ଭୁବନେଶ୍ଵର: ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ ଖଣ୍ଡଗିରି ମାଘ ମେଳା। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ -ବିଏମସି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ବ୍ୟବସ୍ଥାଠୁ ନେଇ ବ୍ୟବସାୟୀଙ୍କୁ ଷ୍ଟଲ ବଣ୍ଟନ, ନାଗା ସାଧୁଙ୍କୁ ସମସ୍ତ ସୁବିଧା ଯୋଗାଇଦେବା ବିଷୟରେ ଆଲୋଚନା ହୋଇଛି।
ଏଥର ୭ ଟି ପେଣ୍ଡାଲରେ ଯାତ୍ରା ପରିବେଷଣ କରାଯିବ, ମେଳାରେ ୧୦୦ ରୁ ଉର୍ଦ୍ଧ ସିସିଟିଭି ଲାଗିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି। ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ ନକରିବା ପାଇଁ ଯାତ୍ରା କମିଟି ଗୁଡିକୁ ଶ୍ରୀମତୀ ଦାସ ପରାମର୍ଶ ଦେଇଛନ୍ତି। ବୈଠକରେ ସମସ୍ତ କର୍ପୋରେଟର, ଷ୍ଟାଣ୍ଡିଙ୍ଗ କମିଟି, ଯାତ୍ରା କମିଟି, ବିଦ୍ୟୁତ୍ ବିଭାଗ , ୱାଟକୋ, ଆର ଏଣ୍ଡ ବି ର ଅଧିକାରୀ ଓ ପୁଲିସ ଉପସ୍ଥିତ ଥିଲେ।


