ଭୁବନେଶ୍ଵର: ଆଇଏନଏସ ଚିଲିକାର ୨ ହଜାର ୭୦୦ ପ୍ରଶିକ୍ଷାର୍ଥୀଙ୍କ ପାସିଂଆଉଟ୍ ପରେଡ୍ ଆସନ୍ତାକାଲି (ଜାନୁୟାରୀ ୮ ତାରିଖ) ଅନୁଷ୍ଠିତ ହେବ। ଚିଲିକା ହ୍ରଦ ନିକଟରେ ଅବସ୍ଥିତ ଆଇଏନଏସ ଚିଲିକା ହେଉଛି ଭାରତ ନୌସେନାର ନୌସୈନିକ ଏବଂ ଅଗ୍ନିବୀରମାନଙ୍କ ପାଇଁ ପ୍ରଶିକ୍ଷଣ କେନ୍ଦ୍ର। ୧୬ ସପ୍ତାହର କଠୋର ପ୍ରଶିକ୍ଷଣର ସଫଳ ସମାପ୍ତି ଅବସରରେ ଏହି ପାସିଂଆଉଟ୍ ପରେଡର ଆୟୋଜନ କରାଯାଉଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ସୁତ୍ରରୁ ସୂଚନା ଦିଆଯାଇଛି। ଏହି ପାସିଂଆଉଟ୍ ପରେଡ୍ ରେ ୨ ହଜାର ୧୦୦ ଜଣ ଅଗ୍ନିବୀର ସାମିଲ ଅଛନ୍ତି। ଏହି ଅବସରରେ ଦ୍ୱିଭାଷି ପ୍ରଶିକ୍ଷାର୍ଥୀ ପତ୍ରିକା – ଅଙ୍କୁରର ମଧ୍ୟ ଉନ୍ମୋଚନ କରାଯିବ।


