Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତ ସରକାରଙ୍କ କ୍ୟାଲେଣ୍ଡର ୨୦୨୬’ର ଉନ୍ମୋଚନ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ
ଆଜିର ଖବର

ଭାରତ ସରକାରଙ୍କ କ୍ୟାଲେଣ୍ଡର ୨୦୨୬’ର ଉନ୍ମୋଚନ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

December 31, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
କ୍ୟାଲେଣ୍ଡର ୨୦୨୬
ଭାରତ ସରକାରଙ୍କ କ୍ୟାଲେଣ୍ଡର ୨୦୨୬’ର ଉନ୍ମୋଚନ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗନ ଆଜି ଭାରତ ସରକାରଙ୍କ କ୍ୟାଲେଣ୍ଡର ୨୦୨୬ର ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଡଃ ମୁରୁଗନ କହିଛନ୍ତି ଯେ ଏହି କ୍ୟାଲେଣ୍ଡର କେବଳ ଦିନ ଓ ମାସର ଏକ ବାର୍ଷିକ ପ୍ରକାଶନ ନୁହେଁ, ବରଂ ଏହା ଭାରତ ରୁପାନ୍ତରଣର ଯାତ୍ରା। ସରକାରଙ୍କ ପ୍ରାଥମିକତାର ରେଖାଙ୍କନ ସହ ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ହାସଲ ଦିଗରେ ଏହା ଆମର ମିଳିତ ଅଙ୍ଗୀକାରକୁ ଦର୍ଶାଏ।

କ୍ୟାଲେଣ୍ଡରର ବିଷୟ “ଭାରତ@୨୦୨୬: ସେବା, ସୁଶାସନ ଏବଂ ସମୃଦ୍ଧି” ଏପରି ଏକ ଭାରତର ଚିତ୍ର ପ୍ରଦାନ କରେ ଯିଏକି ନିଜର ପରିଚୟ ପ୍ରତି ସୁରକ୍ଷିତ, ଯାହାର ଅନୁଷ୍ଠାନଗୁଡ଼ିକ ସୁଦୃଢ ଓ ଯିଏ ନିଜ ଦୀର୍ଘକାଳୀନ ଲକ୍ଷ୍ୟକୁ ନେଇ ସ୍ପଷ୍ଟ ଦୃଷ୍ଟିକୋଣ ରଖେ। ଡକ୍ଟର ମୁରୁଗନ କହିଛନ୍ତି ଯେ ଏହି କ୍ୟାଲେଣ୍ଡର ଦେଶର ଆତ୍ମବିଶ୍ୱାସ ଭାବନାକୁ ପ୍ରତିଫଳିତ କରେ, ଯାହା ଲୋକ-କୈନ୍ଦ୍ରିକ ଶାସନ, ଦୃଢ଼ ସେବା ପ୍ରଦାନ ଏବଂ ପ୍ରକ୍ରିୟାଗୁଡ଼ିକୁ ସରଳ କରିବା ଏବଂ ନାଗରିକ ଏବଂ ସରକାରଙ୍କ ମଧ୍ୟରେ ବିଶ୍ୱାସ ବୃଦ୍ଧି କରିବା ପାଇଁ ଡିଜାଇନ୍ କରାଯାଇଥିବା ସଂସ୍କାର ଉପରେ ଆଧାରିତ।

୨୦୨୫ ମସିହାରେ ନିଆଯାଇଥିବା ପ୍ରମୁଖ ସଂସ୍କାର ବିଷୟରେ ଉଲ୍ଲେଖ କରି ଡକ୍ଟର ମୁରୁଗାନ କହିଛନ୍ତି ଯେ ଢାଞ୍ଚାଗତ ପଦକ୍ଷେପଗୁଡ଼ିକ ଭାରତର ଅର୍ଥନୈତିକ ସହନଶୀଳତାକୁ ସୁଦୃଢ କରିଛି ଏବଂ ଅଭିବୃଦ୍ଧିର ଲାଭ ସମାଜର ପ୍ରତ୍ୟେକ ବର୍ଗରେ ପହଞ୍ଚିବା ନିଶ୍ଚିତ କରିଛି। ସେ ଉଲ୍ଲେଖ କରିଛନ୍ତି ଯେ ନୂତନ ଟିକସ ବ୍ୟବସ୍ଥା ଅଧୀନରେ ଟିକସ ରିହାତି, ଜିଏସଟି ୨.୦ର ସରଳୀକରଣ, ଚାରୋଟି ଶ୍ରମ ଆଇନର କାର୍ଯ୍ୟାନ୍ୱୟନ ଏବଂ କେନ୍ଦ୍ରିତ ନିଯୁକ୍ତି ସୃଷ୍ଟି ଆଦି ପଦକ୍ଷେପ ଉତ୍ପାଦକତା, ଜୀବନଧାରଣର ସହଜତା ଏବଂ ସମାବେଶୀମୂଳକ ସମୃଦ୍ଧିକୁ ତ୍ୱରାନ୍ୱିତ କରିଛି।

ଏହି ଅବସରରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ କହିଛନ୍ତି ଯେ ଭାରତ ସରକାରଙ୍କ କ୍ୟାଲେଣ୍ଡର ପ୍ରକୃତରେ ସରକାରଙ୍କ ପ୍ରାଥମିକତାକୁ ସ୍ପଷ୍ଟ କରିଥାଏ। ଏହା ଏକ ଶକ୍ତିଶାଳୀ ଯୋଗାଯୋଗ ମାଧ୍ୟମରେ ପରିଣତ ହୋଇଛି, ଯାହା ଦେଶର ପ୍ରାଥମିକତା ଏବଂ ମୂଲ୍ୟବୋଧକୁ ପ୍ରତିଫଳିତ କରିଥାଏ। ସେ ଉଲ୍ଲେଖ କରିଛନ୍ତି ଯେ ” ଭାରତ@୨୦୨୬: ସେବା, ସୁଶାସନ ଏବଂ ସମୃଦ୍ଧି” ବିଷୟବସ୍ତୁ ଉପରେ ଆଧାରିତ ୨୦୨୬ କ୍ୟାଲେଣ୍ଡର ସଂସ୍କାର, ଅନ୍ତର୍ଭୁକ୍ତିକରଣ ଏବଂ ଆକାଂକ୍ଷା ମାଧ୍ୟମରେ ଭାରତର ଆତ୍ମବିଶ୍ୱାସୀ ପଦକ୍ଷେପକୁ ପ୍ରତିଫଳିତ କରେ।

କ୍ୟାଲେଣ୍ଡର ୨୦୨୬ରେ ବାରଟି ବିଷୟଭିତ୍ତିକ ମାସିକ ପୃଷ୍ଠା ରହିଛି ଯାହା ଜାତୀୟ ପ୍ରଗତିର ପ୍ରମୁଖ ସ୍ତମ୍ଭଗୁଡ଼ିକୁ ଦର୍ଶାଏ ଏବଂ ଏକ ପରିବର୍ତ୍ତିତ ଭାରତର ଆତ୍ମାକୁ ପ୍ରତିଫଳିତ କରେ। ଜାନୁଆରୀ ମାସର ବିଷୟବସ୍ତୁ ହେଉଛି “ଆତ୍ମନିର୍ଭରଶୀଳତାରୁ ଆତ୍ମବିଶ୍ବାସ”, ଯାହା ବିଭିନ୍ନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତାକୁ ଦର୍ଶାଇଥାଏ; ଫେବୃଆରୀ ମାସର ବିଷୟବସ୍ତୁ ହେଉଛି “ସମୃଦ୍ଧ ଚାଷୀ, ସମୃଦ୍ଧ ଭାରତ”, ଯାହାକି କୃଷକମାନଙ୍କ କେନ୍ଦ୍ରୀୟ ଭୂମିକାକୁ ଉଜ୍ଜ୍ୱଳ କରିଥାଏ।

ମାର୍ଚ୍ଚ ମାସର ବିଷୟବସ୍ତୁ ହେଉଛି “ନୂତନ ଭାରତ ପାଇଁ ନାରୀ ଶକ୍ତି”ଯାହାକି  ଆଧୁନିକ ଭାରତର ସ୍ଥପତି ଭାବରେ ମହିଳାମାନଙ୍କୁ ସମ୍ମାନିତ କରିଥାଏ। ଏପ୍ରିଲ ମାସର ବିଷୟବସ୍ତୁ ହେଉଛି “ସରଳୀକରଣରୁ ସଶକ୍ତିକରଣ”, ଯାହା ପ୍ରକ୍ରିୟା ସରଳୀକରଣ ଏବଂ ଶାସନ ସଂସ୍କାର ଉପରେ ଧ୍ୟାନ ଦେଇଥାଏ। ମେ ମାସର ବିଷୟବସ୍ତୁ ହେଉଛି “ବୀରତାରୁ ବିଜୟ ପର୍ଯ୍ୟନ୍ତ: ଅପରେସନ ସିନ୍ଦୂର”, ଯାହା ସଶସ୍ତ୍ର ବାହିନୀର ସାହସ ଏବଂ ବଳିଦାନକୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରେ। ଜୁନ ମାସର ବିଷୟବସ୍ତୁ ହେଉଛି “ସୁସ୍ଥ ଭାରତ, ସମୃଦ୍ଧ ଭାରତ” ଏବଂ ଜୁଲାଇ ମାସର ବିଷୟବସ୍ତୁ ହେଉଛି “ବଞ୍ଚିତ ବର୍ଗଙ୍କ ପାଇଁ ସମ୍ମାନ” ଯାହାକି ସମାଜର ସବୁଠାରୁ ଦୁର୍ବଳ ବର୍ଗର ସ୍ୱାସ୍ଥ୍ୟ, କଲ୍ୟାଣ ଏବଂ ମର୍ଯ୍ୟାଦା ଉପରେ ଗୁରୁତ୍ୱାରୋପ କରେ। ଅଗଷ୍ଟର ବିଷୟବସ୍ତୁ ହେଉଛି “ଯୁବ ଶକ୍ତି, ରାଷ୍ଟ୍ର ଶକ୍ତି” ଏବଂ ସେପ୍ଟେମ୍ବରର ବିଷୟବସ୍ତୁ ହେଉଛି “ଗତି, ଶକ୍ତି, ପ୍ରଗତି” ଯାହାକି ଯୁବଶକ୍ତିର ଶକ୍ତି ଏବଂ ଭୌତିକ ଏବଂ ଡିଜିଟାଲ ଭିତ୍ତିଭୂମିର ପ୍ରସାରକୁ ପ୍ରତିଫଳିତ କରେ। ଅକ୍ଟୋବରର ବିଷୟବସ୍ତୁ ‘ପରମ୍ପରାରୁ ପ୍ରଗତି ପର୍ଯ୍ୟନ୍ତ’ ଏବଂ ନଭେମ୍ବରର ବିଷୟବସ୍ତୁ  ‘ସବକା ସାଥ, ସବକା ସମ୍ମାନ’ ଭାରତର ସଭ୍ୟତାମୂଳକ ମୂଲ୍ୟବୋଧ ଏବଂ ଅନ୍ତର୍ଭୁକ୍ତ ପ୍ରଗତି ପାଇଁ ସଂକଳ୍ପକୁ ଦୋହରାଇଥାଏ । ଡିସେମ୍ବରର ବିଷୟବସ୍ତୁ ‘ବିଶ୍ୱ ବନ୍ଧୁ ଭାରତ’ ଏକ ଦାୟିତ୍ୱବାନ ଏବଂ ନିର୍ଭରଯୋଗ୍ୟ ବିଶ୍ୱବ୍ୟାପୀ ଅଂଶୀଦାର ଭାବରେ ଭାରତର ଭୂମିକାକୁ ରେଖାଙ୍କିତ କରିଥାଏ।

କାଞ୍ଚନ ପ୍ରସାଦ, ମହାନିର୍ଦ୍ଦେଶକ (ସିବିସି) କହିଛନ୍ତି ଯେ ଏହି କ୍ୟାଲେଣ୍ଡରଟି ୧୩ଟି ଭାରତୀୟ ଭାଷାରେ ପ୍ରକଶିତ ହୋଇଛି। ଏହି କ୍ୟାଲେଣ୍ଡରର ସମାବେଶୀ ବୈଶିଷ୍ଟ୍ୟ ପ୍ରତ୍ୟେକ ଭାଷାଗତ ଏବଂ ସାଂସ୍କୃତିକ ପୃଷ୍ଠଭୂମିର ନାଗରିକଙ୍କ ସହିତ ସଂଯୋଗ ସ୍ଥାପନ ଲାଗି ସରକାରଙ୍କ ଦୃଷ୍ଟିକୋଣକୁ ପ୍ରତିଫଳିତ କରେ। ଏହି କାର୍ଯ୍ୟକ୍ରମରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ପ୍ରଭାତ, ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ମହାନିର୍ଦ୍ଦେଶକ ଅନୁପମା ଭଟନାଗର ଏବଂ ମନ୍ତ୍ରଣାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନେ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ଏବଂ ବିଶ୍ୱାସ ପ୍ରକାଶ କରିଛନ୍ତି ଯେ ୨୦୨୬ ବର୍ଷ ଏକ ସମୃଦ୍ଧ, ସମାବେଶୀ ଏବଂ ଆତ୍ମବିଶ୍ୱାସୀ ଭାରତ ପାଇଁ ଆଉ ଏକ ନିର୍ଣ୍ଣାୟକ ପାହାଚ ପ୍ରମାଣିତ ହେବ।

କ୍ୟାଲେଣ୍ଡର ୨୦୨୬ ଡକ୍ଟର ଏଲ୍. ମୁରୁଗନ ଭାରତ ସରକାର ଭାରତ@୨୦୨୬ ସଞ୍ଜୟ ଜାଜୁ
Share. Facebook Twitter LinkedIn Email WhatsApp Copy Link

Related Posts

୧୮୦ କି. ମି. ବେଗରେ ସିଆରଏସ୍ ହାଇସ୍ପିଡ୍ ପରୀକ୍ଷଣକୁ ସଫଳତାର ସହ ଶେଷ କଲା ବନ୍ଦେ ଭାରତ ସ୍ଲିପର ଟ୍ରେନ୍

December 31, 2025

ଓଡ଼ିଶା ଉପକୂଳରୁ କମ୍‌ ସମୟ ବ୍ୟବଧାନରେ ଦୁଇଟି ପ୍ରଳୟ କ୍ଷେପଣାସ୍ତ୍ରର ସଫଳ ଉତକ୍ଷେପଣ

December 31, 2025

୩ କୋଟିରୁ ଅଧିକ ପଞ୍ଜୀକରଣ ସହ ନୂଆ ରେକର୍ଡ ସ୍ଥାପନ କଲା ପରୀକ୍ଷା ପେ ଚର୍ଚ୍ଚା

December 31, 2025

ଖୋର୍ଦ୍ଧା ରୋଡ୍ ଡିଭିଜନରେ ସୁରକ୍ଷା-ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

December 31, 2025
Latest News

ଭାରତ ସରକାରଙ୍କ କ୍ୟାଲେଣ୍ଡର ୨୦୨୬’ର ଉନ୍ମୋଚନ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

December 31, 2025

୧୮୦ କି. ମି. ବେଗରେ ସିଆରଏସ୍ ହାଇସ୍ପିଡ୍ ପରୀକ୍ଷଣକୁ ସଫଳତାର ସହ ଶେଷ କଲା ବନ୍ଦେ ଭାରତ ସ୍ଲିପର ଟ୍ରେନ୍

December 31, 2025

ଓଡ଼ିଶା ଉପକୂଳରୁ କମ୍‌ ସମୟ ବ୍ୟବଧାନରେ ଦୁଇଟି ପ୍ରଳୟ କ୍ଷେପଣାସ୍ତ୍ରର ସଫଳ ଉତକ୍ଷେପଣ

December 31, 2025

୩ କୋଟିରୁ ଅଧିକ ପଞ୍ଜୀକରଣ ସହ ନୂଆ ରେକର୍ଡ ସ୍ଥାପନ କଲା ପରୀକ୍ଷା ପେ ଚର୍ଚ୍ଚା

December 31, 2025

ଓଡ଼ିଶାରେ ଏନଏଚ-326ର ପ୍ରଶସ୍ତିକରଣ ଏବଂ ସୁଦୃଢ଼ିକରଣକୁ କ୍ୟାବିନେଟ୍ ମଞ୍ଜୁରି

December 31, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.