ଭୁବନେଶ୍ଵର: ୭୮ତମ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ଗୁରୁବାର ନବମ ଦିବସ ଥିଲା। ନବମ ଦିବସରେ ଧନୁଯାତ୍ରାର ନାଟକ ନିର୍ଣ୍ଣାୟକ ମୋଡ଼ରେ ପହଁଚିଲା। ମହାରାଜ କଂସଙ୍କ ଅଟ୍ଟହାସ୍ୟରେ କମ୍ପୁଛି ମଥୁରାନଗରୀ- ବରଗଡ଼। ଏପଟେ ଶ୍ରୀକୃଷ୍ଣଙ୍କ ପ୍ରେମରେ ହଜି ଯାଇଛନ୍ତି ଗୋପୁପରବାସୀ- ଅମ୍ବାପାଲି। ଧନୁଯାତ୍ରା ନାଟକ ଦେଖିବା ପାଇଁ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି।
ପ୍ରତିସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ମେଳା ଓ ମୀନାବଜାରର ମଜା ଉଠାଉଛନ୍ତି ଲୋକ। ଧନୁଯାତ୍ରାର ଦିବ୍ୟ ଓ ଭବ୍ୟ ପରିବେଶ ଦେଖି ବିଭୋର ହୋଇଯାଇଛନ୍ତି ଦର୍ଶକ। ନବମ ଦିବସରେ ମହାରାଜା କଂସଙ୍କ ନଗର ଭ୍ରମଣ, ଆମ୍ରବନରେ ଶ୍ରୀକୃଷ୍ଣଙ୍କ ଭକ୍ତିରେ ନିମଗ୍ନ ମୁନି-ଋଷିଙ୍କ ଉପରେ ଅତ୍ୟାଚାର, ରୁଦ୍ରଶୂଳ ପ୍ରାପ୍ତି ଏବଂ ଶିବ ତାଣ୍ଡବ ଦୃଶ୍ୟ ଦେଖିବାକୁ ମିଳିବ।
ସେହିପରି ଗୋପପୁରରେ କୃଷ୍ଣବଳରାମଙ୍କୁ ସାଙ୍ଗରେ ନେଇ ଅକ୍ରୁରଙ୍କ ମଥୁରା ପ୍ରତ୍ୟାବର୍ତ୍ତନ ଦୃଶ୍ୟ ଅଭିନୀତ ହେବ।


