ବାଲୁଗାଁ: ସୋମବାର ଦିନ ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଚିଲିକା କୂଳ ଜେଟି ନିକଟରେ ଏକ ପୋଲିସ ସହାୟତା କେନ୍ଦ୍ର ଉଦଘାଟନ କରିଛନ୍ତି। ଚିଲିକାକୁ ଆସୁଥିବା ଯାତ୍ରୀଙ୍କ ସୁରକ୍ଷା ପାଇଁ ଏହି କେନ୍ଦ୍ର କାର୍ଯ୍ୟ କରିବ।
ଉକ୍ତ ଜେଟି ଅଞ୍ଚଳରେ ଦିନକୁଦିନ ଅସାମାଜିକ ବ୍ୟକ୍ତିଙ୍କ ପାଦୂର୍ଭାବ ବଢୁଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ସମେତ କାଳିଜାଇ ମୋଟର ବୋଟ ଆସୋସିଏସନ୍ ପକ୍ଷରୁଏହି କେନ୍ଦ୍ର ସ୍ଥାପନ ପାଇଁ ଦାବୀ ହୋଇ ଆସୁଥିଲା। ଯାହା ବର୍ତ୍ତମାନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ପୂରଣ କରିଛନ୍ତି।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ବାଲୁଗାଁ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ, ଥାନାଧିକାରୀ ଜୟ ପ୍ରକାଶ ପରିଡା, ଭାଜପା ଜିଲ୍ଲା ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ବିଜେପି ନଗରମଣ୍ଡଳ ସଭାପତି ସନ୍ତୋଷ ପାଇକରାୟ, କାଉନସିଲର ବୃନ୍ଦ,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ,ମୋଟର ବୋଟ ଆସୋସିଏସନ ସଦସ୍ୟ, ବରିଷ୍ଠ ବିଜେପି କର୍ମୀ, ବୁଦ୍ଧିଜୀବୀଙ୍କ ସମେତ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ।
ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ଉଦ୍ୟମ ଯୋଗୁଁ ଜେଟିରେ ପୋଲିସ ସହାୟତା କେନ୍ଦ୍ର ସ୍ଥାପନ କରାଯାଇଥିବାରୁ ଅଞ୍ଚଳବାସୀ ଭୂୟାଂଶି ପ୍ରଶଂସା କରିଛନ୍ତି। ଏଥିସହିତ ଜେଟିରେ ବିଭିନ୍ନ ଅସାମାଜିକ କାର୍ଯ୍ୟ ଏବଂ ନିଶାଡ଼ିଙ୍କ ପାଦୃଭାବ ବହୁ ମାତ୍ରାରେ ରୋକା ଯାଇ ପାରିବ ବୋଲି ବୁଦ୍ଧିଜୀବୀ ମାନେ ମତ ରଖିଥିଲେ।


