Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି କଂଗ୍ରେସର କାର୍ଯ୍ୟକମିଟି ବୈଠକ : ଘୋଷଣା କରାଯିବ ଦଳର ନୂତନ ଅଧ୍ୟକ୍ଷ
ଆଜିର ଖବର

ଆଜି କଂଗ୍ରେସର କାର୍ଯ୍ୟକମିଟି ବୈଠକ : ଘୋଷଣା କରାଯିବ ଦଳର ନୂତନ ଅଧ୍ୟକ୍ଷ

August 10, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
rahul and sonia nomination file on 10th and 11th april
rahul and sonia nomination file on 10th and 11th april

ଆଜି କଂଗ୍ରେସର କାର୍ଯ୍ୟକମିଟି ବୈଠକରେ କଂଗ୍ରେସକୁ ନୂତନ ଅଧ୍ୟକ୍ଷ ମିଳିବ । କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ଏବେ ପାର୍ଟିକୁ ନୂତନ ଅଧ୍ୟକ୍ଷ କିଏ ହେବ ସେନଇ ଅଙ୍କ କଷା ଚାଲିଛି । ପାର୍ଟିର ନୂତନ ଅଧ୍ୟକ୍ଷକୁ ନେଇ ମୁକୁଲ ବାସନିକ, ମଲ୍ଲିକାର୍ଜୁନ ଖଡଗେ, ଅଶୋକ ଗହଲୋତ, ସୁଶୀଲ କୁମାର ସିନ୍ଦେ ସମେତ କିଛି ବରିଷ୍ଠ ନେତାଙ୍କ ନାମ ଚର୍ଚ୍ଚା ହେଉଛି । ତେବେ ଏ ସମସ୍ତ ନେତାଙ୍କ ମଧ୍ୟରେ ମୁକୁଲ ବାସନିକଙ୍କ ନାମ ସର୍ବାଗ୍ରେ ରହିଛି ।  ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ଦଳର ନେତୃତ୍ବ ପ୍ରତି ଏକ ବିରାଟ ସଂକଟ ସୃଷ୍ଟି ହୋଇଥିଲା । ସମ୍ପ୍ରତି ଧାରା ୩୭୦ ସମେତ କିଛି ପ୍ରସଙ୍ଗରେ ପାର୍ଟିର ନେତା ଭିନ୍ନ ଭିନ୍ନ ବୟାନ ଦେଇଛନ୍ତି । କିଛି ନେତା ଧିରେ ଧିରେ ପାର୍ଟି ଛାଡୁଛନ୍ତି । ରାହୁଲଙ୍କ ଇସ୍ତଫା ପରେ ଦଳର ଅନେକଗୁଡ଼ିଏ ବୈଠକ ମଧ୍ୟ ଆୟୋଜନ ହୋଇଛି । ମାତ୍ର କଂଗ୍ରେସକୁ ଅଧ୍ୟକ୍ଷ ମିଳିପାରି ନାହିଁ । ଦଳର ବରିଷ୍ଠ ନେତା ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ ପୂର୍ବରୁ ପାର୍ଟିର ଅଧ୍ୟକ୍ଷ ଦାୟିତ୍ବ କୌଣସି ଯୁବ ନେତୃତ୍ବ ହାତରେ ରହିବା ଉଚିତ୍‌ ବୋଲି କହିଥିଲେ । ତେବେ ଆଜି ଏନେଇ ସମସ୍ତ କଳ୍ପନାଜଳ୍ପନା ଅନ୍ତ ଘଟିବ ।  ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧୀ ପାର୍ଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥର ପଣ୍ୟ ପରିବହନ ଆୟରେ ଦ୍ରୁତତମ ରେକର୍ଡ ଅଭିବୃଦ୍ଧି ହାସଲ

January 23, 2026

୩୨୫ କୋଟିର କ୍ଷତି!: ICC ସହିତ ମୁହାଁମୁହିଁ ହେବା ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ପଡ଼ିବ ମହଙ୍ଗା?

January 23, 2026

ଆସନ୍ତାକାଲିଠାରୁ ଚାରିଦିନ ପାଇଁ ବନ୍ଦ ରହିବ ଦେଶର ସମସ୍ତ ବ୍ୟାଙ୍କ୍, ଜାଣନ୍ତୁ କାରଣ

January 23, 2026

ଭୁବନେଶ୍ବର ନାକାଗେଟ ଛକ ଠାରୁ କାଟେଣୀ ପର୍ଯ୍ୟନ୍ତ ରାସ୍ତା ହେବ ଚାରି ଲେନ

January 23, 2026
Latest News

ପୂର୍ବତଟ ରେଳପଥର ପଣ୍ୟ ପରିବହନ ଆୟରେ ଦ୍ରୁତତମ ରେକର୍ଡ ଅଭିବୃଦ୍ଧି ହାସଲ

January 23, 2026

୩୨୫ କୋଟିର କ୍ଷତି!: ICC ସହିତ ମୁହାଁମୁହିଁ ହେବା ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ପଡ଼ିବ ମହଙ୍ଗା?

January 23, 2026

କଟକଠାରେ ପରାକ୍ରମ ଦିବସ ସମାରୋହରେ ଯୋଗ ଦେଲେ ଉପରାଷ୍ଟ୍ରପତି

January 23, 2026

ଆସନ୍ତାକାଲିଠାରୁ ଚାରିଦିନ ପାଇଁ ବନ୍ଦ ରହିବ ଦେଶର ସମସ୍ତ ବ୍ୟାଙ୍କ୍, ଜାଣନ୍ତୁ କାରଣ

January 23, 2026

Davos World Economic Forum: ତେଲେଙ୍ଗାନା ସ୍ବାକ୍ଷରିତ କଲା 30,000 କୋଟି ଟଙ୍କାର ବୁଝାମଣା

January 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.