ନୂଆଦିଲ୍ଲୀ: ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର କମିବାର ନାଁ ଧରୁନାହିଁ। ଦୁଇ ହିନ୍ଦୁ ଯୁବକଙ୍କ ନିର୍ମମ ହତ୍ୟା ବ୍ୟତୀତ, ପୋଡ଼ାଜଳା ଘଟଣା ସାଧାରଣ ହେବାରେ ଲାଗିଛି। ଏହିକ୍ରମରେ ଗତ ୫ ଦିନରେ ଚଟୋଗ୍ରାମରେ ଅତି କମରେ ଛଅଟି ହିନ୍ଦୁ ପରିବାରକୁ ଟାର୍ଗେଟ କରାଯାଇଛି।
ମଙ୍ଗଳବାର ସକାଳେ ରାଉଜାନ ମ୍ୟୁନିସିପାଲିଟିର ସୁଲତାନପୁର ୱାର୍ଡ ୫ ରେ ଏକ ଘରକୁ ନିଆଁ ଲଗାଯାଇଥିଲା। ଅଭିଯୋଗ ହୋଇଛି ଯେ, ଦୁର୍ବୃତ୍ତମାନେ ବାହାରୁ ଦ୍ୱାର ବନ୍ଦ କରିଦେଇଥିଲେ। ପଭୋର ସମୟରେ ଘଟିଥିବା ଏହି ଘଟଣା ସମୟରେ ଘରର ଲୋକମାନେ ବାଡ଼ ଡେଇଁ ଖସି ପଳାଇବାରେ ସଫଳ ହୋଇଥିଲେ। ଘଟଣାସ୍ଥଳରୁ କିରୋସିନରେ ଭିଜା ପୋଷାକ ଉଦ୍ଧାର କରାଯାଇଛି।
ପୋଲିସ ଅଧିକାରୀମାନେ ଦାବି କରିଛନ୍ତି ଯେ, ଏପରି ଘଟଣା ରୋକିବା ପାଇଁ ପଡ଼ୋଶୀ କମିଟି ଗଠନ କରାଯାଇଛି ଏବଂ ରାତି ପାଟ୍ରୋଲିଂ ଆରମ୍ଭ କରାଯାଇଛି।


