ଭୁବନେଶ୍ଵର: ନବରଙ୍ଗପୁର ଜିଲ୍ଲା ଗସ୍ତ କରି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏହି ଅବସରରେ ଶ୍ରୀ ଗଣ୍ଡ ଝରି ଗାଁ ବ୍ଲକର କରମରୀ ଓ ଉମରକୋଟ ବ୍ଲକର ବୁର୍ଜାଠାରେ କସ୍ତୁରବା ବାଳିକା ବିଦ୍ୟାଳୟର ଅତିରିକ୍ତ ହଷ୍ଟେଲ ଗୃହର ଶିଳାନ୍ୟାସ କରିଛନ୍ତି।
କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସେ କହିଛନ୍ତି ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବା ପାଇଁ ସରକାର ବଦ୍ଧ ପରିକର। କାର୍ଯ୍ୟକ୍ରମରେ ସାଂସଦ ବଳଭଦ୍ର ମାଝୀ, ବିଧାୟକ ନରସିଂହ ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ।


