ଭୁବନେଶ୍ବର: ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ରବିବାର ଦିନ ଭୁବନେଶ୍ୱରର ପ୍ରସିଦ୍ଧ ଐତିହ୍ୟସ୍ଥଳ ଖଣ୍ଡଗିରି ଏବଂ ମୁକ୍ତେଶ୍ୱର ମନ୍ଦିର ବୁଲି ଦେଖିଛନ୍ତି । ଶ୍ରୀ କୁମାର ପ୍ରଥମେ ମୁକ୍ତେଶ୍ୱର ମନ୍ଦିର ପରିସରରେ ପହଞ୍ଚିଥିଲେ । ଏହି ପ୍ରାଚୀନ ମନ୍ଦିରର କାରୁକାର୍ଯ୍ୟ ଦ୍ୱାରା ସେ ବେଶ୍ ପ୍ରଭାବିତ ହୋଇଥିଲେ ।
ଏହାପରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଖଣ୍ଡଗିରି ଏବଂ ଉଦୟଗିରିର ଗୁମ୍ଫା ବୁଲି ଦେଖିଥିଲେ । ସେ ହାତୀ ଗୁମ୍ଫାର ଶିଳାଲେଖ ଏବଂ ଖଣ୍ଡଗିରିର ପ୍ରାଚୀନ ଐତିହ୍ୟ ବିଷୟରେ ଅବଗତ ହୋଇଥିଲେ । ଏହା ତାଙ୍କ ପାଇଁ ଏକ ନିଆରା ଅନୁଭୂତି ବୋଲି ଶ୍ରୀ କୁମାର କହିଛନ୍ତି ।


