, ଭାରତ ଓ ଓଡ଼ିଶାର ତଥା ଇଂରେଜ ଶାସନ ବିରୁଦ୍ଧରେ ଲଢିଥିବା ପ୍ରଥମ ଖୋର୍ଦ୍ଧା ମାଟିରେ ଏପରି ଖୋର୍ଦ୍ଧା ମହୋତ୍ସବ ଉନ୍ନତିର ରାସ୍ତାକୁ ଦିଗ ଦର୍ଶନ ଦେବା ସହ ଆସନ୍ତା ୧୧ ବର୍ଷ ମଧ୍ୟରେ ବିକଶିତ ଓଡ଼ିଶା ୨୦୩୬ ରେ ଶ୍ରେଷ୍ଠାଗ୍ରେ ରହିବ ବୋଲି ପ୍ରକାଶ କରିଥିଲେ।

ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ, ଓଡ଼ିଶା ସରକାର ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ ନିଜ ଅଭିଭାଷଣରେ ଖୋର୍ଦ୍ଧା ମାଟିର ଗୌରବକୁ ଉତ୍ଥାପନ କରି ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁଙ୍କ ସହ ପାଇକ ମାନଙ୍କ ତ୍ୟାଗ ଓ ଆଦର୍ଶରେ ସମସ୍ତେ ଉଜ୍ଜୀବିତ ହୁଅନ୍ତୁ ବୋଲି ପ୍ରକାଶ କରିଥିଲେ।  ମହୋତ୍ସବ କମିଟି ସଭାପତି ତଥା ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାଧାରଣ ସଭାରେ ଅନ୍ୟ ସମ୍ମାନିତ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ ନିଜ ନିଜ ବକ୍ତବ୍ୟରେ ମହୋତ୍ସବର ଉତ୍ତୋରାତ୍ତର ଉନ୍ନତି କାମନା କରିଥିଲେ।

କମିଟି ମୁଖ୍ୟ ଉପଦେଷ୍ଟା ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେ ଯୋଗଦେଇ ନିଜ ଅଭିଭାଷଣରେ କହିଲେ ଯେ, ଐତିହାସିକ ଖୋର୍ଦ୍ଧା ମହୋତ୍ସବ ଆଜି ନବଯୌବନ ପ୍ରାପ୍ତି ପାଇଛି। ଏହି ମହୋତ୍ସବ ସମସ୍ତ ଯୁବଶକ୍ତି, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହେଲେ ଏ ମହୋତ୍ସବ ଆହୁରି ଆଗକୁ ବର୍ଦ୍ଧିତ ହେବ ବୋଲି ପ୍ରକାଶ କରିଥିଲେ। ଓଡ଼ିଶାର ମାନଚିତ୍ରରେ ଖୋର୍ଦ୍ଧା ମାଟିର ଗୌରବ ଇତିହାସ ବହନ କରୁହି ଉଦ୍ଘାଟକ ଏବଂ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀଙ୍କୁ ଓ ସମସ୍ତ ଅତିଥିଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ପାଇକର ବୀରତ୍ଵ ଓଡ଼ିଶାର ନାମକୁ ସର୍ବାଗ୍ରେ ଟେକ ରଖିବ ବୋଲି ମଧ୍ୟ ପ୍ରକାଶ କରିଥିଲେ।

ସମ୍ମାନିତ ଅତିଥି ଭାବେ ଆଇନଜୀବୀ ସଂଘ ସଭାପତି ଜିବନଞ୍ଜ୍ୟୋତି ମିଶ୍ର, ସମ୍ପାଦକ କ୍ଷୀରୋଦ ମୋହନ ସ୍ୱାଇଁ, ସମାଜ ସେବୀ ଗୌରୀ ଶଙ୍କର ତ୍ରିପାଠୀ, ଓଲିଉଡ ଗାୟିକା ଦିପ୍ତିରେଖା ପାଣି ମଞ୍ଚାସୀନ ଥିଲେ।

ଶେଷରେ ମହୋତ୍ସବ କମିଟି ସାଧାରଣ ସମ୍ପାଦକ ନରେନ୍ଦ୍ର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆକର୍ଷଣୀୟ ନୃତ୍ୟ ସଙ୍ଗୀତ ପାରମ୍ପାରିକ ଲୋକକଳା ସାଂସ୍କୃତିକ କାର୍ଯ୍ୟକ୍ରମ ସାଇନିଂ ଡାନ୍ସ ଗ୍ରୁପ ଏବଂ ଅନ୍ୟାନ୍ୟ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ପରିବେଷଣ କରିଥିଲେ।

ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଏବଂ ସମସ୍ତ ଅତିଥି ମାନଙ୍କୁ ଉପଢ଼ୌକନ, ଖୋର୍ଦ୍ଧା ମାଟିର ପାରମ୍ପାରିକ ପାଇକ ପଗଡ଼ି, ପୁଷ୍ପ ଗୁଚ୍ଛ ଏବଂ ମହୋତ୍ସବ ସ୍ମୃତି ଫଳକ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ସାଧାରଣ ସଭାରେ ଖୋର୍ଦ୍ଧା ଜିଲ୍ଲାର ବହୁ ବିଶିଷ୍ଟ ରାଜନୈତିକ କର୍ମକର୍ତ୍ତା ନିକୁଞ୍ଜ ପଟ୍ଟନାୟକ, ବୁଦ୍ଧିଜୀବୀ, ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ, ଉପଜିଲ୍ଲାପାଳ, ଖୋର୍ଦ୍ଧା କିଶୋର କୁମାର ପଣ୍ଡା, ତହସିଲଦାର ବିଭାଷ ପାଣିଗ୍ରାହୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ମହୋତ୍ସବରେ ବହୁ ଜନ ସମାଗମ ହେବାର ପରିଲକ୍ଷିତ ହୋଇଥିଲା। ମଞ୍ଚ ଉପସ୍ଥାପନାରେ କୁମାର ନାୟକ କାର୍ଯ୍ୟ ସମ୍ପାଦିତ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକୀୟ କୃଷକଙ୍କୁ ସମୃଦ୍ଧ କରିବ ବାଣିଜ୍ୟ ଚୁକ୍ତି: ଆମେରିକା ସଚିବଙ୍କ ଦାବିର ଜବାବ ଦେଲା ଭାରତ

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026
Latest News

ଆମେରିକୀୟ କୃଷକଙ୍କୁ ସମୃଦ୍ଧ କରିବ ବାଣିଜ୍ୟ ଚୁକ୍ତି: ଆମେରିକା ସଚିବଙ୍କ ଦାବିର ଜବାବ ଦେଲା ଭାରତ

February 3, 2026

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.