ରାଜ୍ୟରେ ୭୩ତମ ସ୍ବାଧୀନତା ଦିବସ ପାଳନ ଅବସରରେ ପତକା ଉତ୍ତୋଳନ ନେଇ ଏକ ସୂଚୀ ଜାରି ହୋଇଛି । ତେବେ କିଏ କେଉଁଠି ପତାକା ଉତ୍ତୋଳନ କରିବା ନେଇ ଏକ ସୂଚୀ ଜାରି ହୋଇଛି । ରାଜ୍ୟର ରାଜଧାନୀ ଭୁବନେଶ୍ବରଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତକା ଉତ୍ତୋଳନ କରିବେ । ସେହିପରି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କଟକ, ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍ ଅନୁଗୁଳ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପୁରୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ କେନ୍ଦ୍ରାପଡ଼ା, ପଦ୍ମନାଭ ବେହେରା କଳାହାଣ୍ଡି, ପ୍ରତାପ ଜେନା ମୟୂରଭଞ୍ଜ, କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଢେଙ୍କାନାଳ, ସୁଦାମ ମାରାଣ୍ଡି ସୁନ୍ଦରଗଡ଼, ସୁଶାନ୍ତ ସିଂ କନ୍ଧମାଳ, ନବ ଦାସ ବଲାଙ୍ଗିର, ଟୁକୁନି ସାହୁ ନୟାଗଡ଼, ଜଗନ୍ନାଥ ସାରକା କେଉଁଝର, ଦିବ୍ୟଶଙ୍କର ମିଶ୍ର ସମ୍ବଲପୁର, ଅଶୋକ ଚନ୍ଦ୍ର ପଣ୍ଡା ବାଲେଶ୍ବର, ସମୀର ରଞ୍ଜନ ଦାଶ ଯାଜପୁର, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ନବରଙ୍ଗପୁର, ପ୍ରେମାନନ୍ଦ ନାୟକ କୋରାପୁଟ, ରଘୁନନ୍ଦନ ଦାସ ମାଲକାନଗିରି ଓ ପଦ୍ମିନୀ ଦିଆନ୍ ରାୟଗଡ଼ା, ତୁଷାରକାନ୍ତି ବେହେରା ଗଜପତି ଆଦି ଜିଲ୍ଲାରେ ପତକା ଉତ୍ତୋଳନ କରିବେ ବୋଲି ସୂଚନା ରହିଛି ।
୭୩ତମ ସ୍ବାଧୀନତା ଦିବସ : କିଏ କେଉଁଠି କରିବେ ପତକା ଉତ୍ତୋଳନ
Published:
Aug 9, 2019, 1:48 pm IST
Tags: