୬୬ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାରର ଘୋଷଣା କରାଯାଇଛି । ଶାସ୍ତ୍ରୀ ଭବନ ପରିସରରେ ପିଆଇବି କନଫରେନ୍ସ ହଲ୍ରେ ପୁରସ୍କାର ପ୍ରଦାନ ସମାବେଶର ଉତ୍ସବ ଆୟୋଜନ କରାଯାଇଛି । ଫିଚର ଫିଲ୍ମରେ ୩୧ଟି ଶ୍ରେଣୀରେ ଜାତୀୟ ପୁରସ୍କାର ଦିଆଯିବ । ୨୩ଟି ନନ୍ଫିଚର୍ ଫିଲ୍ମ ଓ ୩୧ଟି ଫିଚର ଫିଲ୍ମ ପାଇଁ ଏହି ପୁରସ୍କାର ଦିଆଯିବ । ମୋଷ୍ଟ ଫିଲ୍ମ ଫ୍ରେଣ୍ଡଲୀ ଷ୍ଟେଟ୍ ପାଇଁ ଉତ୍ତରାଖଣ୍ଡକୁ ପୁରସ୍କାର ମିଳିବ । ପ୍ରତ୍ୟେକ ବର୍ଷ ନ୍ୟାସନାଲ୍ ଆଓ୍ବାର୍ଡର ଘୋଷଣା ଅପ୍ରେଲ୍ ମାସରେ କରାଯାଉଥିବାବେଳେ ଚଳିତ ବର୍ଷ ଲୋକସଭା ନିର୍ବାଚନ ପାଇଁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା । ତେବେ ଏହି ୬୬ ତମ ଜାତୀୟ ପୁରସ୍କାରରେ ବଲିଉଡ୍ଫିଲ୍ମ ଅନ୍ଧାଧୁନ୍ ବାଜି ମାରିଛି। ଶ୍ରେଷ୍ଠ ଫିଲ୍ମ, ଶ୍ରେଷ୍ଠ ଚିତ୍ରନାଟ୍ୟ ଓ ଶ୍ରେଷ୍ଠ ଅଭିନେତାର ୩ଟି ପୁରସ୍କାର ପାଇଥିବାବେଳେ ’ଉରି’ ଶ୍ରେଷ୍ଠ ଅଭିନେତା ଓ ଶ୍ରେଷ୍ଠ ନିର୍ଦ୍ଦେଶକର ପୁରସ୍କାର ହାତେଇଛି । ସେହିପରି ଅକ୍ଷୟ କୁମାରଙ୍କ ଅଭିନୀତ ‘ପ୍ୟାଡମ୍ୟାନ୍’ ଶ୍ରେଷ୍ଠ ସାମାଜିକ ପ୍ରସଙ୍ଗ ଭିତ୍ତିକ ଫିଲ୍ମ ପୁରସ୍କାର ପାଇଛି ।
୬୬ତମ ଜାତୀୟ ଫିଲ୍ମ ପୁରସ୍କାରରେ ବାଜି ମାରିଲା ଅନ୍ଧାଧୁନ୍
Published:
Aug 9, 2019, 4:19 pm IST
Tags: