ଭୁବନେଶ୍ଵର: ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଭୁବନେଶ୍ୱରସ୍ଥିତ ଖାରବେଳ ଭବନଠାରେ ସୃଜନ କ୍ୟାଣ୍ଟିନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଡକ୍ଟର ମହାପାତ୍ର କହିଛନ୍ତି ଏହା ଦ୍ଵାରା ସୃଜନଶୀଳତା, କଥାବାର୍ତ୍ତା ଏବଂ ସୁଆଦିଆ ବ୍ୟଞ୍ଜନର ସମନ୍ୱୟ ଘଟିବା ସହ ଏକ ଜୀବନ୍ତ ତଥା ସହଭାଗୀ କର୍ମସଂସ୍କୃତି ଗଢ଼ିଉଠିବ। “ସୃଜନଶୀଳତା, ଆଳାପ ଏବଂ ଆହାର” ଥିମ୍ କୁ ନେଇ ଏହି ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି। ଗୁଣବତ୍ତା ଏବଂ ଉତ୍ତମ ଆତିଥ୍ୟ ସେବା ନିଶ୍ଚିତ କରିବା ପାଇଁ IRCTC ମାଧ୍ୟମରେ ଏହାର ପରିଚାଳନା କରାଯାଇଛି। ଏହା ଅଧିକାରୀ, କର୍ମଚାରୀ ଏବଂ ପରିଦର୍ଶକମାନଙ୍କ ମଧ୍ୟରେ ଜ୍ଞାନର ଆଦାନପ୍ରଦାନ, ନୂତନ ଚିନ୍ତାଧାରା ଓ ସହଯୋଗକୁ ପ୍ରୋତ୍ସାହିତ କରିବ ବୋଲି ମନ୍ତ୍ରୀ ମହାପାତ୍ର କହିଛନ୍ତି। କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଉପସ୍ଥିତ ଥିଲେ।


