କୁଏତ୍ରୁ ଫେରିବେ ୧୫ ଓଡ଼ିଆ ଶ୍ରମିକ । ବରିଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କୁ ଜଣାଇଛି ଭାରତୀୟ ଦୂତାବାସ । କୁଏତ୍ରେ ଫସିଥିବା କେନ୍ଦ୍ରାପଡ଼ାର ୧୫ଜଣ ଶ୍ରମିକମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ ବିଜେପିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା । ଏହି ଶ୍ରମିକମାନଙ୍କୁ ଉଦ୍ଧାର ପାଇଁ କୁଏତ୍ରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ନିବେଦନ କରିଥିଲେ ବୈଜୟନ୍ତ ଏହି ଶ୍ରମିକମାନଙ୍କ ପରିବାର ଲୋକେ ଏନେଇ ବୈଜୟନ୍ତଙ୍କ ସହାୟତା ଲୋଡିଥିଲେ । ଇଦ୍-ଉଲ୍-ଜୁହା ପରେ ଏହି ଶ୍ରମିକମାନେ ଘରକୁ ଫେରିବା ନେଇ ସୂଚନା ମିଳିଛି । ୧୫ଜଣ ଓଡ଼ିଆ ଶ୍ରମିକଙ୍କ ସମେତ ମୋଟ୍ ୧୭ ଜଣ ଶ୍ରମିକ ଫେରୁଥିବାର ସୂଚନା ରହିଛି ।
Tags: